Live Live
LIVE

ଫାଇନାଲ ମ୍ୟାଚ୍‌ ମଝିରେ ଡେରିଲ ମିଚେଲଙ୍କ ଉପରକୁ ବଲ୍ ଫିଙ୍ଗିଲେ ଅର୍ଶଦୀପ, ଶାନ୍ତ କରିବାକୁ ଅମ୍ପାୟାର ଏବଂ ସୂର୍ଯ୍ୟକୁମାରଙ୍କ ହସ୍ତକ୍ଷେପ

NEWS7
kural-panchami-celebrated-in-badachana

 ନୂଆଦିଲ୍ଲୀ: ରବିବାର ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ । ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ବିଜୟୀ ହୋଇଛି । ହେଲେ ଏହି ଟାଇଟଲ ମୁକାବିଲାରେ ଅର୍ଶଦୀପଙ୍କୁ ନେଇ ଚର୍ଚ୍ଚା। କାରଣ ଏହି ମ୍ୟାଚ ମଝିରେ ଅର୍ଶଦୀପ ସିଂହଙ୍କ ଡେରିଲ ମିଚେଙ୍କ ସହ ବିବାଦ ହୋଇଥିଲା। ସ୍ଥିତି ବିଗିଡ଼ିବାରୁ ଅମ୍ପାୟାର ଏବଂ କ୍ୟାପ୍ଟେନ ସୂର୍ଯ୍ୟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରକୃତରେ ଭାରତ ଏହି ମହାମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ୨୫୫ ରନ୍ କରିଥିଲା। ସଞ୍ଜୁ- ଅଭିଷେକ ଏବଂ ଇଶାନ ଖୁବ୍ ରନ୍ କରିଥିଲେ। ଦୁବେ ମଧ୍ୟ ଭଲ ପାଳି ଖେଳିଥିଲେ। କିନ୍ତୁ ଏହାର ଜବାବରେ କିଓ୍ବି ଟିମ୍ ସେତେଟା ଭଲ ଖେଳିପାରିନଥିଲା। ୮ ଓଭରରେ ହିଁ ନ୍ୟୁଜିଲାଣ୍ଡର ୫ ଓ୍ବିକେଟର ପତନ ହୋଇଥିଲା।

ଏହାରି ମଧ୍ୟରେ ଡେରିଲ ମିଚେଲ ଏବଂ କ୍ୟାପ୍ଟେନ ସେଣ୍ଟନର ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ତେବେ ନ୍ୟୁଜିଲାଣ୍ଡ ଇନିଂସର ୧୧ତମ ଓଭର ଅର୍ଶଦୀପ ବୋଲିଂ କରିଥିଲେ। ସେ ପ୍ରଥମ ଓଭରରେ କେବଳ ୪ ରନ୍ ଦେଇଥିଲେ। କିନ୍ତୁ ଏହି ଓଭରରେ ମିଚେଲ ତାଙ୍କୁ ଦୁଇ ଛକ୍କା ମାରିଥିଲେ। ତେବେ ଏହି ଓଭରର ୫ମ ବଲ୍‌ରେ ଅର୍ଶଦୀପ ସିଂହ ମିଚେଲଙ୍କୁ ବୋଲିଂ କରିଥିଲେ । ଯେଉଁଥିରେ କୌଣସି ରନ୍‌ ହୋଇଥିଲା। ବଲ୍ ସିଧା ଅର୍ଶଦୀପଙ୍କ ହାତକୁ ଆସିଯାଇଥିଲା।

କିନ୍ତୁ ଅର୍ଶଦୀପ ବିନା କାରଣରେ ବଲ ମିଚେଲଙ୍କ ଉପରକୁ ଫିଙ୍ଗିଥିଲେ। ଏଥିରେ ମିଚେଲ ମଧ୍ୟ ରାଗିଯାଇ ଅର୍ଶଦୀପଙ୍କ ପଛେ ପଛେ ଉତ୍ତେଜିତ ଭାବରେ ହାତରେ ସଙ୍କେତ କରି ଆସିଥିଲେ। ଅବଶ୍ୟ ଅମ୍ପାୟାର ଏବଂ କ୍ୟାପ୍ଟେନ ସୂର୍ଯ୍ୟକୁମାର ମଝିରେ ହସ୍ତକ୍ଷେପ କରିଥିଲେ। ସୂର୍ଯ୍ୟକୁମାର ମିଚେଲଙ୍କୁ ବୁଝାଇଥିଲେ ଏବଂ ଅମ୍ପାୟାର ମଧ୍ୟ ଅର୍ଶଦୀପଙ୍କ ସହ କଥା ହୋଇଥିଲେ। ଏହାପରେ ମାମଲା ଥଣ୍ଡା ପଡ଼ିଥିଲା। ଓଭର ଶେଷ ହେବା ପରେ ଅର୍ଶଦୀପ ଏବଂ ମିଚେଲ ପରସ୍ପର ସହ ହାତ ମିଳାଇଥିଲେ ଆଉ କଥା ଶାନ୍ତ ହୋଇଥିଲା। ମ୍ୟାଚ ଶେଷ ହେବା ପରେ ମଧ୍ୟ ଅର୍ଶଦୀପ ମିଚେଲଙ୍କୁ ବ୍ୟକ୍ତିଗତ ଭାବରେ ଭେଟି ଘଟଣା ବିଷୟରେ କହିଥିଲେ।