ଗଞ୍ଜାମର ୨୮ ଅପରାଧୀଙ୍କ ଘରେ ଲାଗିଲା ଲଟ୍‌କା, ହାଜର ନହେଲେ ବାଜ୍ୟାପ୍ତ ହେବ ସମ୍ପତ୍ତି

Published By : Prameya-News7 Bureau | June 22, 2025 IST

ଛତ୍ରପୁର ୨୨।୬: ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ରହୁଥିବା ଫେରାର ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଘର ବାହାରେ ଲଟକା ଜାରି କରାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଅପରାଧୀ ମାନେ ହାଜର ହେଉ ନାହାନ୍ତି । ଏଣୁ ତାଙ୍କ ନାମରେ ୱାରେଣ୍ଟ ଜାରି ହୋଇଥିଲା । ଏହା ସତ୍ତ୍ବେ ସେମାନେ କୋର୍ଟରେ ହାଜର ହୋଇ ନଥିଲେ । ଏଣୁ ସେମାନଙ୍କୁ ପଳାତକ ଘୋଷଣା କରାଯାଇ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଲଟ୍‌କା ପ୍ରକ୍ରିୟା ଜାରି ରହିଛି ।

ଏହି କ୍ରମରେ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ତତ୍ତ୍ବାବଧାନରେ ଛତ୍ରପୁର, ଭଞ୍ଜନଗର, ପୁରୁଷୋତ୍ତମପୁର ଓ ଆସିକା ପୋଲିସ ସବ୍‌ଡିଭିଜନ ଅଧୀନରେ ଥିବା ଥାନା ଗୁଡ଼ିକର ୨୮ ଜଣ   ଅପରାଧୀଙ୍କ ଘର ବାହାରେ ଲଟ୍‌କା ଜାରି କରାଯାଇଛି ।  ସେଥିମଧ୍ୟରୁ ଭଞ୍ଜନଗର ଥାନା ଅଞ୍ଚଳରେ ୪ ଜଣ ଅପରାଧୀଙ୍କ ଘରେ ବାହାରେ ଲଟ୍‌କା ଲଗାଯାଇଥିବା ବେଳେ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ୨ ଜଣ, ବେଲଗୁଣ୍ଠା ଥାନା ଅଞ୍ଚଳରେ ୨ ଜଣ, ତାରସିଂ ଥାନା ଅଞ୍ଚଳରେ ୨ ଜଣ, ଗାଙ୍ଗପୁର ଥାନା ଅଞ୍ଚଳରେ ୫ ଜଣ, ବୁଗୁଡ଼ା ଥାନା ଅଞ୍ଚଳରେ ୩ ଜଣ, ପୋଲସରା ଥାନା ଅଞ୍ଚଳରେ ୩ ଜଣ, ଛତ୍ରପୁର ଥାନା ଅଞ୍ଚଳରେ ୪ ଜଣ, ପୁରୁଷୋତ୍ତମପୁର, ରମ୍ଭା ଓ ଖଲ୍ଲିକୋଟ ଥାନା ଅଞ୍ଚଳରେ ଜଣେ ଲେଖାଏଁ ଅପରାଧୀଙ୍କ ଘର ବାହାରେ ଲଟ୍‌କା ଜାରି କରଯାଇଛି । 

ଠିକ୍ ସମୟରେ ଅପରାଧୀ ମାନେ କୋର୍ଟରେ ହାଜର ନହେଲେ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ନୋଟିସ୍ କରାଯାଇଛି । ଆଗକୁ ମଧ୍ୟ ଏଭଳି ପ୍ରକ୍ରିୟା ଜାରି ରହିବ ବୋଲି ସୂଚନା ମିଳିଛି ।

You Can Read:

ପୋଲିସ ଇନଫର୍ମର ସନ୍ଦେହ, ଦୁଇ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.