ଲୋଭରେ ପଡ଼ି ଭୁଲ କରିବେ, ଏହି ରାଶିର ବ୍ୟକ୍ତି ଭ୍ରମଣରେ ଯାଇ ପାରନ୍ତି

Published By : Prameya-News7 Bureau | April 13, 2024 IST

ମେଷ - ତୃତୀୟ ଚନ୍ଦ୍ର ଯୋଗୁଁ ରବିବାର ଆପଣ ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ । ନୂତନ ଜ୍ଞାନ ଆହରଣର ସୁଯୋଗ ମିଳିବ । କାର୍ଯ୍ୟ କ୍ଷେତ୍ରରେ ନିଶ୍ଚିତ ଆଗକୁ ବଢିବେ । ଛାତ୍ର ଛାତ୍ରୀ ମାନେ ସମୟର ଦୁରୁପଯୋଗ କରିବେ ।

ବୃଷ - ଲୋଭରେ ପଡ଼ି ଭୁଲ କରିବେ ହେଲେ ମଧ୍ୟ କିଛି ଖୁସି ଖବର ପାଇ ଆତ୍ମସନ୍ତୋଷ ଲାଭ କରିବେ । ପାରିବାରିକ ସମସ୍ୟାର ସମାଧାନ ହେବ । ନୂତନ ନିର୍ମାଣ ପାଇଁ ଦିନଟି ଶୁଭ ଦାୟକ ରହିଛି ।ବିଦ୍ୟାର୍ଥୀ ମାନେ ନୂତନ ପ୍ରୟାସ କରିବେ ।

ମିଥୁନ - ଆସନ୍ତାକାଲି ମିଥୁନ ରାଶି କୁ ଶ୍ରୀ ଚନ୍ଦ୍ର । ଧନ ଲାଭର ଯଥେଷ୍ଟ ସମ୍ଭାବନା ରହିଛି । ନିଜ ଲୋକଙ୍କ ସହ ଭ୍ରମଣରେ ଯାଇ ପାରନ୍ତି । କର୍ଯ୍ୟବ୍ୟସ୍ତତା ଭିତରେ ଦିନଟି କଟିବ । ପରିବାରରେ ସମସ୍ତ ଆବଶ୍ୟକତା ପୂରଣ କରିବେ । 

କର୍କଟ - ଅଧିକ ପରିଶ୍ରମ ହୋଇ ପାରେ । ଜାଣିବାର ଇଚ୍ଛା ରବିବାର କିଛି ନୂଆ ବାଟ ଦେଖାଇବ । ଅର୍ଥ ନିବେଶ ପାଇଁ ଦିନଟି ଅତି ଉତ୍ତମ ରହିଛି । କର୍ମ କ୍ଷେତ୍ରରେ ଉନ୍ନତି ଯୋଗ ଅଛି । ପରିବାର ସହ ନିଜକୁ ମଧ୍ୟ ସମୟ ଦେବେ । ବିଦ୍ୟାର୍ଥୀ ମାନେ ଚଞ୍ଚଳ ହେବେ ।

ସିଂହ - ସବୁ କାର୍ଯ୍ୟରେ ଆସନ୍ତାକାଲି ସାବଧାନତା ଅବଲମ୍ବନ କରନ୍ତୁ । ମାଲି ମୋକଦ୍ଦମାରେ ଜୟଯୁକ୍ତ ହେବେ । ଧନ ଲାଭର ଯୋଗ ଅଛି । ପରିବାର ସହ ସମୟ କାଟିବେ । କର୍ମ କ୍ଷେତ୍ରରେ ପରୋପକାର କରି ସମ୍ମାନିତ ହେବେ । ମନରେ ଉଦାରତା ରହିବ ।

