T 20 World Cup: ଜିମ୍ବାଓ୍ଵେ ବିପକ୍ଷରେ ଭାରତର ଧମାକାଦାର ବିଜୟ, ସେମି ଆଶା ଉଜ୍ଜୀବିତ

NEWS7
kolkata-hotel-for-3-odis-die-of-jagatsinghpur-district

ଚେନ୍ନାଇ: ସୁପର-୮ର ‘କର ବା ମର’ ମ୍ୟାଚରେ ଭାରତ ଧମାକାଦାର ବିଜୟ। ଜିମ୍ବାଓ୍ଵେକୁ ଏକତରଫା ମ୍ୟାଚରେ ୭୨ ରନରେ ହରାଇଛି ସୂର୍ଯ୍ୟ ବାହିନୀ। ଏହି ମୁକାବିଲା ଜିତିବା ସହ ଭାରତର ସେମି ଫାଇନାଲ୍ ଆଶା ଉଜ୍ଜୀବିତ ରହିଛି। ଭାରତ ଦ୍ଵାରା ଧାର୍ଯ୍ୟ ୨୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଜିମ୍ବାଓ୍ଵେ ୬ ଓ୍ଵିକେଟ୍ ହରାଇ ୧୮୪ ରନ କରି ପାରିଛି। ବ୍ରିୟାନ ବେନେଟ୍ ୯୭ ରନର ଅପରାଜିତ ଦମଦାର ଇନିଂସ ଖେଳିଛନ୍ତି। ବ୍ୟାଟିଂରେ ଭାରତ ପକ୍ଷରୁ ଅଭିଷେକ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଅର୍ଦ୍ଧଶତକ ହାସଲ କରିଛନ୍ତି। ବୋଲିଂରେ ଅର୍ଶଦୀପ ସିଂ ୩ଟି ଓ୍ଵିକେଟ୍ ନେଇଛନ୍ତି। ଏବେ ମାର୍ଚ୍ଚ ୧ରେ ଭାରତ ନିଜର ଶେଷ ସୁପର-୮ ମ୍ୟାଚରେ ଓ୍ଵେଷ୍ଟଇଣ୍ଡିଜକୁ ଭେଟିବ। ଏହି ମ୍ୟାଚର ବିଜେତା ଦଳ ହିଁ ସେମିକୁ ଯିବ।

Updating...