LIVE TV

Womens ODI World Cup: ଆଇସିସିର ବଡ଼ ନିଷ୍ପତ୍ତି, ୨୦୨୯ ମହିଳା ବିଶ୍ୱକପରେ ଭାଗ ନେବେ ୧୦ ଟିମ୍

NEWS7
kolkata-hotel-for-3-odis-die-of-jagatsinghpur-district

ନୂଆଦିଲ୍ଲୀ: ଆଇସିସି ମହିଳା ଦିନିକିଆ ବିଶ୍ୱକପ ୨୦୨୯କୁ ନେଇ ବଡ଼ ଖବର ସାମନାକୁ ଆସିଛି । ଏବେ ଏହି ଟୁର୍ଣ୍ଣାମେଣ୍ଟରେ ୮ ପରିବର୍ତ୍ତେ ୧୦ ଟିମ୍ ଅଂଶଗ୍ରହଣ କରିବେ । ଆଇସିସି ନିଜ ବୟାନରେ କହିଛି ଯେ ବୋର୍ଡ ନିକଟରେ ଶେଷ ହୋଇଥିବା ଟୁର୍ଣ୍ଣାମେଣ୍ଟରେ ସଫଳତାକୁ ଦେଖି ଆଗାମୀ ସଂସ୍କରଣରେ ଟିମ୍ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନେଇଛି । ଆଇସିସି କହିଛି, ପ୍ରାୟ ୩ ଲକ୍ଷ ଦର୍ଶକ ଷ୍ଟାଡିୟମକୁ ଆସି ଏହି ଆୟୋଜନକୁ ଦେଖିଥିଲେ, ଯାହା କୌଣସି ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ଯାଏର ସବୁଠୁ ବଡ଼ ଦର୍ଶକ ସଂଖ୍ୟା । ଏହି ଟୁର୍ଣ୍ଣାମେଣ୍ଟ ଟିଭି ଓ ଡିଜିଟାଲ୍ ପ୍ଲାଟଫର୍ମରେ ବି ନୂଆ ରେକର୍ଡ କରିଛି । ଭାରତରେ ପ୍ରାୟ ୫୦ କୋଟି ଦର୍ଶକ ଏହାକୁ ଦେଖୁଛନ୍ତି ।" ଆଇସିସି ଅନୁସାରେ ଏହି ଲୋକପ୍ରିୟତା ଏବଂ ମହିଳା କ୍ରିକେଟର ଦ୍ରୁତ ବଢ଼ୁଥିବା ପ୍ରଭାବକୁ ଦୃଷ୍ଟିରେ ରଖି, ବିଶ୍ୱକପ୍ ଆହୁରି ବିସ୍ତାର କରିବାର ଏହା ସଠିକ୍ ସମୟ ।

ଆଇସିସି ମହିଳା ଦିନିକିଆ ବିଶ୍ୱକପରେ ଭାରତର ଐତିହାସିକ ଟାଇଟଲ୍ ବିଜୟ ଦେଶରେ କ୍ରିକେଟ୍ ପ୍ରସାରଣ ପାଇଁ ନୂତନ ମାନଦଣ୍ଡ ସ୍ଥାପନ କରିଛି । ମୋଟ ୪୪୬ ନିୟୁତ ଦର୍ଶକ ଡିଜିଟାଲ୍ ପ୍ଲାଟଫର୍ମରେ ଟୁର୍ଣ୍ଣାମେଣ୍ଟ ଦେଖିଛନ୍ତି । ଜିଓ ହଟଷ୍ଟାର ଶୁକ୍ରବାର ଏକ ରିଲିଜରେ କହିଛି ଯେ ୧୮୫ ନିୟୁତ ଉପଭୋକ୍ତା ଏହାର ପ୍ଲାଟଫର୍ମରେ ମହିଳା ବିଶ୍ୱକପ୍ ଫାଇନାଲ୍ ଦେଖିଛନ୍ତି । ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ଆଇସିସି ଟାଇଟଲ୍ ଜିତିଛି ।

ଫାଇନାଲରେ ଦର୍ଶକଙ୍କ ସଂଖ୍ୟା ଆଇପିଏଲର ଦୈନିକ ହାରାହାରି ଅପେକ୍ଷା ଅଧିକ ଥିଲା । ଗତ ବର୍ଷ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପୁରୁଷ ଟି-୨୦ ବିଶ୍ୱକପ୍ ଫାଇନାଲ୍ ସମୟରେ ରେକର୍ଡ ହୋଇଥିବା ଦର୍ଶକଙ୍କ ସଂଖ୍ୟା ସହିତ ସମାନ ଥିଲା । ମୁଖ୍ୟ ପ୍ରସାରକ କହିଛି ଯେ ୪୪୬ ନିୟୁତ ଦର୍ଶକଙ୍କ ସଂଖ୍ୟା ମହିଳା କ୍ରିକେଟ୍ ପାଇଁ ଏପର୍ଯ୍ୟନ୍ତ ସର୍ବାଧିକ । ଗତ ତିନୋଟି ମହିଳା ବିଶ୍ୱକପର ମିଳିତ ମୋଟ ସଂଖ୍ୟାକୁ ଅତିକ୍ରମ କରିଛି।" ମହିଳା ବିଶ୍ୱକପ୍ ଫାଇନାଲ୍ ୨୧ ନିୟୁତ ଦର୍ଶକଙ୍କୁ ଆକର୍ଷଣ କରିଥିଲା । କନେକ୍ଟେଡ୍ ଟିଭି (CTV)ରେ ଏହି ଐତିହାସିକ ମ୍ୟାଚକୁ ୯୨ ନିୟୁତ ଲୋକ ଦେଖିଥିଲେ । ଯାହା ୨୦୨୪ ଟି-୨୦ ବିଶ୍ୱକପ୍ ଫାଇନାଲ୍ ଏବଂ ୨୦୨୩ ବିଶ୍ୱକପ୍ ଫାଇନାଲର କନେକ୍ଟେଡ୍ ଦର୍ଶକଙ୍କ ସଂଖ୍ୟା ସହ ସମାନ ।