ସାଂସଦ ଖେଳ ମହୋତ୍ସବରେ ‘ତୋରଡ଼ ହାଇସ୍କୁଲ’ ଚାମ୍ପିୟନ, କବାଡ଼ି ଓ ଯୋଗ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ଉତ୍ତମ ପ୍ରଦର୍ଶନ

NEWS7
light-lamps-at-these-places-on-dhanteras

ରସୁଲପୁର: ଯାଜପୁର ଜିଲ୍ଲା ସ୍ପୋର୍ଟସ କମ୍ପ୍ଲେକ୍ସରେ ଅନୁଷ୍ଠିତ ହୋଇଯାଇଥିବା ସାଂସଦ ଖେଳ ମହୋତ୍ସବରେ ବିଜୟୀ ହୋଇଛି ତୋରଡ଼ ଉଚ୍ଚ ବିଦ୍ୟାଳୟ । ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଏହି ଖେଳ ମହୋତ୍ସବରେ ୧୭ ବର୍ଷରୁ କମ୍ ବାଳିକା ବିଭାଗରେ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଉ ଏହି ବର୍ଗରେ କୃତିତ୍ୱ ହାସଲ କରି ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି ବିଦ୍ୟାଳୟର ଛାତ୍ରୀ।

ଏହାସହିତ ଯୋଗ ପ୍ରତିଯୋଗିତାରେ ମଧ୍ୟ ତୋରଡ଼ ଉଚ୍ଚ ବିଦ୍ୟାଳୟ ଚାମ୍ପିୟନ ହୋଇଛି । ଉଭୟ ବାଳକ ଓ ବାଳିକା ବିଭାଗରେ ଚାମ୍ପିୟନ ହୋଇଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ । ଏହାବ୍ୟତୀତ ତୋରଡ଼ ଉଚ୍ଚ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ରାଜ୍ୟ ତଥା ଜାତୀୟ ସ୍ତରରେ ଖେଳିବା ପାଇଁ ମଧ୍ୟ ଚୟନ ହୋଇଛନ୍ତି ।

ସାଂସଦ ଖେଳ ମହୋତ୍ସବରେ କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ବିଦ୍ୟାଳୟ ତରଫରୁ ଏକ ବିଶାଳ ରାଲି ଆୟୋଜନ କରାଯାଇଥିଲା। ବିଦ୍ୟାଳୟ ଅଞ୍ଚଳରେ ବିଶାଳ ରାଲି ଦ୍ୱାରା କୃତି ପ୍ରତିଯୋଗୀଙ୍କ ସଫଳତାକୁ ସେଲିବ୍ରେଟ କରିଛନ୍ତି । ଏହି ରାଲିରେ କୃତି ପ୍ରତିଯୋଗୀଙ୍କ ସହ ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ପୂର୍ବତନ ଛାତ୍ରଛାତ୍ରୀ ମଧ୍ୟ ଯୋଗ ଦେଇଥିଲେ । ପ୍ରଧାନଶିକ୍ଷକ ବିଦୁଭୂଷଣ ସାହୁ, କ୍ରୀଡ଼ା ଶିକ୍ଷକ ନିରଞ୍ଜନ ଶତପଥୀ, ଶ୍ରେଣୀ ଶିକ୍ଷକ ସତ୍ୟାନନ୍ଦ ଗୁଇଁ, ସିଦେ୍ଧଶ୍ୱର ମହାନ୍ତି, ବିଦୁଭୂଷଣ ବିନ୍ଧାଣୀ, ଶିକ୍ଷୟତ୍ରୀ ମଞ୍ଜୁଶ୍ରୀ ଜେନା ଏବଂ ପୂର୍ବତନ ପ୍ରଧାନ ଶିକ୍ଷକ ମଦନ ମୋହନ ସାହୁଙ୍କ ସମେତ ବହୁ ପୂରାତନ ଛାତ୍ରଛାତ୍ରୀ ଏହି ରାଲିରେ ଉପସ୍ଥିତ ରହିଥିଲେ ।

ସୂଚନାଥାଉକି, ପ୍ରତ୍ୟେକ ବର୍ଷ ତୋରଡ଼ ଉଚ୍ଚ ବିଦ୍ୟାଳୟର ପ୍ରାୟ ୧୫-୨୦ ଜଣ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ଏବଂ ଜାତୀୟ ସ୍ତରୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବାର ସୁଯୋଗ ପାଉଛନ୍ତି । ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ ମଧ୍ୟ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ାର କେନ୍ଦ୍ରୀୟ କ୍ରୀଡ଼ା ଅଧିକାରୀ ଭାବରେ କାର୍ଯ୍ୟ କରି ଯାଜପୁର ଜିଲ୍ଲାରେ ବିଦ୍ୟାଳୟ ଗୌରବ ବୃଦ୍ଧି କରିଛନ୍ତି ।