ଭୁବନେଶ୍ୱର ୩୦।୦୬ : ପୁରୀ ଶରଧାବାଲିରେ ଯେଉଁ ଅଘଟଣ ଘଟିଲା । ସେଥିପାଇଁ ପହଡ଼ ବନ୍ଦ ନୁହେଁ । ପହଡ଼ ପାଇଁ ଅଘଟଣ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଆଇନମନ୍ତ୍ରୀ। ସ୍ୱାଭାବିକ ସମୟରେ ପହଡ ପଡିଥିଲା। ନୀତିକାନ୍ତି ସରିବା ପରେ ପହଡ ପଡିଥିଲା। ଅଯଥା ଜଗନ୍ନାଥଙ୍କୁ ଅନିଦ୍ରା କରିବାର ଆବଶ୍ୟକତା ନଥିଲା। ତେଣୁ ପହଡକୁ ନେଇ କୌଣସି ଦ୍ୱନ୍ଦ ନାହିଁ।
ଆଇନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଶରଧାବାଲି ଅଘଟଣକୁ ନେଇ ପ୍ରାରମ୍ଭିକ ତଥ୍ୟ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଖୁବ ଶୀଘ୍ର ତଦନ୍ତ ଆରମ୍ଭ କରିବେ ଉନ୍ନୟନ କମିଶନର। ୩୦ ଦିନ ମଧ୍ୟରେ ସରିବ ତଦନ୍ତ। ଅନ୍ୟ କାହାର ଅବହେଳା ଥିବାର ଜଣାପଡିଲେ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଆଗକୁ କିପରି ଅଘଟଣ ନହେବ ସେ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯିବ। କାହିଁକି ଘଟିଲା ତାହା ଗୋଟିଏ ଦିଗ କିନ୍ତୁ ଆଗକୁ କିପରି ଅଘଟଣ ନ ଘଟିବ ସେ ନେଇ ପଦକ୍ଷେପ ନିଆଯିବ।