ଜୁନ୍‌ ୧୦ ତାରିଖ, ସୋମବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | June 10, 2024 IST

ମେଷ- ନିବେଶ କରିଥିବା ଧନରୁ ବହୁତ ଲାଭ ପାଇପାରିବେ । ପରିବାରରେ ସାମାନ୍ୟ କଳହ ଯୋଗ ରହିବ । ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ । ପ୍ରେମ ସମ୍ପର୍କ ସୁଦୃଢ ହେବ।

ବୃଷ-  କର୍ମ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ । ଅଧିକ ପରିଶ୍ରମ ଯୋଗୁଁ ଆଳସ୍ୟର ବଶବର୍ତ୍ତୀ ହେବେ।  ସ୍ବାସ୍ଥ୍ୟରେ କିଛି ସମସ୍ୟା ଉପୁଜିବାର ସମ୍ଭାବନା ଅଛି । ପ୍ରେମ ସମ୍ପର୍କରେ ଉନ୍ନତି ଘଟିବ । ଛାତ୍ରଛାତ୍ରୀମାନେ ଫଳକୁ ନେଇ ଉତ୍ସାହିତ ରହିବେ ।

ମିଥୁନ- କିଛି ଶାରୀରିକ ସମସ୍ୟା ଦେଖା ଦେବ । ଦିନଟି ମଧ୍ୟମ ଫଳ ପ୍ରାପ୍ତ ଦେବ । କର୍ମ କ୍ଷେତ୍ରରେ ଆଳସ୍ୟ ଦେଖା ଦେବ । ବ୍ୟବସାୟୀମାନଙ୍କ ପାଇଁ ଦିନଟି ବହୁତ ଲାଭଦାୟକ ରହିଛି । ଚାଷୀମାନେ ଉପଯୁକ୍ତ ପରିଶ୍ରମର ମୂଲ୍ୟ ପାଇବେ ।

କର୍କଟ-  କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶ୍ରୀ ଚନ୍ଦ୍ର । ଦେହ ମନ ଖୁବ ଭଲ ରହିବ । ପରିଶ୍ରମର ଫଳ ବହୁତ ଭଲ ରହିବ । ଭବିଷ୍ୟତ ପାଇଁ କିଛି ବଡ଼ ନିଷ୍ପତ୍ତି ନେବେ । ବ୍ୟବସାୟରେ ଲାଭ ଯୋଗ ରହିଛି ।

ସିଂ-   ବାହାରକୁ ଯାତ୍ରା କରିବାର ଯୋଗ ରହିଛି । ଯାତ୍ରା ସମୟରେ ଆଶୀର୍ବାଦ ନେଇ ଯାଆନ୍ତୁ । କର୍ମ କ୍ଷେତ୍ରରେ ବାଧା ଉପୁଜିପାରେ ।  ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦେଖାଯିବ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଛାତ୍ର ଛାତ୍ରୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ।

କନ୍ୟା- ନିଜ କର୍ମରେ ବହୁତ ବ୍ୟସ୍ତ ରହିବେ । ବିରୋଧୀମାନେ ଅନିଷ୍ଟ କରିବାକୁ ଚେଷ୍ଟା କରିବେ । ଘନିଷ୍ଠ ବନ୍ଧୁଙ୍କ ସହ କିଛି ସମୟ ଅତିବାହିତ କରିବେ । ଧନ ପ୍ରାପ୍ତିର ଯୋଗ ରହିଛି । ଛାତ୍ର ଛାତ୍ରୀମାନେ ବିଶେଷ ଉପକୃତ ହେବେ ।

ତୁଳା- କର୍ମ କ୍ଷେତ୍ରରେ ଧ୍ୟାନର ସହ କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । କିଛି ନୂଆ ସୁଯୋଗ ସୃଷ୍ଟି ହୋଇପାରେ । ପାରିବାରିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀମାନେ କର୍ମ ଚଞ୍ଚଳ ରହିବେ ।

ବିଛା- କର୍ମ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରିବେ । ବନ୍ଧୁଙ୍କ ସାହାଯ୍ୟ ମିଳିବ । ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ । ପ୍ରେମ ସମ୍ପର୍କ ସୁଦୃଢ ହେବ । ବ୍ୟବସାୟରେ ସାମାନ୍ୟ ଅସୁବିଧା ଦେଖାଦେଇପାରେ ।

ଧନୁ- ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହ ସମ୍ପର୍କ ଭଲ ରହିବ । ଦେହ ସାମାନ୍ୟ ରୋଗାଗ୍ରସ୍ତ ହୋଇପାରେ । ପରିବାରରେ ପତ୍ନୀଙ୍କ ସହ କଳହ ଯୋଗ ରହିଛି । ବ୍ୟବସାୟୀମାନେ ଏତେ ଲାଭ ପାଇବେ ନାହିଁ । ଭ୍ରମଣ ଯୋଗୁଁ ଆଳସ୍ୟ ଯୋଗ ରହିଛି ।

ମକର- ଲାଗି ରହିଥିବା କାର୍ଯ୍ୟ ସମ୍ପୂର୍ଣ ହେବ ।  ଶାରୀରିକ ଓ ମାନସିକ ଖୁସି ମିଳିବ ।  ନୂତନ କାର୍ଯ୍ୟର ଆରମ୍ଭ ମଧ୍ୟ କରିବେ । ସ୍ବାସ୍ଥ୍ୟରେ କିଞ୍ଚିତ ସମସ୍ୟା ଦେଖାଦେବ । ପତ୍ନୀଙ୍କ ସହ ମନୋମାଳିନ୍ୟ ହେବାର ସମ୍ଭାବନା ରହିଛି ।

କୁମ୍ଭ- କର୍ମ କ୍ଷେତ୍ରରେ କିଛି ନୂଆ କରିବା ପାଇଁ ନିଜେ ପଦକ୍ଷେପ ନେଇପାରନ୍ତି । ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀଙ୍କ ପାଇଁ ଦିଅନ୍ତି ଅତ୍ୟନ୍ତ ଶୁଭ ଦାୟକ ରହିଛି । 

ମୀନ- ଧନ ଉପାର୍ଜନ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଦାୟକ ରହିଛି । କିଛି ପୂର୍ବ ସମସ୍ୟାକୁ ନେଇ ଚିନ୍ତା ଗ୍ରସ୍ତ ହୋଇପାରନ୍ତି । ଖାଦ୍ୟରେ ନିୟନ୍ତ୍ରଣ ରଖନ୍ତୁ । ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିପାରେ । ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବା । ପ୍ରେମ ସମ୍ପର୍କ ନିବିଡ଼ ହେବ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.