ଆମେରିକାର ସିକ୍ରେଟ୍ ପ୍ଲାନ୍ ! ଖାମେନି ଏବଂ ତାଙ୍କ ପୁଅଙ୍କୁ କରାଯିବ ହତ୍ୟା, ଇରାନ ଉପରେ ଆକ୍ରମଣ ନେଇ ବ୍ଲୁପ୍ରିଣ୍ଟ

NEWS7
lok-sabha-speaker-amends-oath-rule-now-new-members-can-raising-slogans-during-oath

ନୂଆଦିଲ୍ଲୀ: ଖାମେନିଙ୍କୁ ମାରିଦେବ ଆମେରିକା। ଇରାନ ସୁପ୍ରିମ ଲିଡରଙ୍କ ବଂଶ ନିପାତ କରିବାକୁ ପ୍ଲାନ୍। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦିଆଯାଇଛି ଆକ୍ସନ ପ୍ଲାନ ଦେଇଛି ଆମେରିକୀୟ ସେନା। କେବଳ ଅର୍ଡରକୁ ଅପେକ୍ଷା। ଇରାନର ସର୍ବୋଚ୍ଚ ନେତା ଅଲି ଖାମେନି ଏବଂ ତାଙ୍କ ପୁଅ ମୋଜତାବା ଖାମେନିଙ୍କୁ ନିପାତ କରିବ ସେନା। ଏନେଇ ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି ଏକ୍ସିଓସ୍।

ଟ୍ରମ୍ପଙ୍କ ଜଣେ ବରିଷ୍ଠ ପରାମର୍ଶଦାତା କହିଛନ୍ତି ଯେ ଟ୍ରମ୍ପଙ୍କ ସହ ଆଲୋଚନା ହୋଇଥିବା ପରିସ୍ଥିତି ମଧ୍ୟରୁ ଗୋଟିଏ ହେଉଛି "ଆୟାତୋଲ୍ଲା, ତାଙ୍କ ପୁଅ ଏବଂ ମୁଲ୍ଲାମାନଙ୍କୁ ନିପାତ କରିବା। କାରଣ ଯଦି ଖାମେନିଙ୍କୁ ହତ୍ୟା କରାଯାଏ, ତେବେ ପିତାଙ୍କ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବରେ ପୁତ୍ର ହୋଇପାରନ୍ତି।

ଟ୍ରମ୍ପଙ୍କ ଆଡଭାଇଜର କହିଛନ୍ତି ଯେ ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ରାଷ୍ଟ୍ରପତି ଏପର୍ଯ୍ୟନ୍ତ ଆକ୍ରମଣ ବିଷୟରେ ନିଷ୍ପତ୍ତି ନେଇନାହାନ୍ତି। ରିପୋର୍ଟ ଅନୁଯାୟୀ, ଆମେରିକାର ପ୍ରତିରକ୍ଷା ବିଭାଗ ଟ୍ରମ୍ପଙ୍କୁ ଅନେକ ସାମରିକ ବିକଳ୍ପ ପ୍ରଦାନ କରିଛି। ପ୍ରତ୍ୟେକ ପରିସ୍ଥିତି ପାଇଁ ସେମାନଙ୍କ ପାଖରେ କିଛି ନା କିଛି ଅଛି। ଚୂଡ଼ାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ଅନିଶ୍ଚିତ ଏବଂ ଅସ୍ପଷ୍ଟ। କେହି ଜାଣନ୍ତି ନାହିଁ ଯେ ରାଷ୍ଟ୍ରପତି କ'ଣ ନିଷ୍ପତ୍ତି ନେବେ।

also- ବିଶ୍ୱକୁ ଭୟଭୀତ କରିବା ପାଇଁ IEEPA ଆଇନ ବ୍ୟବହାର କରିଥିଲେ ଟ୍ରମ୍ପ, ହେଲେ କାମ ଦେଲାନି କାହିଁକି ?

ଅନ୍ୟ ଏକ ସୂତ୍ର ସ୍ପଷ୍ଟ କରିଛି ଯେ ଖାମେନି ଏବଂ ତାଙ୍କ ପୁଅଙ୍କ ହତ୍ୟା ସହିତ ଜଡିତ ଏକ ଯୋଜନା କିଛି ସପ୍ତାହ ପୂର୍ବରୁ ଟ୍ରମ୍ପଙ୍କ ନିକଟରେ ଉପସ୍ଥାପିତ ହୋଇଥିଲା। ଏପରି ଏକ ସମ୍ଭାବନା କିଛି ସମୟ ଧରି ବିଚାରାଧୀନ ଥିଲା।ସେହିପରି ଅନ୍ୟ ଜଣେ ବରିଷ୍ଠ ଆଡଭାଇଜର କହିଛନ୍ତି ଯେ ଟ୍ରମ୍ପ ଜାଣିଶୁଣି ରଣନୈତିକ ଅସ୍ପଷ୍ଟତା ବଜାୟ ରଖିଛନ୍ତି। ଟ୍ରମ୍ପ ତାଙ୍କର ବିକଳ୍ପଗୁଡ଼ିକୁ ଖୋଲା ରଖିଛନ୍ତି। ସେମାନେ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇପାରନ୍ତି।