ନୂଆଦିଲ୍ଲୀ: ସଲମାନ ଖାନ୍ଙ୍କ ଘର ସାମ୍ନାରେ ହୋଇଥିବା ଗୁଳିମାଡ଼ ଘଟଣାରେ ଲରେନ୍ସ ବିଷ୍ଣୋଇ ଭାଇ ଅନମୋଲ ବିଷ୍ଣୋଇର ହାତ ରହିଛି। ଅନ୍ମୋଲ ନିଜେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଏହି ଖୁଲାସା କରିଛି। ପୋଷ୍ଟରେ ସେ ସଲ୍ମାନକୁ ଧକମ ଦେଇ ଲେଖିଛି ଏହା ଆମର ଶେଷ ୱାର୍ଣ୍ଣିଂ ଥିଲା। ଏହାପରେ ଗୁଳି କେବଳ ଘରେ ଫୁଟିବନି।
ଲରେନ୍ସ ବର୍ତ୍ତମାନ ତିହାର ଜେଲ୍ରେ ବନ୍ଦ ରହିଥିବା ବେଳେ ଅନମୋଲ ବିଷ୍ଣୋଇ ଆମେରିକାର ଲୁଚିଥିବା କୁହାଯାଉଛି। ଅନମୋଲକୁ ମଧ୍ୟ ଭାରତୀୟ ପୁଲିସ ଖୋଜୁଛି।
ଅନମୋଲ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଲେଖିଛି “ ଆମେ ଶାନ୍ତି ଚାହୁଁଛୁ। ଅପରାଧ ବିରୋଧରେ ଯଦି ଫୈସଲା ଯୁଦ୍ଧରେ ହେବାକୁ ଅଛି ତେବେ ଯୁଦ୍ଧ ହେଉ। ସଲମାନ ଖାନ ଆମେ ତୁମକୁ ଟ୍ରେଲର ଦେଖାଇବା ପାଇଁ ଏହା କରିଛୁ। ଫଳରେ ତୁମେ ଆମ ଶକ୍ତିକୁ ବୁଝିଜାଅ ଆଉ ପରଖ ନାହିଁ। ଏହା ପ୍ରଥମ ଓ ଶେଷ ଚେତାବନୀ। ଏହାପରେ ଗୁଳି କେବଳ ଘରେ ଫୁଟିବନି। ଆଉ ଯେଉଁ ଦାଉଦ୍ ଇବ୍ରାହିମ ଓ ଛୋଟ ସକିଲ୍କୁ ତୁମେମାନେ ଭଗବାନ ବୋଲି ମାନୁଛ ଆମେ ସେହି ନାଁରେ ଦୁଇଟି କୁକୁର ପାଳିଛୁ। ବାକି ଅଧିକ କହିବାର ମୋର ସ୍ୱାଭାବ ନୁହେଁ। ଜୟ ଶ୍ରୀ ରାମ। ଜୟ ଭାରତ।” ଏହାପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଗୋଲ୍ଡି ବରାର ଓ କାଲା ଜଥେଡ଼ି ଓ ରୋହିତ ଗୋଦାରା ନାଁ ବି ଲେଖିଛି।
ପଢ଼ନ୍ତୁ-ବେଲୁଚିସ୍ତାନରେ ୯ଜଣଙ୍କୁ ଅପହରଣ ପରେ ହତ୍ୟା; ନିଜକୁ ଦାୟି କଲା ବେଲୁଚି ଲିବରେସନ ଆର୍ମି
ସୂଚନା ଥାଉକି ରବିବାର ୪.୫୧ ମିନିଟ୍ ସମୟରେ ମୁମ୍ବାଇ ବାନ୍ଦ୍ରାର ସଲମାନ ଖାନ୍ଙ୍କ ଘର ସମ୍ମୁଖରେ ଗୁଳିମାଡ଼ ହୋଇଥିଲା। ଦୁଇଜଣ ବାଇକ୍ରେ ଆସି ଗୁଳିମାଡ଼ କରି ଚାଲିଯାଇଥିଲେ। ଏଥିରେ କେହି ଆହତ ହୋଇ ନାହାନ୍ତି। ତେବେ ଗୁଳିକାଣ୍ଡ ପରେ ସଲମାନଙ୍କ ଘର ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କ୍ରାଇମବ୍ରାଞ୍ଚ ଟିମ୍, ସ୍ଥାନୀୟ ପୁଲିସ ଓ ଫୋରେନ୍ସିକ ଟିମ୍ ଘଟଣା ସ୍ଥଳ ଗସ୍ତ କରି ବୁଲେଟ ଜବତ କରିଛନ୍ତି। ଗୁଳିକାଣ୍ଡ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଫୋନ୍ ଯୋଗ ସଲମାନଙ୍କ ସହ କଥା ହୋଇ ତାଙ୍କୁ ଆଶ୍ୱାସନା ଦେଇଛନ୍ତି।