ଆପଣଙ୍କୁ ମିଶ୍ର ଫଳ ମିଳିବ, ଧନରୁ ଉତ୍ତମ ଲାଭ ମିଳିବାର ସମ୍ଭାନବା ରହିଛି

Published By : Prameya-News7 Bureau | May 04, 2024 IST

ମେଷ -  ଦ୍ଵାଦଶ ଚନ୍ଦ୍ର କାଳ ଭୋଗ ହେତୁ ଦିନଟି ଆପଣଙ୍କୁ ମିଶ୍ର ଫଳ ପ୍ରଦାନ କରିବ । ଗୃହରେ କଳହ  ଯୋଗ ସହିତ ମାନସିକ ଅଶାନ୍ତି ଦେଖା ଦେବ । ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଅବନତି ଘଟିବ । ବ୍ୟବସାୟ ମଧ୍ୟମ ଫଳ ଦେବ । ବିଦ୍ୟାର୍ଥୀ ମାନେ ଆଶାବାଦୀ ହେବେ ।

ବୃଷ - ରାଶିରେ ଏକାଦଶ ଚନ୍ଦ୍ର ରହିଥିବାରୁ ଧନ ଓ ଦ୍ରବ୍ୟ ଲଭ ହେବ । ଗୃହ ରେ ଶାନ୍ତି ଓ ମନ ପ୍ରଫୁଲ୍ଲ ରହିବ । ନିବେଶ କରିଥିବା ଧନରୁ ଉତ୍ତମ ଲାଭ ମିଳିବ । ପୂର୍ବ ସମସ୍ୟାର ସମାଧାନର ବାଟ ଦେଖା ଯିବ। ଚାକିରି କ୍ଷେତ୍ରରେ ପ୍ରଭାବଶାଳୀ ହେବେ ।

ମିଥୁନ - ଦଶମ ଚନ୍ଦ୍ର ଶୁଭ ଦାୟକ ଅଟେ ତେଣୁ ଦିନଟି । ନିବେଶ ପାଇଁ ଦିନଟି ବହୁତ୍ ଭଲ ରହିଛି । କର୍ମ କ୍ଷେତ୍ରରେ ଲାଗିଥିବା ସମସ୍ୟାର ରବିବାର ସମାଧାନ ହେବ । ରାଜନୀତିରେ ସାହାଯ୍ୟ ମିଳିବ । ବିଦ୍ୟାର୍ଥୀ ମାନେ ବିଶେଷ ଭାବେ ଉପକୃତ ହେବେ ।

କର୍କଟ - ଆସନ୍ତାକାଲି ଆପଣ କାର୍ଯ୍ୟ କ୍ଷେତ୍ରରେ ଚଳଚଞ୍ଚଳ ରହିବେ । ସ୍ୱାସ୍ଥ୍ୟବସ୍ଥାରେ ହାନି ହୋଇ ପାରେ। ପରୋପକାର କରି କୌଣସି ଅସୁବିଧା ର ସମ୍ମୁଖୀନ ହୋଇ ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ନୂତନ ଯୋଜନାର ପ୍ରଣୟନ କରି ପ୍ରଶଂସା ପାଇବେ । ବିଦ୍ୟାର୍ଥୀ ମାନେ ଚଞ୍ଚଳମନା ହୋଇ ଭୁଲ କରିବେ  ।

ସିଂହ - ଦିନଟି ଆସନ୍ତାକାଲି ମଧ୍ୟମ ଫଳ ପ୍ରଦାନ କରିବ । ଠକାମୀର ଶିକାର ହୋଇ ପାରନ୍ତି । ପ୍ରାତ୍ତ ରୁ ଭଗବାନଙ୍କୁ ପ୍ରାର୍ଥନା କରି କାର୍ଯ୍ୟ ଆରମ୍ଭ କରନ୍ତୁ । ଧନ କ୍ଷୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବ୍ୟବସାୟରେ କ୍ଷତି ଯୋଗ ରହିଛି। ଦେହ ପୀଡା ଓ ଆଭ୍ୟନ୍ତରୀଣ ଅଙ୍ଗରେ ସମସ୍ୟା ଦେଖା ଦେବ ।

କନ୍ୟା - ମନ ପ୍ରଫୁଲ୍ଲ ରହିବ । ଦିନଟିରେ ସକାରାତ୍ମକ ଚିନ୍ତା ଧାରା ଦେଇ ଗତି କରିବେ । ଧନ ର ସଦୂପ ଯୋଗ କଲେ ତାହା ଆଜି ବୃଦ୍ଧି ପାଇବ । ଚାକିରି କ୍ଷେତ୍ର ରେ ଆତ୍ମ ସନ୍ତୋଷ ଲାଭ କରିବେ । ଦୂର ସ୍ଥାନ କୁ ଭ୍ରମଣ ରେ ଯାଇ ପାରନ୍ତି । ବିଦ୍ୟାର୍ଥୀ ମାନେ ଶାନ୍ତ ରହିବେ ।

