Live Live
LIVE

ବାସୀ ସାମ୍ବର ପାଇଁ ସ୍ୱାମୀ ସହ ହେଲା ଝଗଡା, ଆତ୍ମହତ୍ୟା କରିଦେଲା ସ୍ତ୍ରୀ

NEWS7
landslides-and-flash-floods-kill-at-least-16-in-indonesia

ବେଙ୍ଗାଲୁରୁ ୦୮।୦୩ : କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରୁ ଆସିଛି ଏକ ଆଶ୍ଚର୍ଯ୍ୟକର ଘଟଣା  । ଯେଉଁଠି ଜଣେ ମହିଳା ବାସୀ ସମ୍ବର ଦେବା ପଡ଼ିଛି ମହଙ୍ଗା । ସାମାନ୍ୟ ସମ୍ବର ପାଇଁ ଚାଲିଯାଇଛି ମହିଳାଙ୍କ ଜୀବନ ।ଏହି ଘଟଣାଟି ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଖବର ଅନୁଯାୟୀ, ବେଙ୍ଗାଲୁରୁ ମହିଳା କାବ୍ୟ ତିନି ଦିନ ପୂର୍ବରୁ ରାତ୍ରୀ ଭୋଜନ ପାଇଁ ସାମ୍ବର ପ୍ରସ୍ତୁତ କରିଥିଲେ। ସେ ସମାନ ସାମ୍ବରକୁ ଗରମ କରି ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପାଇଁ ବାରମ୍ବାର  ସ୍ୱାମୀଙ୍କୁ ଦେଉଥିଲେ। ଯେଉଁଥିରେ ସ୍ୱାମୀ ରାଗିଯାଇଥିଲେ । ଏହିପରିକି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ଦେଖୁ ଦେଖୁ ବିବାଦ ଉଗ୍ରରୂପ ନେଇଥିଲା । ଶେଷରେ ମହିଳା ଜଣଙ୍କ ଆତ୍ମହତ୍ୟା କରିଦେଇଛନ୍ତି ।