ମୁମ୍ବାଇ ଇଣ୍ଡିଆନ୍ସକୁ ୧୫୮ ରନ୍ ଟାର୍ଗେଟ ଦେଲା କେକେଆର, ଜିତିଲେ ପ୍ଲେ ଅଫ୍‌ରେ ଏଣ୍ଟ୍ରି

Published By : Prameya-News7 Bureau | May 11, 2024 IST

କୋଲକାତା: ଆଇପିଏଲର ୨୦୨୪ର ୬୦ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି କୋଲକାତା ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ବର୍ଷା ଯୋଗୁଁ ଟସ୍ ବିଳମ୍ବ ହେବାରୁ ୧୬ ଓଭର ବିଶିଷ୍ଟ ମ୍ୟାଚ୍ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ ରାଇଡର୍ସ (କେକେଆର) ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୧୫୭ ରନ୍ କରିଛି । ଭେଙ୍କଟେଶ ଆୟର ସର୍ବାଧିକ ୪୨ ରନ କରିଥିବା ବେଳେ ନୀତିଶ ରାଣା ୩୩ ରନ କରିଛନ୍ତି। ମୁମ୍ବାଇ ସାମ୍ନାରେ ୧୫୮ ରନର ବିଜୟ ଲକ୍ଷ୍ୟ ରହିଛି। ମୁମ୍ବାଇ ପ୍ଲେ ଅଫ୍‌ରୁ ବାଦ୍ ପଡ଼ିଥିବା ବେଳେ କୋଲକାତା ଆଜିର ମ୍ୟାଚ୍ ଜିତିଲେ ଔପଚାରିକ ଭାବେ ଟପ୍‌-୪ରେ ପ୍ରବେଶ କରିବ। 

ଫିଲିଫ ସଲ୍ଟ ୬ ରନ୍ କରି ଆଉଟ ହୋଇଥିବା ବେଳେ ସୁନୀଲ ନରାୟଣ ବୁମରାଙ୍କ ବଲ ବୁଝି ନପାରି ବୋଲ୍ଡ ହୋଇଥିଲେ । ଏହା ପରେ ଭେଙ୍କଟେଶ ଆୟାର ସର୍ବାଧିକ ୪୨ ରନ୍ କରିଥିଲେ । ସେହିଭଳି ଶ୍ରେୟସ ଆୟର (୭), ନୀତିଶ ରାଣା (୩୩), ଆଣ୍ଡ୍ରେ  ରସେଲ (୨୪), ରିଙ୍କୁ ସିଂହ(୨୦), ରମଣଦୀପ ସିଂହଙ୍କ ଅପରାଜିତ ୧୭ ଏବଂ ମିଚେଲ ଷ୍ଟାର୍କଙ୍କ ଅପରାଜିତ ୨ ରନ୍ ବଳରେ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ୧୫୮ ରନ୍ ଟାର୍ଗେଟ ଦେଇଛି । 

ସେପଟେ ମୁମ୍ବାଇର ଜସପ୍ରୀତ ବୁମରା ଏବଂ ପୀୟୁଷ ଚାଓ୍ବଲା ୨ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି । ସେହିଭଳି ନୁଆନ ତୁଷାରା ଏବଂ ଅଂଶୁଲ କମ୍ବୁଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି । ଆଜିର ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ବିଜୟୀ ହେଲେ ଔପଚାରିକ ଭାବେର ପ୍ଲେଅଫରେ ପହଞ୍ଚିବ ।

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.