ଭୁବନେଶ୍ବର ୯।୮: ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଭଉଣୀ ମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ବୋଲି ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ନିଶାଡିଙ୍କ ଦୌରାତ୍ମ୍ୟ ବଢ଼ିଛି । ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ବଢ଼ି ଚାଲିଛି । ଏପରି ପରିସ୍ଥିତିରେ ସବୁ ଭାଇ ଭଉଣୀଙ୍କୁ ସୁରକ୍ଷା ଦେଉଛନ୍ତି । ତଥାପି ସରକାର ଯତ୍ନବାନ ହେବା ଉଚିତ । ମହିଳା ମାନଙ୍କୁ ସୁରକ୍ଷା ଯୋଗାଇଦେବା ଦିଗରେ ସରକାରଙ୍କ ବଡ଼ କର୍ତ୍ତବ୍ୟ ରହିଥିବା କହିଛନ୍ତି । ଯେଉଁମାନେ ବିଶୃଙ୍ଖଳା କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଆଇନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଏପରି ହେଲେ ଭବିଷ୍ୟତରେ ଆଉ ବିଶୃଙ୍ଖଳା କରିବେ ନାହିଁ । ରାଜ୍ୟରେ ଭଉଣୀ ମାନଙ୍କ ସହ ଅନ୍ୟାୟ ହେଉଛି ସେ କ୍ଷେତ୍ରରେ ଯେଉଁମାନେ ଦୋଷୀ ସେମାନଙ୍କୁ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଭବିଷ୍ୟତରେ ଆଉ ଭୁଲ କରିବାକୁ ସାହସ କରିବେ ନାହିଁ । ଯଦି ବ୍ୟବସ୍ଥା ଭିତରେ ସରକାର କିଛି କରିବେ ନାହିଁ ତେବେ ବି ଭାଇ ମାନେ ଭଉଣୀଙ୍କୁ ସୁରକ୍ଷା ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି । ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ରାକ୍ଷୀ ବାନ୍ଧିଲେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ । ତାଙ୍କ ସରକାରୀ ବାସଭବନରେ ତାଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ଏହାଛଡା ତାଙ୍କ ମହିଳା କର୍ମୀ ମାନେ ବି ତାଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମଧ୍ୟ ବିଧାୟକ ।
You Can Read:
ଘରକୁ ଯାଇଥାନ୍ତେ, ଭାଇକୁ ବାନ୍ଧିଥାନ୍ତେ ରାକ୍ଷୀ: ରାତିରେ କରିଥିଲେ ଡ୍ୟୁଟି, ସକାଳୁ ମିଳିଲା ମୃତଦେହ