ବହିଷ୍କାର ପରେ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା, କହିଲେ ପରାମର୍ଶ ଦେଇ କିଛି ଭୁଲ କରିନି

NEWS7
laila-reveals-physical-and-psychological-trauma-by-isis

କଟକ ୧୫/୧୨: କଂଗ୍ରେସରୁ ବହିଷ୍କାର ପରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା । କହିଲେ ମୋର ଵିଚାରଧାରାରେ ମୁଁ କଂଗ୍ରେସ ସହିତ ଅଛି । କଂଗ୍ରେସ ମତେ ଦଳଠାରୁ ଦୁରେଇ ଦେଇପାରେ । ମୁଁ କିନ୍ତୁ କଂଗ୍ରେସ ସହିତ ଥିଲି....ଅଛି ଓ ରହିଵି । ମୁଁ ଦଳର ଭୁଲକୁ ଆଗକୁ ଆଣିଥିଲି । ଦଳ ମୋ ବିରୋଧରେ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେଇଛି ।

ମୁଁ ଏହାକୁ ସ୍ୱୀକାର କରୁଛି, ମୁଁ ରାହୁଲଙ୍କ କଥା 'ଡରୋ ମତ୍' କୁ ଅନୁକରଣ କରୁଛି । ମୁଁ ଡରିଵା ଲୋକ ନୁହେଁ, ମୁଁ ରାଜନୀତିରେ ଅଛି ଓ ରହିବି । ମୁଁ ଏଭଳି କାର୍ଯ୍ୟାନୁଷ୍ଠାନ ଆଶା କରିନଥିଲି, ଆଗକୁ କଣ କରିବି ନିଷ୍ପତ୍ତି ନେବି । ତେବେ ସୋଫିଆ ଦଳ ସହିତ ଅଛନ୍ତି, ଯେହେତୁ ସେ ବିଧାୟିକା ସେ ତାଙ୍କ କାମ ଜାରି ରଖିବେ । ମୁଁ କଂଗ୍ରେସରେ ଏବେ ନଥିବାରୁ ଏ ସମ୍ପର୍କରେ କିଛି କହିବାକୁ ଚାହେଁନି । ସତ୍ୟ ପଥରେ ଗଲେ ଜୀବନ ଘଟଣା ଵହୂଳ ହୁଏ ।ସତ୍ୟ ପଥରେ ଚାଲୁଥିବା ବ୍ୟକ୍ତିଙ୍କ ତ୍ୟାଗ ଦଳ ପାଇଁ ଭଲ ସମୟ ଆଣିଵ ।