ତୁଳା - ଦିନଟି ଭଲ ଫଳ ପ୍ରଦାନ କରିବ । ମାନସିକ ଶାନ୍ତି ମିଳିବ ।ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । କାର୍ଯ୍ୟ କ୍ଷେତ୍ରରେ ଗୁରୁଜନ ଙ୍କ ସହାୟତା ମିଳିବ । ନିଜ ଆତ୍ମ ବିଶ୍ୱାସ ଯୋଗୁଁ ନୂତନ କାର୍ଯ୍ୟ ସଫଳ ହେବ । ମନରେ ସାମାନ୍ୟ ଦ୍ୱେଷ ଦେଖା ଦେଇ ପାରେ ।

ବିଛା - ଶୁକ୍ଳ ପକ୍ଷ ପଞ୍ଚମ ଚନ୍ଦ୍ର ହେତୁ ରବିବାର ଦିନଟି  ଭଲ ଫଳ ପ୍ରଦାନ କରିବ  ।ମନ ଉତ୍ସାହିତ ରହିବ । ସନ୍ତାନ ର ସ୍ବାସ୍ଥ୍ୟାବସ୍ଥାକୁ ନେଇ ସାମାନ୍ୟ ଚିନ୍ତାରେ ରହିବେ । ଦୁରସ୍ଥାନକୁ ଯାତ୍ରା କରିବେ ।ବ୍ୟବସାୟ ରେ ପରିବର୍ତ୍ତନ ର ଯୋଗ ରହିଛି ।

ଧନୁ - ଧନୁ ରାଶି କୁ ଚତୁର୍ଥ ଚନ୍ଦ୍ର ଘାତ ତେଣୁ ,ପରିବାର ଓ କାର୍ଯ୍ୟ କ୍ଷେତ୍ର ରେ କଳହର ଯୋଗ ସୃଷ୍ଟି ହୋଇ ପାରେ । ବ୍ୟବସାୟ ଏତେ ଫଳପ୍ରଦ ହେବ ନାହିଁ । ବିଦ୍ୟାର୍ଥୀ ମାନେ ସତ୍ରକତବ୍ର ସହ କାର୍ଯ୍ୟ କରିବା ଆବଶ୍ୟକ ।ଯାନବାହାନର ସତର୍କତା ନିତାନ୍ତ  ଆବଶ୍ୟକ ।

ମକର – ଆସନ୍ତାକାଲି ଦିନଟି ଆପଣଙ୍କୁ ଉଚ୍ଚଫଳ ପ୍ରଦାନ କରିବ। ରାଜସମ୍ମାନ ମିଳିପାରେ । ସର୍ବକର୍ଯ୍ୟ ରେ ସଫଳତା ହାସଲ କରିବେ । ବନ୍ଧୁ ଙ୍କ ସହଯୋଗ ରେ ଆଗକୁ ବଢ଼ିବେ। ରାଜନୀତି ପାଇଁ ଦିନଟି ଅତ୍ୟନ୍ତ ଭଲ ରହିଛି । ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତା ରେ ବିଜୟ ଲାଭ କରିବେ ।

କୁମ୍ଭ – ରବିବାର ଦିନଟି ମଧ୍ୟମ ଫଳ ପ୍ରଦାନ କରିବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ ରହିଛି । ବ୍ୟସ୍ତ ବିବ୍ରତ ହୋଇ କୌଣସି ନିଷ୍ପତି ନିଅନ୍ତୁ ନାହିଁ । ଦାମ୍ପତ୍ୟ ଜୀବନ ମଧ୍ୟମ ଫଳପ୍ରଦ ହେବ । ଆଜି କାହାକୁ ଉଧାର ଦିଅନ୍ତୁ ନାହିଁ । ପରିବାର ସହଯୋଗ ମିଳିବ । ମନରେ ଚିନ୍ତା ଲାଗି ରହିବ ।

ମୀନ - ସ୍ଵାଧୀନ ଚେତା ହୋଇ କାର୍ଯ୍ୟ କରିବେ । ଅଟକି ଥିବା କାର୍ଯ୍ୟ କୁ ଆଜି ଆପଣ ସଂପୂର୍ଣ୍ଣ କରିବେ । ସମ୍ପର୍କୀୟ ଙ୍କ ସହ ସମୟ ଅତିବାହିତ କରିବେ । କିଛି ଶୁଭ ସମାଚାର ପାଇ ଖୁସି ହେବେ । ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ସଫଳତା ଅର୍ଜନ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର 

ଯୋଗାଯୋଗ - 8249826682

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.