ମେଷ- ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ । ପ୍ରତିରୋଧର ଶିକାର ହେବେ । ଅଜଣା ବ୍ୟକ୍ତିଙ୍କ ପାଇଁ ଠକାମୀର ଶିକାର ହୋଇ ପାରନ୍ତି । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଆଳସ୍ୟ ରେ କଟିବ ।
ବୃଷ - ଦିନଟିରେ ସେବା ପୂଜାରେ ମନୋନିବେଶ କରିବେ । ନିଜକୁ ସର୍ବଦା ବ୍ୟସ୍ତ ରଖିବେ । ବ୍ୟବସାୟ ଭଲ ହେବ । ଛାତ୍ର ଛାତ୍ରୀ ମାନେ ପାଠରେ ମନଯୋଗ ଦେବେ । ବାକିଥିବା କାର୍ଯ୍ୟ ସଫଳ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ମିଥୁନ- ନିବେଶ କରିଥିବା ଧନରୁ ଆପଣ ବହୁତ ଲାଭ ପାଇ ପାରିବେ ସମ୍ମାନ ପ୍ରାପ୍ତି ହେବାର ଯୋଗରହିଛି। ବ୍ୟବସାୟ ରେ ଉତ୍ତମ ଫଳ ପ୍ରାପ୍ତ ହେବ । ପ୍ରେମ ସମ୍ପର୍କ ସୁଦୃଢ ହେବ । କୌଣସି ସ୍ଥାନ କୁ ଭ୍ରମଣ ର ଯୋଗ ମଧ୍ୟ ରହିଛି ।
କର୍କଟ - ଦ୍ଵିତୀୟ ଚନ୍ଦ୍ର କାଳ ଭୋଗ ହେତୁ ଆପଣଙ୍କୁ କେହି ନିଜ କର୍ମରୁ ହଟି ଅନ୍ୟ କର୍ମ କରିବା ପାଇଁ ବାଧ୍ୟ କରି ପାରନ୍ତି । ମହିଳା ମାନଙ୍କୁ କିଛି ଅସୁବିଧା ର ସମ୍ମୁଖୀନ ହେବାକୁ ପଡିପାରେ । ଛାତ୍ର ଛାତ୍ରୀ ମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ।
ସିଂହ - ସିଂହ ରାଶି ପାଇଁ କଲ୍ୟାଣୀ ଚନ୍ଦ୍ର ବା ଶ୍ରୀ ଚନ୍ଦ୍ର ତେଣୁ ଦିନଟି ଆପଣଙ୍କୁ ଉତ୍ତମ ଫଳ ପ୍ରଦାନ କରିବ । ଧନଧାନ୍ୟରେ ବୃଦ୍ଧି ଘଟି ପାରେ। ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇ ପାରେ ।
କନ୍ୟା - ଦ୍ଵାଦଶ ଚନ୍ଦ୍ର କାରଣରୁ ଅନ୍ୟ ଚର୍ଚ୍ଚା କରି ସମୟ ନଷ୍ଟ କରିବେ । ଅଧିକ ପରିଶ୍ରମ ରେ ଦିନଟି କଟିବ । ବ୍ୟବସାୟ ରେ ଆସନୁରୂପ ଫଳ ପ୍ରାପ୍ତି ହେବ । ଛାତ୍ର ଛାତ୍ରୀ ମାନେ ସମୟ ନଷ୍ଟ କରିବେ । ବହୁ ସମୟରୁ ଲାଗି ରହିଥିବା କଳହ ର ଆଜି ପୂର୍ଣ୍ଣଚ୍ଛେଦ ପଡ଼ିବ। ।
ତୁଳା - ଦେଇଥିବା ଧନ ରାଶି ଆପଣ ଫେରି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ।ଏକାଦଶ ଚନ୍ଦ୍ର ରହିଥିବାରୁ ସର୍ବ କାର୍ଯ୍ୟ ସଫଳ ହେବ । ବ୍ୟବସାୟ ରେ ଆର୍ଥିକ ସ୍ଥିତି ଦୃଢ଼ ହେବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନୂତନ ସ୍ଥାନ ପ୍ରାପ୍ତି ଯୋଗ ରହିଛି ।
ବିଛା - ସର୍ବ କାର୍ଯ୍ୟରେ ସିଦ୍ଧି ଯୋଗ ରହିଛି । ଯାତ୍ରା କରିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ ଦାୟକ ରହିଛି । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବା ସହିତ ଅଚାନକ ଧନ ପ୍ରାପ୍ତି ର ସମ୍ଭାବନା ରହିଛି । ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିବ ।
ଧନୁ - ଖର୍ଚ୍ଚାନ୍ତ ହେବେ । ଆତ୍ମବିଶ୍ୱାସର ଅଭାବ ହେବ ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାର ସହିତ ଏକ ଧାର୍ମିକ ସ୍ଥାନକୁ ଯାଇପାରନ୍ତି । ବିଦ୍ୟାର୍ଥୀ ମାନେ ବହୁ ପରିଶ୍ରମ ରେ ଅଳ୍ପ ଫଳ ପ୍ରାପ୍ତ କରିବେ ।
ମକର - ବ୍ୟୟ ଅଧିକ ହେବ ।ଉଧାର ଦିଅନ୍ତୁ ନାହିଁ । ବନ୍ଧୁ ମାନଙ୍କ ସହ ମନ ମାଳିନ୍ୟ ଘଟି ପାରେ । ନୂତନ ଜାଗା କୁ ବୁଲିବାକୁ ଯିବେ । ବିବାଦୀୟ ପରିସ୍ଥିତି ଉପୂଜି ପାରେ । ବୈବାହିକ ଜୀବନ ଜଞ୍ଜାଳ ମୟ ହେବ ।ଛାତ୍ର ଛାତ୍ରୀ ମାନେ ଅବହେଳିତ ହେବେ ।
କୁମ୍ଭ - ସପ୍ତମ ଚନ୍ଦ୍ର ରହି ଥିବାରୁ ଅଧିକ ଆୟ ର ଯୋଗ ରହିଛି । ପତ୍ନୀଙ୍କ ଠାରୁ କିଛି ଉପହାର ମିଳି ପାରେ । ଛାତ୍ର ଛାତ୍ରୀ ମାନ ଙ୍କ ପାଇଁ ଦିନଟି ଭଲ ରହିଛି । ନିଜକୁ ଆଜି ଆଶଙ୍କା ଭିତରେ ରଖିବେ । ଖୁସି ହେବାକୁ ଚାହୁଁ ଥିଲେ ବି ହୋଇ ପାରିବେ ନାହିଁ ।
ମୀନ - ଷଷ୍ଠ ଚନ୍ଦ୍ର ଯୋଗୁଁ ସର୍ବ କାର୍ଯ୍ୟ ରେ ସିଦ୍ଧି ହେବ।ପରିଶ୍ରମ ଅଧିକ ହେବ । ଅଚାନକ ଧନ ପ୍ରାପ୍ତି ର ସମ୍ଭାବନା ରହିଛି । ଛାତ୍ର ଛାତ୍ରୀ ଙ୍କ ପରିଶ୍ରମ ର ଫଳ ପ୍ରାପ୍ତି ହେବ । ନୂତନ ବସ୍ତୁ କିମ୍ବା ଅଳଙ୍କାର କ୍ରୟ କରିବେ । ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତା ରେ ବିଜୟ ହାସଲ କରିବେ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – 8249826682