LIVE TV

G20: ବୈଶ୍ୱିକ ବିକାଶର ପ୍ରାଥମିକତାକୁ ପୁଣି ଥରେ ସ୍ଥିର କରିବା ଆବଶ୍ୟକ...ଜି-୨୦ ସମ୍ମିଳନୀରେ ଚାରି ପ୍ରସ୍ତାବ ଦେଲେ ପିଏମ୍

NEWS7
kumbh-mela-crowd-creates-history-thousand-pilgrims-on-road-to-kumbha

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଜୋହାନ୍ସବର୍ଗରେ ଜି-୨୦ ଶିଖର ସମ୍ମିଳନୀକୁ ସମ୍ୱୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଜି-୨୦ ଶିଖର ସମ୍ମିଳନୀର ପ୍ରଥମ ଅଧିବେସନରେ ବୈଶ୍ୱିକ ବିକାଶର ପ୍ରାଥମିକତାକୁ ପୁଣି ଥରେ ସ୍ଥିର କରିବା ପାଇଁ ବଡ଼ ଅପିଲ୍ କରିଛନ୍ତି । ସେ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଏପରି ମଡେଲ୍ ଗ୍ରହଣ କରିବାକୁ ଅପିଲ୍ କରିଛନ୍ତି, ଯେଉଁଥିରେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା, ସ୍ଥିର ଓ ସଭ୍ୟତାର ଆଦର୍ଶ ଉପରେ ଆଧାରିତ ହେବା ଦରକାର ।

ପ୍ରଧାନମନ୍ତ୍ରୀ ମୋଦୀ ସମାବେଶୀ ଓ ସ୍ଥିର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଓକିଲାତି କରିଛନ୍ତି । ପିଏମ୍ ମୋଦୀ କହିଛନ୍ତି ଯେ ଭାରତର ଇଣ୍ଟିଗ୍ରଲ୍ ହ୍ୟୁମାନିଜମର ନୀତି ଅଧିକ ସନ୍ତୁଳିତ ବିକାଶ ପାଇଁ ଏକ ଆଧାର ହେଉଛି । ସେ ପୂରା ମହାଦେଶରେ ଜ୍ଞାନ, ଦକ୍ଷତା ଓ ସୁରକ୍ଷା ଉପରେ ସହଯୋଗକୁ ନୂଆ ଆକାର ଦେବା ଉଦ୍ଦେଶ୍ୟରେ ତିନି ବଡ଼ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି ।

ଗ୍ଲୋବାଲ୍ ଟ୍ରେଡିସନାଲ୍ ନଲେଜ୍ ରିପୋଜିଟରୀ (ବିଶ୍ୱ ପାରମ୍ପରିକ ଜ୍ଞାନ ଭଣ୍ଡାର)

ସେ କହିଛନ୍ତି ଯେ ଏକ ପ୍ରମୁଖ ଧାରଣା ହେଉଛି ଭାରତର ସମୃଦ୍ଧର ଐତିହ୍ୟର ଉପଯୋଗ କରି ଏକ ଜି-୨୦ ଗ୍ଲୋବାଲ୍ ଟ୍ରେଡିସନାଲ୍ ନଲେଜ୍ ରିପୋଜିଟରୀ (ପାରମ୍ପରିକ ଜ୍ଞାନ ଭଣ୍ଡାର) ସୃଷ୍ଟି କରିବା । ସେ କହିଛନ୍ତି ଯେ ଏପରି ଏକ ଭଣ୍ଡାର ଉତ୍ତମ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ସାମୂହିକ ଜ୍ଞାନକୁ ସଂରକ୍ଷଣ ଏବଂ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିବ । ବିଶ୍ୱକୁ ପ୍ରଗତି ମାପ ଉପରେ ପୁନଃବିଚାର କରିବାକୁ ପଡିବ, ବିଶେଷକରି ଯେଉଁ ଅଞ୍ଚଳଗୁଡ଼ିକ ଦୀର୍ଘ ସମୟ ଧରି ସମ୍ବଳ ଅଭାବ ଏବଂ ପରିବେଶଗତ ଅସନ୍ତୁଳନର ସମ୍ମୁଖୀନ ହୋଇଛନ୍ତି ।

