ଯୁଦ୍ଧ ପାଇଁ ସେୟାର ବଜାର କ୍ରାଶ୍, ନିବେଶକ ହରାଇଲେ ୯ ଲକ୍ଷ କୋଟି ଟଙ୍କା

NEWS7
know-your-sunday-14-april-horscope-

ମୁମ୍ବାଇ, ୦୪ /୦୩: ସାରା ଦେଶରେ ହୋଲିର ମାହୋଲ । ସମସ୍ତେ ପରସ୍ପରକୁ ରଙ୍ଗ ଲଗାଇ ଧୁମଧାମରେ ଉତ୍ସବ ପାଳନ କରୁଛନ୍ତି । କିନ୍ତୁ ଇରାନ-ଇସ୍ରାଏଲ ଏବଂ ଆମେରିକା ଯୁଦ୍ଧରେ ଦୋହଲି ଯାଇଛି ଭାରତୀୟ ସେୟାର ବଜାର । ବଜାର ଖୋଲିବା ପରେ ସେନସେକ୍ସ ଏବଂ ନିଫ୍ଟି କ୍ରାଶ୍ କରିଯାଇଛି ।

ବୁଧବାର ସେନସେକ୍ସ ୧୭୦୦ ଅଙ୍କ ଖସି ୭୮୬୦୦ରେ ଟ୍ରେଡ୍ କରୁଛି । ନିଫ୍ଟି ମଧ୍ୟ ୫୦୦ ଅଙ୍କ ଖସି ୨୪୩୫୦ରେ ଟ୍ରେଡ୍ କରୁଛି । ଅନ୍ୟ ଦିଗରେ ବ୍ୟାଙ୍କ୍ ନିଫ୍ଟି ମଧ୍ୟ ୧୦୦୦ ଅଙ୍କ ତଳକୁ ଖସିଛି ।

ବିଏସଇର ଟପ୍ ୩୦ ସେୟାର ଉପରେ ନଜର ପକାଇଲେ ଟେକ୍ କମ୍ପାନୀକୁ ଛାଡି ଅନ୍ୟ ସବୁ କ୍ଷତିରେ କାରବାର କରୁଛନ୍ତି । ଏଲ ଆଣ୍ଡ୍ ଟି ସେୟାର ସବୁଠୁ ଅଧିକ ୬ ପ୍ରତିଶତ ତଳକୁ ଖସିଛି । ମହିନ୍ଦ୍ରା ଏବଂ ଇଣ୍ଡିଗୋ ସେୟାର ଦାମ୍ କମିଛି ।

ମାର୍କେଟ୍ କ୍ରାଶ୍ କରିବା କାରଣରୁ ନିବେଶକ ପ୍ରାୟ ୯ ଲକ୍ଷ କୋଟି ଟଙ୍କା ହରାଇଛନ୍ତି । ସୋମବାର ମାର୍କେଟ୍ କ୍ୟାପ୍ ୪୫୬ ଲକ୍ଷ କୋଟି ଟଙ୍କା ଥିଲା । ଏହା ବୁଧବାର ୪୪୭ ଲକ୍ଷ କୋଟିକୁ ଆସିଯାଇଛି । ଅର୍ଥାତ ଆଜି ନିବେଶକଙ୍କ ନିବେଶ ୯ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।