ଭୋଟ ଚୋରି ରୋକିବାକୁ ଅଣ୍ଟା ଭିଡିଲା ବିଜେଡି, କହିଲା ନ୍ୟାୟ ନମିଳିବା ଯାଏଁ ଛାଡିବୁନି

NEWS7
lok-sabha-election-results-2024-nda-india-alliances-meeting-at-dealhi

ଭୁବନେଶ୍ୱର ୦୨/୦୨: ଭାରତୀୟ ନିର୍ବାଚନ ପ୍ରକ୍ରିୟା ଓ ପ୍ରଣାଳୀ ନେଇ ପୂର୍ବରୁ ଆଲୋଚନା ହୋଇଛି । ଆଜି ପୁଣି ଆଲୋଚନା ହେବ କାରଣ ଆମେ ଗର୍ବର ସହ ସାଧାରଣତନ୍ତ୍ର ଦିବସ ପାଳନ କଲୁ । ବଡ଼ ସହ ଉଚ୍ଚ ମାନର ଗଣତନ୍ତ୍ର ହେବା କଥା । ଯାହା ନିର୍ବାଚନ, ଯାହାକୁ ସମସ୍ତେ ଅନୁସରଣ କରିବା କଥା । ଭାରତରେ ଚର୍ଚ୍ଚା ହେଉଛି ଗୋଟେ ଦେଶ ଗୋଟେ ନିର୍ବାଚନ । ଯେତେବେଳେ ଏତେ ବଡ଼ ନିର୍ବାଚନ ପାଇଁ ବିଚାର ହେଉଛି, ସେଠି ପ୍ରଶ୍ନ ଆସୁଛି ନିର୍ବାଚନ ପ୍ରକ୍ରିୟା ଠିକ ତ? ନ ହେଲେ ଲୋକମତକୁ ସମ୍ମାନ ଦେଇ ହେବନି ।

ଜାତୀୟ ଗଣମାଧ୍ୟମରେ ଏହା ଲେଖା ଆସିଛି ବିଜେଡି ନିର୍ବାଚନ କମିସନଙ୍କୁ ଦେଇଥିବା ଅଭିଯୋଗ ନେଇ । ରାଜନୀତି ନେଇ ଆଜି ଆଲୋଚନା ନୁହେଁ । ନିର୍ବାଚନ କମିସନ ସମ୍ବିଧାନ ଭିତରେ । ବିଜେଡି ଏହି ସାମ୍ବିଧାନିକ ବ୍ୟବସ୍ଥାରେ ଗୋଟେ ଅନୁଷ୍ଠାନ । ହେଲେ ନିର୍ବାଚନ କମିଶନଙ୍କଠାରୁ ସଠିକ ଜବାବ ମିଳି ପାରୁନି । ନିର୍ବାଚନ ଫଳ ନେଇ ସନ୍ଦେହ ନୁହେଁ ସନ୍ଦେହ ଦୂର କରିବାକୁ ନିର୍ବାଚନ କମିସନ କଣ କରି ପାରିବେ? ନିର୍ବାଚନ କମିଶନଙ୍କୁ ବିଜେଡି ଦୁଇ ଥର ଭେଟି ଦୁଇଟି ଚିଠି ଦେଲା ।

ହେଲେ ଉତ୍ତର ବିଭିନ୍ନ ପ୍ରକାରର ମିଳିଲା । ଯାହା ଉତ୍ତର ନ ଦେବା ସହ ସମାନ. ଯେଉଁଥି ପାଇଁ ଆମେ ଦୁଃଖିତ । ବିହାର ପରେ ତାମିଲ ନାଡୁ ଓ କେରଳରେ ନିର୍ବାଚନ ହେବ । ୧୭C ଫର୍ମ ନିର୍ବାଚନ ଅଧିକାରୀ ଏଜେଣ୍ଟ ମାନଙ୍କୁ ଦିଅନ୍ତି । କେତେ ଭୋଟ EVM ରେ ପଡିଛି, ତାହା ଏଥିରେ ଉଲ୍ଲେଖ ଥାଏ । ବିଜେଡି ଏହି ଫର୍ମ ମାଗିଲା, ତାହା ମିଳିଲା ନାହିଁ । ନିର୍ବାଚନ କହିଲେ, ଯେଉଁ ନିର୍ବାଚନ ମଣ୍ଡଳୀ ନେଇ ମାମଲା ଚାଲିଛି । ସେଠି ମିଳିବ ନାହିଁ. ତେବେ ମାତ୍ର ୨୮କେସ୍ ହୋଇଛି । ବାକିର ଦେବାରେ ଅସୁବିଧା କଣ?

