LIVE TV

୩ ମ୍ୟାଚ୍ ହାରିଥିବା ଟିମ୍ ଇଣ୍ଡିଆକୁ ଏବେ କେମିତି ମିଳିବ WTC ଫାଇନାଲ୍ ଟିକେଟ୍ ? ଜାଣନ୍ତୁ ପୂରା ସମୀକରଣ

NEWS7
lawyer-protest-for-high-court-bench-in-jaipur

ନୂଆଦିଲ୍ଲୀ: କୋଲକାତା ଟେଷ୍ଟ ହାରିବା ପରେ ଟିମ୍ ଇଣ୍ଡିଆ ନିଜ ପାଇଁ ରାସ୍ତା କଣ୍ଟକିତ କରି ଦେଇଛି। ଗୋଟିଏ ମ୍ୟାଚ୍ ହାରିବା ପରେ ଟିମ୍ ଇଣ୍ଡିଆ ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ଜିତିବାର ସୁଯୋଗ ହାତରୁ ଖସି ଯାଇଛି। ଏହା ସହ ଟିମ୍ ଇଣ୍ଡିଆ ପାଇଁ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ୨୦୨୫-୨୭ର ଫାଇନାଲରେ ପହଞ୍ଚିବା ଆଶାକୁ ଝଟକା ଲାଗିଛି। ତିନିରୁ ଦୁଇ ଥର ଡବ୍ଲ୍ୟୁଟିସି ଫାଇନାଲ୍ ଖେଳିଥିବା ଟିମ୍ ଇଣ୍ଡିଆ ଏଥର ଡବ୍ଲ୍ୟୁଟିସିର ଚକ୍ରରେ ପ୍ରଥମ ୮ଟି ମ୍ୟାଚ୍ରୁ ତିନୋଟି ମ୍ୟାଚ୍ ହାରି ସାରିଥିବା ବେଳେ ଗୋଟିଏ ଡ୍ର ରହିଛି ଏବଂ ୪ଟି ଜିତିଛି। ଏବେ ପ୍ରଶ୍ନ ଉଠୁଛି କଣ ଭାରତୀୟ ଦଳ ଡବ୍ଲ୍ୟୁଟିସି ଫାଇନାଲ୍ ୨୦୨୭ ପାଇଁ କ୍ଵାଲିଫାଇ କରି ପାରିବ ?

ଭାରତୀୟ ଦଳକୁ ଏବେ ଅବଶିଷ୍ଟ ମ୍ୟାଚ୍ଗୁଡ଼ିକରେ ଦମଦାର ପ୍ରଦର୍ଶନ କରିବାକୁ ପଡ଼ିବ। ଏବେ ଭାରତୀୟ ଦଳ ହାତରେ ୧୦ଟି ମ୍ୟାଚ୍ ରହିଛି। ଏଥିରୁ ଗୋଟିଏ ଗସ୍ତ ଟିମ୍ ଇଣ୍ଡିଆ ପାଇଁ ବଡ଼ ଆହ୍ଵାନପୂର୍ଣ୍ଣ ରହିଛି। ବର୍ତ୍ତମାନ ଶୁଭମନ ଗିଲଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ୫୪ ପ୍ରତିଶତ ସହ ଚତୁର୍ଥ ସ୍ଥାନରେ ରହିଛି। ଯଦି ତଥ୍ୟ ଉପରେ ନଜର ପକାଇବା ତେବେ ଡବ୍ଲ୍ୟୁଟିସି ଫାଇନାଲରେ ପହଞ୍ଚିବା ପାଇଁ ବିଜୟ ପ୍ରତିଶତ ୬୪ରୁ ୬୮ ପ୍ରତିଶତ ରହିବା ଦରକାର। ଏଥିରୁ ସ୍ପଷ୍ଟ ଯେ, ବାକି ମ୍ୟାଚ୍ଗୁଡ଼ିକରେ ଭାରତକୁ ଉଚ୍ଚକୋଟୀର ପ୍ରଦର୍ଶନ କରିବାକୁ ପଡ଼ିବ।

ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲ ୨୦୨୫-୨୭ରେ ଟପ୍-୨ରେ ରହିବା ପାଇଁ ଭାରତକୁ ଅଧିକରୁ ଅଧିକ ମ୍ୟାଚ୍ ଜିତିବାକୁ ପଡ଼ିବ। ତ୍ରୁଟି କଲେ ଫାଇନାଲ୍ ଆଶା କମି ଚାଲିବ। ଏବେ ପ୍ରତିଟି ପରାଜୟ ସହ ଟିମ୍ ଇଣ୍ଡିଆ ପାଇଁ ଫାଇନାଲ୍ ପଥ ମୁସ୍କିଲ ହୋଇ ଚାଲିବ। ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଉ ଗୋଟିଏ ମ୍ୟାଚ୍ ବାକି ରହିଛି। ଏହା ପରେ ଶ୍ରୀଲଙ୍କାରେ ଭାରତକୁ ଦୁଇଟି ଟେଷ୍ଟ ଖେଳିବାକୁ ପଡ଼ିବ। ପୁଣି ନ୍ୟୁଜିଲାଣ୍ଡ ମାଟିରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ଭାରତ।

ଯଦି ଭାରତ ଅବଶିଷ୍ଟ ୧୦ଟି ମ୍ୟାଚରୁ ୮ଟି ମ୍ୟାଚ୍ ଜିତେ ତେବେ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବା ସହଜ ହେବ। ସାତଟି ମ୍ୟାଚ୍ ଜିତିଲେ ବି ଫାଇନାଲରେ ପ୍ରବେଶ କରିବା ମୁସ୍କିଲ ହେବ। ଯଦି ଭାରତ ବାକି ୧୦ଟି ମ୍ୟାଚରୁ ଦୁଇଟିରୁ ଅଧିକ ହାରେ ତେବେ ନିଜ ଦମରେ ଫାଇନାଲରେ ପହଞ୍ଚି ପାରିବ ନାହିଁ।