Live Live
LIVE

ବଲିଉଡ୍‌ରେ ଆଉ ଚାଲିବନି କ୍ୟାଟ୍ରିନା-କିଆରାଙ୍କ ଜଲୱା, ମାଆ ହେବା ପରେ କରିପାରିବେନି କମବ୍ୟାକ୍

NEWS7
leaders-of-the-country-run-6-big-games-not-players

ମୁମ୍ଵାଇ ୦୭।୦୩; ବଲିଉଡ୍ ଶିଳ୍ପର ପ୍ରାରମ୍ଭିକ ଦିନରେ ଏକ ସାଧାରଣ ବିଶ୍ୱାସ ଥିଲା ଯେ ଯଦି ଜଣେ ଅଭିନେତ୍ରୀ ବିବାହ କରନ୍ତି ଏବଂ ତାଙ୍କର ସନ୍ତାନ ଜନ୍ମ ହୁଏ, ତେବେ ତାଙ୍କର ଫିଲ୍ମ କ୍ୟାରିଅର୍ ଶେଷ ହୋଇଯାଏ।, ଅନେକ କ୍ଷେତ୍ରରେ, ଏହା ପ୍ରକୃତରେ ଘଟେ। ହେଲେ ଏହି ଧାରଣାର ଶିକୁଳି ଭାଙ୍ଗି, ଦୀପିକା ପାଦୁକୋନ, ରାଧିକା ଆପ୍ତେ, ପ୍ରିୟଙ୍କା ଚୋପ୍ରା ଏବଂ ଅନ୍ୟ ଅନେକ ଅଭିନେତ୍ରୀ ସନ୍ତାନ ହେବା ସତ୍ତ୍ୱେ କାମ ଜାରି ରଖିଥିଲେ କିମ୍ବା ଛାଡି ନଥିଲେ। ହେଲେ ନିକଟରେ ଲେଖିକା ଶୋଭା ଏମିତି କିଛି କହିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ବଲିଉଡରେ ସିଫ୍ଟରେ ଘଣ୍ଟା ଘଣ୍ଟା ଧରି କାମ କରିବା କଥାକୁ ନେଇ ଅନେକ ଦିନରୁ ବାଦ ବିବାଦ ଦେଖା ଦେଇଛି। ଅଭିନେତ୍ରୀ ଦୀପିକା ପାଦୁକୋନ୍ ୮ ଘଣ୍ଟା ସିଫ୍ଟରେ କାମ କରିବା ପାଇଁ ଦାବି ରଖିଥିଲେ । ଯାହା ପାଇଁ ସେ ' ସିରିଟ୍” ଓ ‘କଲକି ୨୮୯୮-୨ ରୁ ଓହରି ଯାଇଥିଲେ। ଇତିମଧ୍ୟରେ ଲେଖିକା ଶୋଭା ଦେ ଏହା ଉପରେ ଉପରେ ପ୍ରତିକିୟା ପ୍ରତି ରଖିଛନ୍ତି । ଶୋଭାଙ୍କ କହିବା ଅନୁଯାୟୀ, “ବଲିଉଡରେ ସମସ୍ତେ ଏଇଠି ସର୍ତ୍ତ ରଖି ପାରିବେ ନାହିଁ । ଭବିଷ୍ୟତରେ ରାଧିକା ଆପ୍ଟେ ଏଭଳି ସର୍ତ୍ତ ରଖିବେ ପ୍ରଯୋଜକ ତୁରନ୍ତ ତାଙ୍କୁ ଫିଲ୍ମରୁ ବାହାର କରିଦେବେ। ସେ ଆହୁରି ମଧ୍ୟ କହିଛନ୍ତି, 'କ୍ୟାଟ୍ରିନା କୈଫ୍, କିଆରା ଆଡଭାନୀ ମା ହେବା ପରେ ଇଣ୍ଡଷ୍ଟ୍ରିକୁ ଫେରିବା ମୁସ୍କିଲା I ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ଇଚ୍ଛାନୁସାରେ କାମ କରିବା ସାହସ କେବଳ ହାତଗଣତି କେତେଜଣ କଳାକାରଙ୍କ ପାଖରେ ରହିଛି । ଦୀପିକା, ପ୍ରିୟଙ୍କା ଚୋପ୍ରା ଭଳି ହିରୋଇନ୍ମାନେ ପ୍ରଯୋଜକଙ୍କ ସହ ଡିଲ୍ କରିପାରିବେ । ମୋତେ ଲାଗୁନି ଅନ୍ୟ ନାୟିକାମାନେ ଏଭଳି ସର୍ତ୍ତ ରଖିପାରିବେ I

କାହିଁକି ନା ସିନେମା ଏକ ବିଜନେସ୍ । ଦର୍ଶକଙ୍କୁ ସିନେମା ହଲ୍ ପର୍ଯ୍ୟନ୍ତ ଆଣି ଟଙ୍କା ରୋଜଗାର କରିବା କିଛି କଳାକାର ହିଁ କରିପାରିବେ । ପ୍ରତ୍ୟେକ ଅଭିନେତ୍ରୀ ମାଆ ହେବା ପରେ ପୂର୍ବଭଳି ସଫଳତା ହାସଲ କରିପାରିବା ମୁସ୍କିଲ। ମା' ହେବା ପରେ କ୍ୟାଟ୍ରିନା ଓ କିଆରା ପୂର୍ବ ଭଳି ସଫଳତା ହାସଲ କରି ପାରିବେ ବୋଲି ସନ୍ଦେହ ହେଉଛି । କାହିଁକି ନା ଆଲିଆ ଭଟ୍ଟ ମା ହେବେ ପରେ ଖୁବ୍ ଶୀଘ୍ର ପରଦାକୁ ଫେରି ଆସିଥିଲେ I ତେଣୁ ଏହା ତାଙ୍କ କ୍ୟାରିୟର ଉପରେ ସେତେଟା ପ୍ରଭାବ ପକାଇ ପାରିଲାନି । ଆଲିଆ ନିଜ ସର୍ତ୍ତନୁସାରେ କାମ ଜାଣିଛନ୍ତି।

ଅଧିକ ପଢନ୍ତୁ-ସରପ୍ରାଇଜ୍.... ପୁଣି ଥରେ କମବ୍ୟାକ୍‌ କଲେ ଅମିତାଭ୍‌ ବଚ୍ଚନ, ‘KBC-18’ର ରେଜିଷ୍ଟ୍ରେସନ୍ ଡେଟ୍ ଆଉଟ୍