ବୋଲେରୋରୁ ବାହାରିଲା ଲକ୍ଷ ଲକ୍ଷ ଟଙ୍କା, ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

Published By : Prameya-News7 Bureau | August 01, 2025 IST

ବିନିକା ୧।୮: ବୋଲେରୋ ଗାଡ଼ିରୁ ବାହାରିଲା ନଗଦ ଟଙ୍କା । ଗାଡ଼ିରୁ ୧୨ ଲକ୍ଷ ୧୫ ହଜାର ୭ ଶହ ଟଙ୍କା ଜବତ ହୋଇଛି l ଗାଡ଼ି ଚେକିଂ ବେଳେ ଧରିଲା ରାମପୁର ପୋଲିସ l ଏଭଳି ଏକ ଖବର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅଞ୍ଚଳରେ l 

ଗତ ଦୁଇ ଦିନ ତଳେ ରାମପୁର ଥାନା ପୋଲିସ ରାମପୁର ଜଗନ୍ନାଥ ରୋଡ୍‌ରେ ଚେକିଂ କରୁଥିବା ସମୟରେ ଏକ ବୋଲେରୋ ଗାଡ଼ିକୁ ଯାଞ୍ଚ କଲାବେଳେ ଗାଡ଼ି ଭିତରେ ଥିବା ଏକ ବ୍ୟାଗ୍ ଭିତରେ ଥିଲା ବିଡାବିଡା ଟଙ୍କା ଦେଖିବାକୁ ମିଳିଥିଲା l ତେବେ ଗାଡ଼ିରେ ଥିବା ୪ ଜଣକୁ ଓ ବୋଲେରୋ ଗାଡ଼ିକୁ ଜବତ କରି ଥାନାରେ ଦୁଇ ଦିନ ଧରି ଅଟକ ରଖିଥିଲା ପୋଲିସ l ଏତେ ଟଙ୍କା କେଉଁଠୁ ଆସିଲା ଓ ଏତେ ଟଙ୍କା କାହାର ଏବଂ କେଉଁଠୁ ଆସିଲା   ସେନେଇ ରାମପୁର ପୋଲିସ ଖୋଳତାଡ଼ କରିଥିଲା l ହେଲେ ଗାଡ଼ିରେ ଥିବା ୪ ଜଣ ବ୍ୟକ୍ତି ସଠିକ୍ ପ୍ରମାଣ ନଦେଇ ପାରିବାରୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ରାମପୁର ଥାନା ଅଧିକାରୀ ପଦ୍ମlସିନୀ ମେହେର କହିଛନ୍ତି l ଅଭିଯୁକ୍ତ ମାନେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ରୁଣ୍ଡିମହୁଲ ଗ୍ରାମର ଭବାନୀ ଶଙ୍କର ବାରିକ, ସଚିନ ଖଟୁଆ, ଧୀରେନ୍ଦ୍ର ମାଝୀ ଏବଂ ସର୍ଗିପାଲି ଗାଁର ବୃନ୍ଦାବନ କୁନାର ବୋଲି ଜଣାପଡିଛି l ଏଥିରେ ଥିବା ଟଙ୍କାକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଣାଯାଇ ଜମା ରଖା ଯାଇଥିବା ବେଳେ ଚାରି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି ।

You Can Read:

ରତ୍ନଭଣ୍ଡାର ଗଣତି ମଣତି କରିବେ RBIର ଦୁଇ ଜଣ ଏକ୍ସପର୍ଟ, ସୂଚନା ଦେଲେ ଆଇନ ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.