ଏବେ ୧୪ ବର୍ଷ ବୟସର କିଶୋରଙ୍କ ଉପରେ ଚାଲି ପାରିବ ନିୟମିତ ମୋକଦ୍ଦମା! ସଂସଦରେ ଉପସ୍ଥାପନ ହେବ ପ୍ରାଇଭେଟ ବିଲ୍

NEWS7
kohli-becomes-first-ever-player-to-hit-1000-boundaries-in-ipl-

ନୂଆଦିଲ୍ଲୀ ୬।୧୨: ଦିଲ୍ଲୀ ବିଜେପି ସାଂସଦ ମନୋଜ ତିୱାରୀ କହିଛନ୍ତି ଯେ ସେ କିଶୋର ନ୍ୟାୟ ଅଧିନିୟମ ୨୦୧୫ରେ ଜଘନ୍ୟ ଅପରାଧ ନିମନ୍ତେ କିଶୋରଙ୍କ ଆୟୁ ସୀମା ହ୍ରାସ କରି ୧୪ ବର୍ଷ କରିବାକୁ ପ୍ରସ୍ତାବ ଦେବେ। ଏଥି ପାଇଁ ସେ ଲୋକସଭାରେ ଏକ ପ୍ରାଇଭେଟ ବିଲ୍ ଉପସ୍ଥାପନ କରି ଏହି ପ୍ରସ୍ତାବ ପେସ୍ କରିବା ପାଇଁ ଯୋଜନା କରୁଛନ୍ତି। ସେ କହିଛନ୍ତି ଯେ ୧୭ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ କିଶୋର କୁହାଯାଏ ଓ ଏଥି ଲାଗି ଆମର କିଶୋର ନ୍ୟାୟ ଅଧିନିୟମ ୨୦୧୫ ରହିଛି।

ସେ କହିଛନ୍ତି ଯେ ଏକ ସର୍ଭେକ୍ଷଣରୁ ଜଣାପଡିଛି ୧୫-୧୭ ବର୍ଷ ବୟସର ପିଲାଏ ଜଘନ୍ୟ ଅପରାଧରେ ଶାମିଲ ହେଉଛନ୍ତି। ଏଣୁ ଆମେ କିଶୋର ଆୟୁକୁ ହ୍ରାସ କରି ୧୪ କରିବାକୁ ପ୍ରସ୍ତାବ ଦେବୁ, କାରଣ ମୁଁ ଏପରି ଅନେକ ଉଦାହରଣ ଦେଖିଲାଣି । ଜଣେ କିଶୋର ୩ ହତ୍ୟା ପାଇଁ ଦାୟି ଥିଲା। ଏଥି ପାଇଁ ସେ ସୁଧାର ଗୃହ ଯାଇଥିଲା ସେଠାରୁ ଫେରି ପୁଣି ହତ୍ୟା କରିଛି। ଏଣୁ ଏହା ଉପରେ ନିଶ୍ଚିତ ରୂପେ ବିଚାର କରାଯିବା ଦରକାର। ଅନେକ ଚିନ୍ତା କରିବା ପରେ ମୁଁ ଏହି ପ୍ରସଙ୍ଗକୁ ଏକ ପ୍ରାଇଭେଟ ବିଲ୍ ମାଧ୍ୟମରେ ଉପସ୍ଥାପନ କରିବାକୁ ଯାଉଛି।

ମନୋଜ ତିୱାରୀ କହିଛନ୍ତି ଯେ ପ୍ରାଇଭେଟ ବିଲ ପାଇଁ ମୁଁ ପ୍ରାୟତଃ ପ୍ରସଙ୍ଗ ସନ୍ଧାନରେ ଥାଏ ଓ ଏଥିରେ ଏହା ଏକ ପ୍ରସଙ୍ଗ। ଆମେ କହୁନା ଅପରାଧି କେବଳ ୧୫,୧୬ ଅଥବା ୧୭ ବର୍ଷର ହୁଅନ୍ତୁ, ତେବେ ଏହି ବୟସରେ ସେମାନେ ଜଘନ୍ୟ ଅପରାଧ କରି ବର୍ତ୍ତି ଯାଉଛନ୍ତି। ଏଣୁ ମୁଁ ଚାହୁଁଛି ଆୟୁ ହ୍ରାସ କରି ୧୪ ବର୍ଷ କରାଯାଉ ଯାହା ଦ୍ୱାରା ଏପରି ଅପରାଧ ସ୍ଥଳେ ସେମାନଙ୍କ ବିରୋଧରୋ ସ୍ୱଭାବିକ ମୋକଦ୍ଦମା ଚଳା ଯାଉ।