ସଂସଦୀୟ କ୍ଷେତ୍ର ଅନୁସାରେ ୧୭C ଫର୍ମ ୱେବସାଇଟରେ କାହିଁକି ଛଡା ଯାଉନି । ଭୋଟ ପରେ ଫର୍ମ ୨୦ ଆସେ. କେତେ ଭୋଟର ଆସିଲେ, କେତେ ଦେଲେ ଜଣା ପଡିଲା, ଭୋଟ ପଡିବାରୁ ଅଧିକ ଗଣତିରେ ଆସିଲା । ଏହାର ବି ଠିକ ଉତ୍ତର ମିଳିଲା ନାହିଁ । କହିଲେ, ଯଦି କଣ୍ଟ୍ରୋଲ ୟୁନିଟ ସହ ୧୭C ଫର୍ମ ମେଳ ଖାଏନି, ତାହା ଗଣତି କରାଯାଏନି । ମକ୍ ଭୋଟ ହଟାଇବାକୁ ନିର୍ବାଚନ ଅଧିକାରୀ ଭୁଲି ଗଲେ ବୋଲି ବି ଗଣତି ହେଲାନି । ଏହା ଭୋଟରଙ୍କୁ ଧୋକା । EVM କାମ ନ କଲେ ବଦଳା ଯାଏଁ ।

୨୦୨୪ ନିର୍ବାଚନରେ କେତେ ମେସିନ ଖରାପ ଥିଲା, ନୂଆ ମେସିନରେ ଆଗୁଆ କେତେ ଭୋଟ ଥିଲା । ମେସିନ ପରିବର୍ତନ ସମୟରେ କେତେ ଭୋଟ ପଡିଲା? ହେଲେ ଏହାକୁ ଲୁଚା ଯାଇଛି । ସନ୍ଧ୍ୟା ୫ଟାରେ ଯେତେ ଭୋଟ ପଡିଲା ବୋଲି କୁହାଗଲା, ରାତି ୧୧ ରେ ଓ ଦୁଇ ଦିନ ପରେ ବଦଳି ଗଲା । ଏହା କଣ ପାଇଁ ବଦଳିଲା? ପାଞ୍ଚ ଥର ଓଡ଼ିଶାରେ ଏକା ସାଙ୍ଗେ ସଂସଦୀୟ ଓ ବିଧାନସଭା ନିର୍ବାଚନ ହୋଇଛି । ହେଲେ ଏପରି କେବେ ବଦଳି ନଥିଲା ।

ଦୁଇ ଦିନ ପରେ ୩୩% ଭୋଟ କେମିତି ବଢିଲା? ଯେଉଁଠି EVM ତିଆରି ହେଉଛି, ତାହାର ଅଡିଟ କରିବାକୁ ରାଜନୈତିକ କମିଟି ଦିଆଯିବ ଉଚିତ । ହେଲେ ଅଡିଟ ପ୍ରକ୍ରିୟା କାହିଁକି ନାହିଁ? ଲୋକଙ୍କୁ ସଚେତନ କରିବାକୁ ପଡିବ । ଯଦି EVM ରାସ୍ତାରେ ଯିବା, ତେବେ ଏହାର ଅଡିଟ ହେବା ଆବଶ୍ୟକ । ତାହା ବି ସର୍ବଦଳୀୟ, ହେଲେ ଅନେକ ପ୍ରଶ୍ନର ଉତ୍ତର ନ ମିଳିବାରୁ, ଗଣତନ୍ତ୍ରକୁ ବଞ୍ଚାଇବାକୁ ପଡିବ । ସନ୍ଧ୍ୟା ପାଞ୍ଚରେ ତ ମତଦାନ ବନ୍ଦ୍, ହେଲେ ଏହା ପରେ କେତେ ଭୋଟ ପଡିଲା, ତାହାର ତଥ୍ୟ ଆସିଲେ, ECI ଙ୍କ ଉପରେ ବିଶ୍ୱାସ ରହିବ ।

ସବୁ ଉତ୍ତର ଦିଅନ୍ତୁ ECI । ବିଜେଡି ଆଞ୍ଚଳିକ ଦଳ, ତଥ୍ୟ ଓ ସତ୍ୟ ଉପରେ ବିଜେଡିର ଅଭିଯୋଗ । ଭୋଟ ଚୋରି ବନ୍ଦ କରିବାକୁ ବିଜେଡିର ଏହା ପ୍ରୟାସ । କିଛି ନ ହେଲେ, କୋର୍ଟ ବିଜେଡିର ଶେଷ ବାଟ । ECI ଙ୍କ ସହ ଚର୍ଚ୍ଚା ସରିନି, କୋର୍ଟରେ ଲକ୍ଷ ଲକ୍ଷ ମାମଲା ପଡିଛି । ସ୍ୱଚ୍ଛ ନିର୍ବାଚନ ହେଲେ, ଅନେକ ପ୍ରାର୍ଥୀ କୋର୍ଟ ଯାଆନ୍ତେ ନାହିଁ ।