ଭୁବନେଶ୍ୱର ୩୦।୦୬ : ସରିଲା ରାସନକାର୍ଡ ଡେଡ୍ଲାଇନ୍ । ଚଳିତ ମାସରୁ ଆଉ ମିଳିବନି ରାସନ । ଯେଉଁମାନେ ଇ-କେଓ୍ୱାଇସି କରିନାହାନ୍ତି । ସେମାନଙ୍କ କାର୍ଡ ଚଳିତ ମାସରୁ ସସ୍ପେଣ୍ଡ କରାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାସନକାର୍ଡ ଡେଡଲାଇନ୍ ବୃଦ୍ଧି ନେଇ ରାଜ୍ୟ ସରକାର ତାରିଖ ପରେ ତାରିଖ ବଢାଇଥିଲେ । ତେଣୁ ଆଗକୁ ଆଉ ବଢିବନି ଇକେଓ୍ୱାଇସି ପାଇଁ । ତେଣୁ ସେମାନଙ୍କ କାର୍ଡ ସସ୍ପେଣ୍ଡ କରାଯିବ । ୨୦ ଲକ୍ଷ ୫୮ ହଜାର କାର୍ଡ ସସ୍ପେଣ୍ଡ କରାଯିବ। ୩ ମାସ ପର୍ଯ୍ୟନ୍ତ କାର୍ଡ ସସ୍ପେଣ୍ଡ କରାଯିବ। ଏହି ଅବଧି ମଧ୍ୟରେ ଯେଉଁମାନେ ଆସିବେ EKYC କରି ସେମାନକୁ ରାସନ ଦିଆଯିବ। ଯେଉଁମାନେ ନ ଆସିବେ ସେମାଙ୍କ କାର୍ଡ ସବୁଦିନ ପାଇଁ ବନ୍ଦ ହେବ।