ମେଷ- ମେଷ ରାଶିକୁ ଘାତ ଚନ୍ଦ୍ର। ଆଖି ସମସ୍ୟା ବ୍ୟଥିତ କରିପାରେ। କୌଣସି ଜିନିଷରୁ ସଂକ୍ରମଣ ହେବାର ସମ୍ଭାବନା ମଧ୍ୟ ଅଛି। ମନକୁ ଯଥାସମ୍ଭବ ଶାନ୍ତ ରଖନ୍ତୁ।ନଚେତ୍ ସମସ୍ୟା ବଢ଼ିବ। ଚାକିରିରେ ଅସମ୍ମାନିତ ହେବାର ସମ୍ଭାବନା ରହିଛି ।
ବୃଷ- ପଥରୋଧର ଶିକାର ହୋଇପାରନ୍ତି। ପରିବାର ସଦସ୍ୟମାନେ ଆପଣଙ୍କଠାରୁ କିଛି ଆଶା କରିବେ। ସଂଯମତା ବଜାୟ ରଖନ୍ତୁ, ସମସ୍ତଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖନ୍ତୁ। ଚାକିରି କ୍ଷେତ୍ରରେ ସାମାନ୍ୟ କଳହ ଯୋଗ ରହିଛି ।
ମିଥୁନ- ଧନ ପ୍ରାପ୍ତିର ଯୋଗ ରହିଛି। ବାହାର ସ୍ଥାନରୁ ସମ୍ମାନ ମିଳିବ। ଖର୍ଚ୍ଚ ବୃଦ୍ଧି ପାଇବ। ଘରେ ଚିନ୍ତାଜନକ ପରିବେଶ ରହିବ। ଅବଶ୍ୟ ସମୟ ସହିତ ସମାଧାନ ହୋଇଯିବ ।
କର୍କଟ- ଅନେକ ଲୋକଙ୍କ ସହିତ ସାକ୍ଷାତକାର ହେବ। ବ୍ୟବସାୟରେ ସତର୍କ ରୁହନ୍ତୁ। କୌଣସି ଚୁକ୍ତି କରିବା ପୂର୍ବରୁ, ଭଲ ଭାବରେ ବିଚାର କରି କାମ କରନ୍ତୁ।
ସିଂହ- ସେବା ପୂଜାରେ ମନୋନିବେଶ କରିବେ। ଆର୍ଥିକ ଦୃଷ୍ଟିରୁ, ଦିନଟିରେ ଶୁଭ ଖବର ମିଳିବ। ବିଦ୍ୟାର୍ଥୀମାନେ ଉନ୍ନତି ପଥ ଅନୁସରଣ କରିବେ। ବ୍ୟବସାୟ ଲାଭଦାୟକ ହେବ ।
କନ୍ୟା- ସୁଖ ହାନି ହେବାର ସମ୍ଭାବନା ଅଛି । କର୍ମ କ୍ଷେତ୍ରରେ କମ୍ କାମ ହେବ। ବରିଷ୍ଠ ବ୍ୟକ୍ତିଙ୍କ ଦ୍ୱାରା ଉପଯୁକ୍ତ ମାର୍ଗଦର୍ଶନ ପାଇବେ, ଯାହା ଭବିଷ୍ୟତର ରଣନୀତିରେ ସହାୟକ ହେବ ।
ତୁଳା- ରାଶିରେ ସପ୍ତମ ଚନ୍ଦ୍ର ରହିଥିବାରୁ ଧନ ପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ଉତ୍ତମ ହେବାର ସମ୍ଭାବନା ଅଛି। ପ୍ରୀତି ଓ ସାନିଧ୍ୟ ଲାଭ କରିବେ। ବିଦ୍ୟାର୍ଥୀମାନେ ସାମାନ୍ୟ ଅବହେଳିତ ହେବେ । ବ୍ୟବସାୟ ମଧ୍ୟମ ଫଳଦେବ ।
ବିଛା- ଭାଗବତ ପ୍ରେମରେ ସମୟ କାଟିବେ। ଡିଜିଟାଲ୍ ମାର୍କେଟିଂ, ମିଡିଆ, ସାମ୍ବାଦିକ ଇତ୍ୟାଦି ଅନୁଷ୍ଠାନ ସହିତ ଜଡିତ ଲୋକଙ୍କ ପାଇଁ ଆଜିର ସମୟ ଅନୁକୂଳ ହେବାର ସମ୍ଭାବନା ଅଛି । କିଛି ଭଲଖବର ମିଳିପାରେ।
ଧନୁ- କର୍ତ୍ତବ୍ୟ ନିଷ୍ଠ ହୋଇ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ବିବାଦର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଜୀବନ ମଧ୍ୟମ ଫଳ ଦେବ।
ମକର- ଅପେକ୍ଷା କରିଥିବା ବିଷୟରୁ ଭଲ ଖବର ପାଇବେ। ଘରେ ସକରାତ୍ମକ ବାତାବରଣ ସୃଷ୍ଟି ହେବ। ସାମାନ୍ୟ କଲହଯୋଗ ରହିଛି ।
କୁମ୍ଭ- ରାଜ ସମ୍ମାନ ପ୍ରାପ୍ତି କରିବେ। ମନ ପ୍ରଫୁଲ୍ଲ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଅଯଥା କଳହ କରନ୍ତୁ ନାହିଁ । ସମାଜରେ ନିଜ ନାମକୁ ପ୍ରତିଷ୍ଠା କରିପାରିବେ। ବ୍ୟବସାୟ ପାଇଁ ଦିନଟି ଭଲ ରହିଛି । ଆଶା ଅନୁସାରେ ଫଳ ପ୍ରାପ୍ତି ହେବ ।
ମୀନ- ଦୃଢ଼ ମନା ହୋଇ କାର୍ଯ୍ୟ କରିବେ। ସଫଳତାର ଶୀର୍ଷରେ ପହଞ୍ଚିବେ। ଭ୍ରମଣର ଯୋଗ ରହିଛି। ଅଧିକ ଖର୍ଚ୍ଚର ସମ୍ଭାବନା ଅଛି। ନୂତନ ସ୍ଥାନ ପ୍ରାପ୍ତି କରିବେ । ପରିବାର ସହ ସମୟ ଅତିବାହିତ କରିବେ। ଆଳସ୍ୟର ବଶବର୍ତ୍ତୀ ହୋଇପାରନ୍ତି ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – 8249826682