ପ୍ରଧାନମନ୍ତ୍ରୀ ଓ ବାଚସ୍ପତିଙ୍କ AI ଭିଡିଓ କରିବା କଂଗ୍ରେସକୁ ପଡ଼ିଲା ମହଙ୍ଗା, ୯ ନେତାଙ୍କୁ ନୋଟିସ୍ ଜାରି

NEWS7
konarka-utsav-start-today-at-konarka

ନୂଆଦିଲ୍ଲୀ ୧୬।୨: କୁତ୍ରିମ ବୁଦ୍ଧିମତା (ଏଆଇ) ଦ୍ୱାରା ତିଆରି କରାଯାଇଥିବା କଥିତ ଭିଡିଓକୁ ନେଇ ରାଜନୈତିକ ବିବାଦ ଏବେ ଜଟିଳ ରୂପ ଧାରଣ କରିଛି। ପ୍ରଧାନମନ୍ତ୍ରୀ ଓ ଲୋକସଭା ବାଚସ୍ପତିଙ୍କ ସମ୍ପର୍କିତ ସାମଗ୍ରୀ ସେୟାର କରିବା ଅଭିଯୋଗରେ ଲୋକସଭା ସଚିବାଳୟ କଂଗ୍ରେସର ୯ ଜଣ ନେତାଙ୍କୁ ନୋଟିସ୍ ଜାରି କରିଛି। ନେତାମାନଙ୍କୁ ବିଶେଷାଧିକାର ଭଙ୍ଗ ଓ ସଦନ ଅବମାନନା ଅଭିଯୋଗରେ ୩ ଦିନ ମଧ୍ୟରେ ସ୍ପଷ୍ଟିକରଣ ଦେବାକୁ କୁହାଯାଇଛି।

ଏହି ନୋଟିସ୍ ପାଇଥିବା ନେତାଙ୍କ ମଧ୍ୟରେ ଜୟାରାମ ରମେଶ, ପୱନ ଖେଡା, ସୁପ୍ରିୟା ଶ୍ରୀନେତ ଓ ସଞ୍ଜୀବ ସିଂହଙ୍କ ସମେତ ମୋଟ ୯ ଜଣ ନେତା ଅଛନ୍ତି। ଲୋକସଭା ସଚିବାଳୟ କହିଛି ଯେ ସମ୍ବଦ୍ଧିତ ଭିଡିଓ ସେୟାର କରାଯିବା ଦ୍ୱାରା ଗୃହର ଗାରିମା ଓ ସାମ୍ବିଧାନିକ ପଦବୀର ପ୍ରତିଷ୍ଠା ପ୍ରଭାବିତ ହୋଇଛି। ଏଣୁ ଏ ବାବଦେ ନେତାଙ୍କ ସ୍ପଷ୍ଟିକରଣ ଜରୁରି। ଏହି ବିବାଦର ମୂଳ କାରଣ ହେଉଛି ଏକ ୩୬ ସେକେଣ୍ଡର ଭିଡିଓ। ଏହାକୁ ସେପ୍ଟେମ୍ବର ୨୦୨୫ରେ ବିହାର କଂଗ୍ରେସର ଅଧିକାରୀକ ସୋସିଆଲ ମିଡିଆ ଆକାଉଣ୍ଟରୁ ସେୟାର କରାଯାଇଥିଲା।

ଏହି ଭିଡିଓରେ ପ୍ରଧାନମନ୍ତ୍ରୀଙ୍କ ପରଲୋକଗତ ମାତାଙ୍କୁ ରାଜନୈତିକ ଟିପ୍ପଣୀ କରୁଥିବାର ଦେଖାଯାଇଥିଲା। ଏହା ଛଡା ଗତ ଡିସେମ୍ବର ମାସରେ ଲୋକସଭା ବାଚସ୍ପତିଙ୍କ ସମ୍ପର୍କିତ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ କଥିତ ରୂପେ ‘ଆର୍ଥିକ ସହାୟତା ସ୍ୱାବଲମ୍ବନ’ ନାମକ ଯୋଜନାରେ ଆର୍ଥିକ ସହାୟତା ଘୋଷଣା କରୁଥିବାର ଦେଖାଯାଇଛି। ପରେ ଏହାକୁ ଏଆଇ ଆଧାରିତ ଡିପ୍ ଫେକ୍ ସାମଗ୍ରୀ କୁହାଯାଇଥିଲା।

ସରକାରୀ ଏଜେନ୍ସୀ ପ୍ରେସ୍ ଇନଫର୍ମେସନ ବ୍ୟୁରୋ(ପିଆଇବି) ଫ୍ୟାକ୍ଟ ଚେକ୍ ୟୁନିଟ୍ ଯାଞ୍ଚ ପରେ ଭିଡିଓରେ ମାଲଫଙ୍କସନ କରାଯାଇଥିବା ସ୍ପଷ୍ଟ କରିଥିଲା। ଏଥିରେ ମୂଳ ଭିଡିଓ ୧ ଡିସେମ୍ବର ୨୦୨୫ର ଥିଲା। ଏଥିରେ ଲୋକସଭା ବାଚସ୍ପତି ଦିବଙ୍ଗତ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିଲେ। ହେଲେ ଏହାର ଅଡିଓକୁ କୁତ୍ରିମ ରୂପେ ବଦଳା ଯାଇଥିଲା। ମାମଲାରେ ଦିଲ୍ଲୀ ପୋଲିସ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ଏତଲା ରୁଜୁ କରିଛି। ସେହିପରି ପାଟନା ହାଇକୋର୍ଟ କଂଗ୍ରେସକୁ ତତ୍କାଳ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ।