LIVE TV

ଏହା ଏକ ଦୁଃଖଦ ଘଟଣା, ଏଭଳି ସ୍ଥିତି ପୂର୍ବରୁ କେବେ ଉତ୍ପନ ହୋଇନଥିଲା

NEWS7
legendary-south-actor-kekala-satyanarayan-passes-away

କଟକ ୧୧କଟକ ବାଲିଯାତ୍ରାରେ ଗତକାଲି ଶେଷ ସଂଧ୍ୟାରେ ଉପୁଜୁଥିବା ଦଳାଚକଟା ପରିସ୍ଥିତି ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁବାଷ ସିଂହ । ସେ କହିଛନ୍ତି, ଏହା ଏକ ଦୁଃଖଦ ଘଟଣା ଓ ଏଭଳି ସ୍ଥିତି ପୂର୍ବରୁ କେବେ ଉତ୍ପନ ହୋଇନଥିବା ମେୟର ସୁବାଷ ସିଂହ କହିଛନ୍ତି । ଯେଉଁଭଳି ପରିସ୍ଥିତି ଗୁରୁବାର ସନ୍ଧ୍ୟାରେ ସୃଷ୍ଟି ହୋଇଥିଲା, ଯଦି ଜୀବନ ହାନି ଘଟିଥାଆନ୍ତା, ତେବେ ଦାୟୀ କିଏ ହୋଇଥାଆନ୍ତେ ବୋଲି ପ୍ରଶ୍ନ କରିଛନ୍ତି ମେୟର ।

ବାଲିଯାତ୍ରା ପଡ଼ିଆରେ ଭିଆଇପି କଲଚର୍ ଆରମ୍ଭ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି ମେୟର କହିଛନ୍ତି । ବାଲିଯାତ୍ରା ସାଧାରଣ ଲୋକଙ୍କ ଯାତ୍ରା । ଏଥର ସାଧାରଣ ଲୋକଙ୍କ ପ୍ରବେଶ ଓ ଯାତ୍ରା ବୁଲିବା ଉପରେ ପ୍ରଶାସନ ନାନା ପ୍ରକାର କଟକଣା ଲଗାଇ ଭିଆଇପି ମାନଙ୍କୁ ସ୍ବତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବାରେ ବ୍ୟସ୍ତ ଥିଲା ବୋଲି ପ୍ରତିକ୍ରିୟାରେ ମେୟର କହିଛନ୍ତି । ଏହା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲା ଓ ଏହା ବିରୋଧରେ ସ୍ବର ଉତ୍ତୋଳନ କରାଯିବ ବୋଲି ମେୟର କହିଛନ୍ତି ।