ଜାତି ନାଁରେ ବିଭଜିତ ହୁଅ ନାହିଁ, ପଥର ଫିଙ୍ଗାଳିଙ୍କୁ ନିଜ ଶକ୍ତି ଦେଖାଅ: ଯୋଗୀ ଆଦିତ୍ୟନାଥ

Published By : Prameya-News7 Bureau | November 05, 2024 IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଝାଡ଼ଖଣ୍ଡରେ ଏକାଧିକ ନିର୍ବାଚନୀ ରାଲିକୁ ସମ୍ୱୋଧନ କରିଛନ୍ତି । ବରକାଗାଁଓ ବିଧାନସଭା କ୍ଷେତ୍ରରେ ଏକ ଜନସଭାକୁ ସମ୍ୱୋଧିତ କରି ଯୋଗୀ ଆଦିତ୍ୟନାଥ ଜାତି-ଜାତିରେ ବିଭାଜିତ ନହୋଇ ଲୋକଙ୍କୁ ନିଜ ଶକ୍ତି ଦେଖାଇବା ପାଇଁ ଅପିଲ୍ କରିଛନ୍ତି । ସେ କହିଛନ୍ତି ଯେ ଏପରି କରିବା ଦ୍ୱାରା ପଥର ଫିଙ୍ଗୁଥିବା ଲୋକ ଝାଡ଼ୁ ମାରୁଥିବା ନଜର ଆସିବ । ୟୁପି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଝାଡଖଣ୍ଡରେ ଯେପରି ଭାବେ ଡେମୋଗ୍ରାଫି ବଦଳୁଛି, ଆଗାମୀ ଦିନରେ ଲୋକେ ନିଜ ଘରେ ଶଙ୍ଖ ଏବଂ ଘଣ୍ଟି ମଧ୍ୟ ବଜାଇ ପାରିବେ ନାହିଁ ।

ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ପଥର ଫିଙ୍ଗାଳି ପ୍ରଥମେ କାଶ୍ମୀରରେ ଥିଲେ । ଆଜି ସବୁ ପଥର ଫିଙ୍ଗାଳି ରାମ ନାମ ସତ୍ୟ ହେ ଯାତ୍ରାରେ ଯାଇସାରିଛନ୍ତି । ୨୦୧୭ ପୂର୍ବରୁ ୟୁପିରେ ମଧ୍ୟ ଥିଲେ । ଏମାନଙ୍କ ମାଲିକ ଉତ୍ତର ପ୍ରଦେଶକୁ ଲୁଟୁଥିଲେ, କିଏ ଖଣି ମାଫିଆ ତ କିଏ ଭୂମି ମାଫିଆ ରୂପେ, ଆଉ କିଏ ସଂଗଠିତ ମାଫିଆ ରୂପେ ଲୁଟୁଥିଲେ । ଏମାନେ ପର୍ବପର୍ବାଣୀରେ ବାଧା ସୃଷ୍ଟି କରୁଥିଲେ । ଆଜି ପଥର ଫିଙ୍ଗାଳି ଉତ୍ତର ପ୍ରଦେଶ ଛାଡ଼ି ସାରିଛନ୍ତି କିମ୍ୱା ଜହନ୍ନୁମ ଯାଇସାରିଛନ୍ତି । ଅନ୍ୟାୟ ଏବଂ ଅତ୍ୟାଚାରକୁ ଜନ୍ନତ ମିଳେ ନାହିଁ, ଏଥିପାଇଁ କେବଳ ଜହନ୍ନୁମ ମିଳେ । ଏବେ ଉତ୍ତର ପ୍ରଦେଶରେ ପର୍ବପର୍ବାଣୀରେ କେହି ବାଧା ଦିଏ ନାହିଁ । 

ଯୋଗୀ ଆଦିତ୍ୟନାଥ କହିଛନ୍ତି, 'ନିଜ ଶକ୍ତ ଦେଖାନ୍ତୁ ଏବଂ ଶକ୍ତି ଦେଖାଇଲେ ପଥର ପିଙ୍ଗୁଥିବା ଲୋକ ଆପଣଙ୍କ ପାଇଁ ଝାଡ଼ୁ ମାରି ରାସ୍ତା ସଫା କରୁଥିବା ନଜର ଆସିବ । ଏହି ବଜରଙ୍ଗୀ ପତାକା ସମସ୍ତଙ୍କ ଘରେ ନଜର ଆସିବ । ଶକ୍ତି ଦେଖାଇବା ପାଇଁ ଆପଣଙ୍କ ପାଖରେ ଏହି ନିର୍ବାଚନ ରହିଛି । ଜାତିରେ ବିଭାଜିତ ହୁଅ ନୁହିଁ । ଜାତି ନାଁରେ ଲୋକଙ୍କ ଭାଗ ଭାଗ କରୁଥିବା ଲୋକ ସଂକଟରେ ସମୟରେ ଆପଣଙ୍କ ପାଖରେ ଠିଆ ହେବ ନାହିଁ । ଆଉ ଏହି କାମ କଂଗ୍ରେସ ୧୯୪୭ ମସିହାରୁ ଲଗାତାର କରି ଆସୁଛି । କଂଗ୍ରେସ ଦେଶକୁ ଆଘାତ ଦେଇଛି । ଆରଜେଡି ବିହାରରେ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଝାଡ଼ଖଣ୍ଡରେ ଏହି କାମ କରୁଛି ।' 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.