ଛତିଶଗଡ଼ରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା: ଟଳିଲା ଶୀର୍ଷ ମାଓ କମାଣ୍ଡର ପାପା ରାଓ

NEWS7
kohli-needs-five-sixes-to-surpass-record-most-sixes-in-ipl-

ବିଜାପୁର: ଛତିଶଗଡ଼ର ବିଜାପୁରରେ ସୁରକ୍ଷା କର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଶୀର୍ଷ ନକ୍ସଲ କମାଣ୍ଡର ପାପା ରାଓ ଏନକାଉଣ୍ଟରରେ ନିହତ ହୋଇଛି । ହିଡମାର ମୃତ୍ୟୁ ପରେ, ନକ୍ସଲ କମାଣ୍ଡର ପାପା ରାଓକୁ ନିପାତ କରି ସୁରକ୍ଷା ବାହିନୀ ବଡ଼ ସଫଳତା ହାସଲ କରିଛି । ଏନକାଉଣ୍ଟରରେ ଆଉ ଜଣେ ନକ୍ସଲ ମଧ୍ୟ ନିହତ ହୋଇଥିବା ଜଣାପଡ଼ିଛି ।

ଘଟଣାସ୍ଥଳରୁ ଦୁଇଟି AK47 ରାଇଫଲ ମଧ୍ୟ ଉଦ୍ଧାର କରିଛନ୍ତି ସୁରକ୍ଷା କର୍ମୀ । ନକ୍ସଲ କମାଣ୍ଡର ପାପା ରାଓ ଛତିଶଗଡ଼ର ବସ୍ତର ଅଞ୍ଚଳରେ, ବିଶେଷକରି ବିଜାପୁର ଏବଂ ସୁକମା ଅଞ୍ଚଳରେ ସକ୍ରିୟ ଥିଲା । ପୋଲିସ ଅଧିକ୍ଷକ ଜିତେନ୍ଦ୍ର ଯାଦବ କହିଛନ୍ତି ଯେ, ଏନକାଉଣ୍ଟର ଜାରି ରହିଛି। ପାପା ରାଓ ଭୈରମଗଡ଼ ପଶ୍ଚିମ ବସ୍ତର କ୍ଷେତ୍ର କମିଟି ସହିତ ଜଡିତ ଆକ୍ରମଣରେ ସାମିଲ ଥିଲା ।

ପାପା ରାଓ ସୁରକ୍ଷା ବାହିନୀ ବିରୁଦ୍ଧରେ ଅନେକ ହିଂସାକାଣ୍ଡ ଘଟାଇଥିଲା । ପାପା ରାଓ ବିରୁଦ୍ଧରେ ୪୦ ରୁ ଅଧିକ ଅପରାଧିକ ମାମଲା ଏବଂ ଗିରଫଦାରୀ ୱାରେଣ୍ଟ ରହିଥିଲା । ଅଧିକାରୀଙ୍କ ଅନୁଯାୟୀ, ସେ PLGA ପାଇଁ ଅସ୍ତ୍ରଶସ୍ତ୍ର, ନିଯୁକ୍ତି ଏବଂ ଲଜିଷ୍ଟିକ୍ସ ପାଇଁ ଦାୟୀ ଥିଲା।

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ମଧ୍ୟରେ ସୁରକ୍ଷା ବାହିନୀ ବିଜାପୁରର କାଣ୍ଡୁଲନାର ଜଙ୍ଗଲରେ ବଡ଼ ଧରଣର ଅପରେସନ୍ କରିଛନ୍ତି। ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ପାପା ରାଓର ପତ୍ନୀ ଉର୍ମିଲା (କ୍ଷେତ୍ର କମିଟି ସଚିବ ଥିଲା) ସମେତ ଅନେକ ନକ୍ସଲଙ୍କୁ ନିପାତ କରିଛି । ପାପା ରାଓ ସେତେବେଳେ ଖସିଯିବାରେ ସଫଳ ହୋଇଥିଲା । କିନ୍ତୁ ଆଜି ତାର ଅନ୍ତ ଘଟିଛି ।