ତେଜିଲା ମେଣ୍ଡାକୁ ନୂତନ ବ୍ଲକ ଘୋଷଣା ଦାବି, ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ

Published By : Prameya-News7 Bureau | April 16, 2025 IST

ବିନିକା ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡାକୁ ନୂତନ ବ୍ଲକ ଘୋଷଣା ଦାବି । ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଅଞ୍ଚଳବାସୀ । ବ୍ଲକ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୬ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । 

ସାମାଜିକ ଓ ଭୌଗୋଳିକ ସ୍ଥିତିକୁ ବିଚାର କଲେ ମେଣ୍ଡାର ବ୍ଲକ ପାଇଁ ସମସ୍ତ ଯୋଗ୍ୟତା ରହିଛି । ବର୍ତ୍ତମାନ ସ୍ଥିତିରେ ମେଣ୍ଡା ଅବହେଳିତ ଅବସ୍ଥାରେ ରହିଛି । ଏହି ଅଞ୍ଚଳର ଆର୍ଥିକ ବିକାଶରେ ପ୍ରଶାସନିକ କାର୍ଯ୍ୟାଳୟ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଦୀର୍ଘ ୩୦ବର୍ଷ ହେବ ମେଣ୍ତାକୁ ବ୍ଲକ ଘୋଷଣା ଦାବି ହୋଇଆସୁଛି । ହେଲେ ପୂର୍ବ ସରକାର ଏହାକୁ ଗୁରୁତ୍ବ ଦେଇନାହାନ୍ତି । ଏବେ ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର ଥିବାବେଳେ ପ୍ରଶାସନକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ବ୍ଲକ ଗଠନ ପାଇଁ ବିଚାର କରିବେ ବୋଲି ଅନୁରୋଧ କରିଛନ୍ତି ଅଞ୍ଚଳବାସୀ । ଦଳମତ ନିର୍ବିଶେଷରେ ସବୁ ବର୍ଗର ଲୋକ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ତେବେ ସରକାର ଏହାକୁ ଗୁରୁତର ସହ ବିଚାର କରି ପଦକ୍ଷେପ ନନେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

You Can Read:

ଭଦ୍ରକ ଜେଲ୍‌ରୁ ମୁକ୍ତି ପାଇଲେ ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିବା ଦୁଇ ବନ୍ଦୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.