ଜି-୨୦ ଆଫ୍ରିକା ସ୍କିଲ୍ ମଲ୍ଟିପ୍ଲେୟର ଇନିସିଏଟିଭ୍

ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି ଯେ ଆଫ୍ରିକାର ଆଗକୁ ବଢିବା ଗ୍ଲୋବାଲ୍ ସାଉଥ୍ ପାଇଁ ଜରୁରି, ଏଥିପାଇଁ ଏକ ବଡ଼ ଦକ୍ଷତା ପ୍ରୋଗାମର ଘୋଷଣା କରିଛନ୍ତି । ଏହାର ସିଧା ଉଦ୍ଦେଶ୍ୟ ହେଉଛି ଯେ ମହାଦେଶର ଯୁବକଙ୍କ ବଢୁଥିବା ସଂଖ୍ୟାକୁ ଧ୍ୟାନରେ ରଖିବା । ସେ ଜି-୨୦ ଆଫ୍ରିକା ସ୍କିଲ୍ସ ମଲ୍ଟିପ୍ଲେୟର ଇନିସିଏଟିଭର ପ୍ରସ୍ତାବ ଦେଇଛନ୍ତି, ଯାହା ଟ୍ରେନ୍-ଦ-ଟ୍ରେନର ମଡେଲ ଉପରେ ଆଧାରିତ । ଏହାକୁ ସମସ୍ତ ସଦସ୍ୟ ପାର୍ଟନର ମିଶି ସହଯୋଗ କରିବେ । ଆଗାମୀ ୧୦ ବର୍ଷରେ ଆଫ୍ରିକାରେ ୧୦ ଲକ୍ଷ ସାର୍ଟିଫାଇଡ୍ ଟ୍ରେନର ସୃଷ୍ଟି କରିବାର ଏହାର ଲକ୍ଷ୍ୟ ଅଟେ ।

ଜି-୨୦ ଗ୍ଲୋବାଲ୍ ହେଲ୍ଥକେୟାର ରେସପନ୍ସ ଟିମ୍

ଭାରତ ଜି-୨୦ ଗ୍ଲୋବାଲ୍ ହେଲ୍ଥକେୟାର ରେସପନ୍ସ ଟିମ୍ ଗଠନ କରିବା ପାଇଁ ପ୍ରସ୍ତାବ ଦେଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଜରୁରି ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେତେବେଳେ ଆମେ ଏକ ହୋଇ କାମ କରନ୍ତି ଅଧିକ ମଜଭୁତ ହୋଇଥାଉ । ଆମର ପ୍ରୟାସ ସହଯୋଗୀ ଜି-୨୦ ଦେଶ ସହ ପ୍ରଶିକ୍ଷିତ ମେଡିକାଲ୍ ବିଶେଷଜ୍ଞଙ୍କ ଟିମ୍ ଗଠନ ଉପରେ ରହିବା ଦରକାର, ଯେଉଁମାନେ କୌଣସି ବି ଜରୁରି ସ୍ଥିତିରେ ତୁରନ୍ତ ମୁତୟନ ପାଇଁ ପ୍ରସ୍ତୁତ ରହିବେ ।

ଡ୍ରଗ୍ସ-ଟେରର ନେକ୍ସସର ମୁକାବିଲା

ଫେଣ୍ଟାନିଲ୍ ଭଳି ଅତ୍ୟନ୍ତ ଶକ୍ତିଶାଳୀ ସିନ୍ଥେଟିକ୍ ଡ୍ରଗ୍ସର ବିଶ୍ୱବ୍ୟାପୀ ପ୍ରସାର ଉପରେ ଚିନ୍ତା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ବିଶ୍ୱବ୍ୟାପୀ ଜନସ୍ୱାସ୍ଥ୍ୟ, ସାମାଜିକ ସ୍ଥିରତା ଏବଂ ସୁରକ୍ଷା ବ୍ୟବସ୍ଥା ପାଇଁ ଏହାର ପରିଣାମ ବିଷୟରେ ଚେତାବନୀ ଦେଇଛନ୍ତି । ସେ ଆର୍ଥିକ, ଶାସନ ଏବଂ ସୁରକ୍ଷା ଢାଞ୍ଚାକୁ ଏକତ୍ର କରିବା ପାଇଁ ଡିଜାଇନ୍ କରାଯାଇଥିବା ଡ୍ରଗ୍ସ-ଟେରର ମୁକାବିଲା ପାଇଁ ଏକ ନିର୍ଦ୍ଦିଷ୍ଟ ଜି-୨୦ ପଦକ୍ଷେପ ପାଇଁ ଆହ୍ୱାନ କରିଥିଲେ ।

ଏହି ପଦକ୍ଷେପ ନିଶା-ଚାଲାଣ ନେଟୱାର୍କକୁ ଭାଙ୍ଗିବା, ଅବୈଧ ଅର୍ଥର ପ୍ରବାହକୁ ରୋକିବା ଏବଂ ଆତଙ୍କବାଦୀ ପାଇଁ ପାଣ୍ଠିର ଏକ ପ୍ରମୁଖ ଉତ୍ସକୁ ଶେଷ କରିବା ଉପରେ ଧ୍ୟାନ ଦେବ । ଶିଖର ସମ୍ମିଳନୀରେ ଅନ୍ତର୍ଭୁକ୍ତିକରଣ ଏବଂ ସ୍ଥାୟୀ ଅଭିବୃଦ୍ଧି ଉପରେ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ G20 ମଞ୍ଚରେ ଆଫ୍ରିକାର ଉପସ୍ଥିତି ବିଶ୍ୱକୁ "କୋର୍ସ କରେକ୍ସନର" ପାଇଁ ଏକ ସୁଯୋଗ ଦେଇଛି ।