କନ୍ୟା - ଘାତ ଚନ୍ଦ୍ର ରହିଥିବାରୁ କୌଣସି ଦ୍ରବ୍ୟ ନଷ୍ଟ ହୋଇ ପାରେ । ମାନସିକ ଓ ଆର୍ଥିକ ସ୍ଥିତିରେ ପ୍ରଗତି ହେବ । ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଅନେକ ଲାଭ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଛାତ୍ର ଛାତ୍ରୀମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ । 

ତୁଳା - ଦୂର ଯାତ୍ରା କରିବାର ଯୋଗ ରହିଛି । ଦିନଟି ବ୍ୟସ୍ତ ବହୁଳ ରହିବ । ଅର୍ଥ ପ୍ରାପ୍ତି ର ସମ୍ଭାବନା ଅଛି । ଚାକିରି କ୍ଷେତ୍ର ରେ ନିଜକୁ ଅପ୍ରସ୍ତୁତ ମନେ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ ।

ବିଛା - ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ । ଛୋଟ କଥାରେ ସମସ୍ୟା ଉପୁଜିବ। ଅବଶ୍ୟ ଧନ ପ୍ରାପ୍ତିର ଯୋଗ ରହିଛି । କାହାକୁ ଉଧାର ଦିଅନ୍ତୁ ନାହିଁ । ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ । ବିଦ୍ୟାର୍ଥୀ ମାନେ ଅବହେଳିତ ହେବେ ।

ଧନୁ - ସ୍ବାସ୍ଥ୍ୟ ଅବସ୍ଥା ଉତ୍ତମ ରହିବ । ଭାବିଚିନ୍ତି ଅର୍ଥ କାରବାର କରନ୍ତୁ । ପ୍ରେମ ସମ୍ପର୍କ ଗଭୀର ହେବ । ବିଦ୍ୟାର୍ଥୀମାନେ ଅନ୍ୟ ସ୍ଥାନକୁ ଯାତ୍ରା କରି ପାରନ୍ତି । ବ୍ୟବସାୟରେ କ୍ଷତି ସହିବେ । ନିଜ କାର୍ଯ୍ୟ ଦ୍ଵାରା ପ୍ରଶଂସିତ ହେବେ ।

ମକର - ଭାଗ୍ୟର ସାଥ ରବିବାର ଆପଣଙ୍କୁ ମିଳିବ। ନିହାତି ଭାବରେ ଶୁଭ ସମାଚାର ପ୍ରାପ୍ତ ହେବ । ଉଧାର ଦେଇଥିବା ଧନକୁ ଫେରି ପାଇବେ । ମନ ପ୍ରସନ୍ନ ରହିବ । ପରିବାର ସହ ସମୟ ଅତିବାହିତ କରିବେ। ବୌଦ୍ଧିକ କାର୍ଯ୍ୟରେ ବାଧା ଉପୁଜିପାରେ ।

କୁମ୍ଭ - ବନ୍ଧୁଙ୍କ ସାହାଯ୍ୟ ମିଳିବ । ଚାକିରିରେ ପଦୋନ୍ନତି ଯୋଗ ଅଛି । ଜୀବନ ସାଥିଙ୍କ ସହ ଯୋଗ ମିଳିବ। ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ । କୌଣସି ଧର୍ମ ସ୍ଥାନକୁ ଯାତ୍ରା କରି ପାରନ୍ତି । ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବ ।

ମୀନ - ବନ୍ଧନ ଯୋଗ ରହିଛି । ବାହ୍ୟ ଶତ୍ରୁଙ୍କ ଦ୍ଵାରା ପ୍ରଭାବିତ ହେବେ । ଅଯଥା ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି । କର୍ମ କ୍ଷେତ୍ରରେ ଆଶା ଠାରୁ ଅଧିକ ଫଳ ପ୍ରାପ୍ତି ହେବ। ବାହ୍ୟ ଲୋକଙ୍କ ପାଇଁ ପରିବାରରେ ସମସ୍ୟା ଦେଖା ଦେବ ।

ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ ,ଜ୍ୟୋତିଷ , ଯାଜପୁର

ଯୋଗାଯୋଗ - 8249826682

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.