LIVE TV
LIVE TV

ପୁଟିନଙ୍କ ଗସ୍ତ ପୂର୍ବରୁ ଋଷର ବଡ ପଦକ୍ଷେପ, ଭାରତ ସହ ପ୍ରତିରକ୍ଷା କ୍ଷେତ୍ରରେ କଲା ଏମିତି...

NEWS7
locals-in-anandpur-protest-over-drinking-water-crises

ନୂଆଦିଲ୍ଲୀ, ୦୩ /୧୨: ଡିସେମ୍ବର ୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ତାଙ୍କ ଗସ୍ତ ପୂର୍ବରୁ ଭାରତକୁ ମିଳିଛି ବଡ ଫାଇଦା । ମସ୍କୋ ପୁଟିନଙ୍କ ଗସ୍ତ ପୂର୍ବରୁ ଭାରତ ସହ ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ ଚୁକ୍ତିକୁ ଆଗକୁ ବଡାଇଛି । ଏହି ଚୁକ୍ତି ଫେବ୍ରୁଆରୀ ୧୮ ତାରିଖରେ ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା । ଯାହାକୁ ଗତ ସପ୍ତାହରେ ଆଗକୁ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ମିଖାଲି ମିସୁଷ୍ଟିନଙ୍କ ସମ୍ମୁଖରେ ରଖାଯାଇଥିଲା ।

ଋଷିଆ ଡୁମା ବା ସେଠାକାର ଲୋକସଭାର ବାଚସ୍ପତି ଭ୍ୟାସେସ୍ଲାଭ୍ ଭୋଲୋଡିନ୍ କହିଛନ୍ତି ଯେ, ଦୁଇ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ଆଗକୁ ବଢିବେ । ଭାରତ ଏବଂ ଋଷିଆ ସମ୍ପର୍କକୁ ପ୍ରତିରକ୍ଷା ଡିଲ୍ ମଜବୁତ କରିବ । ଡୁମାର ଓ୍ୱେବସାଇଟ୍ ଆନୁସାରେ, ଉଭୟ ଦେଶ ପରସ୍ପରର ଯୁଦ୍ଧ ବିମାନ, ଯୁଦ୍ଧ ଜାହାଜ ଏବଂ ଅନ୍ୟ ପ୍ରତିରକ୍ଷା ଉପକରଣକୁ ବ୍ୟବହାର କରିପାରିବେ । ଏହାକୁ ଯୁଦ୍ଧ ଅଭ୍ୟାସ ଏବଂ ବିପର୍ଯ୍ୟୟର ମୁକାବିଲା ପାଇଁ ବ୍ୟବହାର କରାଯାଇପାରିବ ।

ମସ୍କୋର ରିପୋର୍ଟ ଅନୁସାରେ, ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଆର୍କିଟିକ୍ କ୍ଷେତ୍ରରେ ଉଭୟ ଦେଶର ଗବେଷଣାକୁ ପ୍ରୋତ୍ସାହିତ କରିବ । ଏହି ପ୍ରକ୍ରିୟାରେ ଆଗକୁ ଏସ-୪୦୦ ଏବଂ ସୁ-୫୭ ଫାଇଟର ଜେଟକୁ ସାମିଲ କରାଯାଇପାରେ । ଏବେ ସୁଖୋଇ ବିଶ୍ୱର ସବୁଠୁ ଭଲ ଯୁଦ୍ଧ ବିମାନ ଯେଉଁଥିରେ ଉନ୍ନତ ଜ୍ଞାନକୌଶଳ ରହିଛି । ଏହାସହ ଋଷିଆ ଉଭୟ ଦେଶ ମଧ୍ୟରେ ଆଣବିକ ଶକ୍ତିର ସହଯୋଗିତାକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବ । ଭାରତର କିଛି ଆଣବିକ ପ୍ଲାଣ୍ଟକୁ ଋଷିଆ ରିଆକ୍ଟର ଟେକ୍ନୋଲୋଜି ପ୍ରଦାନ କରିବ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ପୁଟିନ ଭାରତ ଏବଂ ଋଷିଆ ମଧ୍ୟରେ ଆୟୋଜିତ ୨୩ତମ ଦ୍ୱିପାକ୍ଷିକ ସମ୍ନିଳନୀରେ ଯୋଗ ଦେବାକୁ ନୂଆଦିଲ୍ଲୀ ଆସୁଛନ୍ତି । ସେ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ । ଉଭୟ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ନେଇ ସୂଚନା ମିଳିଛି ।