ସେପ୍ଟେମ୍ବର ୧୫ ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ, କମିଟି ଗଠନ ପରେ ବସିବ ବୈଠକ

Published By : Prameya-News7 Bureau | August 22, 2025 IST

ଭୁବନେଶ୍ୱର ୨୨/୦୮: ସେପ୍ଟେମ୍ବର ୧୫ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ । ମ୍ୟାନେଜିଙ୍ଗ କମିଟି ଗଠନ ସରିବା ପରେ ପ୍ରଥମ ମିଟିଂରେ ହୁଣ୍ଡି ଶିଫ୍ଟ ପରେ ଧାଡି ଦର୍ଶନ ଆରମ୍ଭ ହେବ । ମନ୍ଦିର ପ୍ରଶାସନ ପ୍ରସ୍ତୁତ ଅଛି ଖୁବ ଶୀଘ୍ର ଧାଡି ଦର୍ଶନ ଆରମ୍ଭ ହେବ । ୩ ରୁ ୪ ଦିନ ଭିତରେ କମିଟି ଗଠନ ଶେଷ ହେବ। ଏହା ପରେ ବୈଠକ ବସିବ। 

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ପ୍ରାୟ ବର୍ଷେ ହେଲା ଯୋଜନା ହେଉଥିଲା । କିନ୍ତୁ ଏପର୍ଯ୍ୟନ୍ତ ହୋଇନଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଗକୁ କାର୍ତ୍ତିକ ମାସ ଆସୁଥିବାରୁ ଶୀଘ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ହେବା ନେଇ ଦାବି ହୋଇଆସୁଥିଲା । କାର୍ତ୍ତିକରେ ଲକ୍ଷାଧିକ ଭକ୍ତ ପୁରୀ ଆସିବେ । ବାହାରେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା ଥିବା ବେଳେ ଭିତର ଧାଡ଼ି ଦର୍ଶନ ବ୍ୟବସ୍ଥା କିନ୍ତୁ ହୋଇନଥିଲା । 

ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୂର୍ବରୁ କହିଥିଲେ, ଜାନୁଆରିରୁ ଶ୍ରୀମନ୍ଦିରରେ  ଭିତର ଦର୍ଶନ ଲାଗି ଧାଡ଼ି ବ୍ୟବସ୍ଥା ଲାଗୁ ହେବ । କିନ୍ତୁ ଜାନୁଆରିରେ ହୋଇନଥିଲା । ଆଠ ମାସ ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଘୋଷଣା କରିଛନ୍ତି ଆଇନମନ୍ତ୍ରୀ । ଏହାଦ୍ବାରା ଭିତର ଦର୍ଶନ ସମୟରେ ସାତ ପାହାଚ ଦ୍ଵାରରେ ପ୍ରବେଶ କରି ଭକ୍ତ ଘଣ୍ଟି ଦ୍ଵାର ଓ ଗାରଦ ଦ୍ଵାରରେ ବାହାରି ପାରିବେ । ଘଣ୍ଟି ଦ୍ଵାରରେ ମହିଳା ଓ ବରିଷ୍ଠ ନାଗରିକ, ଗାରଦ ଦ୍ଵାରରେ ପୁରୁଷଙ୍କ ପାଇଁ ପ୍ରସ୍ଥାନ ରହିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.