ଭୁବନେଶ୍ବର ୩୧।୭: ଖରିଫ ଧାନ ସଂଗ୍ରହରେ ବାଧକ ସାଜିଛି ଆଇ ସ୍କାନର । ହଇରାଣ ହେଉଛନ୍ତି ଚାଷୀ । ୧୬ ଜିଲ୍ଲାରେ ଆବଶ୍ୟକୀୟ ଆଇ ସ୍କାନର ମେସିନ ନାହିଁ । ଏହି ଜିଲ୍ଲାରେ ୯୭୯ ଆଇ ସ୍କାନର ମେସିନର ଆବଶ୍ୟକ ରହିଛି । ପ୍ୟାକସ ଓ ଲ୍ୟାମ୍ପସ ତୁରନ୍ତ ଯୋଗାଇ ଦେବାକୁ ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାଜପୁରରେ ୧୪୭, ନବରଙ୍ଗପୁରରେ ୧୧୫, ସୁନ୍ଦରଗଡ଼ରେ ୧୦୪, ଭଦ୍ରକରେ ୧୦୦ ଆଇ ସ୍କାନର ମେସିନ ଆବଶ୍ୟକ ରହିଛି । ଏବେ ଚାଷୀଙ୍କ e-KYC ପ୍ରକ୍ରିୟା ଜାରି ରହିଛି ।
ସେପଟେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ଖରିଫ ଧାନ ସଂଗ୍ରହ ପାଇଁ ଆଇ ସ୍କାନର ସବୁ ଜିଲ୍ଲାକୁ ପଠାଇ ଦିଆଯାଇଛି । ଏହା ଆମ ଦୃଷ୍ଟିକୁ ଆସିଥିଲା । ତାହାର ସମାଧାନ କରୁଛୁ । ୧୬ ଜିଲ୍ଲାରେ ଆବଶ୍ୟକୀୟ ଆଇ ସ୍କାନର ମେସିନ ନଥିଲା, ତେଣୁ ଦିଆଗଲା ବୋଲି
ଯୋଗାଣ ମନ୍ତ୍ରୀ କହିଛନ୍ତି ।
You Can Read: