ପୁଣି ବିଶ୍ୱରେ ନିଜକୁ ଅପମାନିତ କରାଇଲା ପାକିସ୍ତାନ, ଏଥର ଇଂରାଜୀ ଚିଠିକୁ ନେଇ ହୋଇଛି ଲଜ୍ଜିତ

NEWS7
koraput-trafic-rule

ଇସ୍ଲାମାବାଦ ୧୯।୨: ପାକିସ୍ତାନ ପୁଣି ଥରେ ସାରା ବିଶ୍ୱରେ ଅପମାନିତ ହୋଇଛି। ଏଥର ବିଦେଶମନ୍ତ୍ରାଳୟର ଅଧିକାରୀକ ପତ୍ର ପାକିସ୍ତାନକୁ ଦୁନିଆରେ ଲଜ୍ଜିତ କରିଛି। ଏହି ନୋଟ୍ ରେ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ‘ବୋର୍ଡ ଅଫ ପିସ୍’ ଉଦଘାଟନୀ ଅଧିବେଶନରେ ଯୋଗଦେବା ପାଇଁ ତାଙ୍କର ଆମେରିକା ଗସ୍ତ କାର୍ଯ୍ୟକ୍ରମ ଅଧିସୂଚିତ ହୋଇଥିଲା। ଏହି ଚିଠିର ହେଡଲାଇନ ନା କେବଳ ଭୁଲ ଥିଲା ବରଂ ଅର୍ଥକୁ କଦର୍ଥ କରୁଥିଲା।

ନୋଟରେ ଲେଖାଥିଲା ‘ପ୍ରାଇମିନିଷ୍ଟର୍ସ ଭିଜିଟ ଟୁ ଦି ୟୁନାଇଟସ୍ ଷ୍ଟେଟସ୍ ଅଫ ଆମେରିକାଜ୍’। ନୋଟ୍ ରେ ଦୁଇଟି ସ୍ପଷ୍ଟ ଭୁଲ ଥିଲା। ୟୁନାଇଟେଡ ସ୍ଥାନରେ 'ୟୁନାଇଟସ୍' ଓ ଆମେରିକା ସ୍ଥାନରେ 'ଆମେରିକାଜ' ଉଲ୍ଲେଖଥିଲା। ଏହି ନୋଟ୍ ଦେଖୁଦେଖୁ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି ଓ ୟୁଜର ଭୁଲ ଲେଖା ପାଇଁ ପାକିସ୍ତାନକୁ ଉପହସିତ କରୁଛନ୍ତି। ନୋଟ୍ ସାମ୍ନାକୁ ଆସିବାମାତ୍ରେ ଅନଲାଇନ ରେ ପ୍ରତିକ୍ରିୟାର ବନ୍ୟା ଆସିଯାଇଛି। ସୋସିଆଲ ମିଡିଆ ୟୁଜର ଯେପରି ଜବାବ ଦେଇଛନ୍ତି ସେଥିରୁ ସ୍ପଷ୍ଟ ହେଉଛି ପାକିସ୍ତାନ ସରକାରଙ୍କ ଅମଲାରେ ବସିଥିବା ଲୋକଙ୍କ ଅପେକ୍ଷା ସାଧାରଣ ଲୋକେ ବେଶ୍ ଇଂରାଜୀ ବୁଝନ୍ତି।

ତେବେ ପାକିସ୍ତାନର ଏପରି ଭୁଲ ପ୍ରଥମ ଥର ନୁହେଁ। ଏହା ପୂ୍ର୍ବରୁ ଯେତେବେଳେ ଇସ୍ରାଏଲ ଇରାନ ଉପରେ ବିମାନ ଆକ୍ରମଣ କରିଥିଲା ପାକିସ୍ତାନ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ଏହାକୁ ବିରୋଧ କରିଥିଲେ। ସେତେବେଳେ ସେ ଯାହା ଲେଖିଥିଲେ ଲୋକେ ହସି ହସି ବେଦମ ହୋଇଯାଇଥିଲେ। ପରେ ନିଜ ବାକ୍ୟକୁ ଶହବାଜ ସରିଫ ସୁଧାରୀ ଥିଲେ। ହେଲେ ସେତେବେଳକୁ ତାଙ୍କ ପୋଷ୍ଟ ଭାଇରାଲ ହୋଇସାରିଥିଲା।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୋର୍ଡ ଅଫ ପିସ୍ ର ପ୍ରଥମ ବୈଠକରେ ଯୋଗ ଦେବାକୁ ଏବେ ଆମେରିକାରେ ଅଛନ୍ତି। ସେ ଅଧିକାରୀକ ଗସ୍ତରେ ଆମେରିକା ପହଞ୍ଚିଥିବା ବେଳେ ତାଙ୍କ ସହିତ ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇସାକ ଡର, ଅର୍ଥମନ୍ତ୍ରୀ ମହମଦ ଔରଙ୍ଗଜେବ୍, ସୂଚନାମନ୍ତ୍ରୀ ଅତାଉଲ୍ଲା ତରାର ଓ ପ୍ରଧାନମନ୍ତ୍ରୀଙ୍କ ସ୍ପେଶାଲ ଆସିଷ୍ଟାଣ୍ଟ ତାରିକ୍ ଫାତେମୀ ମଧ୍ୟ ୱାସିଂଟନରେ ପହଞ୍ଚିଛନ୍ତି।