୪୮ ଘଣ୍ଟାର ବର୍ଷାରେ ମଣିପୁରରେ ଭୂସ୍ଖଳନ ଓ ବନ୍ୟା : ୮୮୩ ଘର କ୍ଷତିଗ୍ରସ୍ତ , ୩୮୦୦ ବାସହରା

Published By : Prameya-News7 Bureau | June 01, 2025 IST

ନୂଆଦିଲ୍ଲୀ : ପୂର୍ବୋତ୍ତର ରାଜ୍ୟ ମଣିପୁର ପ୍ରାକୃତିକ ବିପର୍ଯ୍ୟର ପ୍ରଭାବରେ। ଗତ ୪୮ ଘଣ୍ଟା ଧରି ହେଉଥିବା ଲଗାତାର ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳରେ ବନ୍ୟା ଓ ଭୂସ୍ଖଳନର ଘଟଣା ସାମ୍ନାକୁ ଆସିଛି। ଇମ୍ଫାଲ ସମେତ ଅନେକ ଅଞ୍ଚଳ ଜଳବନ୍ଦୀ ଯୋଗୁଁ ପ୍ରଭାବିତ ହୋଇଛି। ଶହ ଶହ ଘରର କ୍ଷତି ଘଟିଛି। ପ୍ରଶାସନ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି। 

ମଣିପୁରରେ ଗତ ଦୁଇ ଦିନରୁ ଲଗାତାର ହେଉଥିଲା ମୂଷଳଧାରର ବର୍ଷା ପ୍ରଳୟ ଆଣିଛି। ବନ୍ୟା ଓ ଭୂସ୍ଖଳନ କାରଣରୁ ଏବେସୁଦ୍ଧା ୩,୮୦୨ ଲୋକ ପ୍ରଭାବିତ ହୋଇଛନ୍ତି  ଏବଂ ୮୮୩ ଟି କୋଠା ଘର କ୍ଷତିଗ୍ରସ୍ତ ହୋଇଛି। ରବିବାର ଅଧିକାରୀମାନେ କହିଛନ୍ତି ଯେ,ନଦୀ ଗୁଡ଼ିକର ଜଳପ୍ରବାହ ଓ ବନ୍ଧ ଭାଙ୍ଗିବା ଯୋଗୁଁ ରାଜଧାନୀ ଇମ୍ଫାଲ ଓ ଇମ୍ଫାଲର ପୂର୍ବ ଜିଲ୍ଲାରେ ସ୍ଥିତ ବିଗିଡ଼ି ଯାଇଛି। 

ରାଜ୍ୟପାଳ ଅଜୟ କୁମାର ଭଲ୍ଲା ସ୍ୱୟଂ ବନ୍ୟ ପ୍ରଭାବିତ କ୍ଷେତ୍ର ଗୁଡ଼ିକର ଗସ୍ତ କରି ସ୍ଥିତି ବିଷୟରେ ଅନୁଧ୍ୟାନ କରିଛନ୍ତି। ସେ ମୁଖ୍ୟ ସଚିବ ପି.କେ, ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଇମ୍ଫାଲର କାଙ୍ଗଲା ନୋଙ୍ଗପୋକ୍‌ ଥୋଙ୍ଗ, ଲାରିକ୍ୟେଙ୍ଗବାମ୍‌ ନେଇକାଇ ଓ ସିଙ୍ଗଜାମେଇ ବ୍ରିଜ୍‌କୁ ଅନୁଧ୍ୟାନ କରିଥିଲେ। ସେନା ଓ ଆସାମ ରାଇଫଲ୍ସର ଟିମ୍‌ ସବୁଠୁ ଅଧିକ ପ୍ରଭାବିତ ଇମ୍ଫାଲ ପୂର୍ବ ଜିଲ୍ଲାରେ ଜଳମଗ୍ନ ଅଞ୍ଚଳରୁ ପାଖାପଖି ୮୦୦ ଲୋକଙ୍କୁ ସୁରକ୍ଷିତ ବାହାର କରାଯାଇଛି।

ପ୍ରଶାସନର ରିପୋର୍ଟ ଅନୁସାରେ ,ଏବେସୁଦ୍ଧା ୧୨ଟି ସ୍ଥାନରେ ଭୂସ୍ଖଳନର ଘଟଣା ହୋଇଛି। ୩,୨୭୫ଟି ଗାଁ ବା ଅଞ୍ଚଳ ବର୍ଷାର ପ୍ରଭାବକୁ ଆସିଛନ୍ତି।  ୨ଜଣ ଲୋକ ଆହତ ହୋଇଥିବା ବେଳେ ୬୪ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇ ସାରିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.