ଅଟକି ରହିଥିବା ଧନ ଫେରି ପାଇବେ, ଏହି ରାଶିର ଛାତ୍ରଛାତ୍ରୀମାନେ ସଫଳତା ପାଇବେ

NEWS7
know-your-horoscope-for-wednesday-16th-april-2025

ମେଷ - ଶୁକ୍ରବାର ଦିନଟିରେ ଆପଣଙ୍କ ମନରେ ଉତ୍ସାହ ଓ ସକାରାତ୍ମକ ଭାବନା ରହିବ। କର୍ମକ୍ଷେତ୍ରରେ ଆପଣଙ୍କୁ ନୂତନ ଦାୟିତ୍ୱ ମିଳିବାର ସମ୍ଭାବନା ଅଛି। ଆର୍ଥିକ ସ୍ଥିତିରେ ସୁଧାର ଆସିବା ଯୋଗୁଁ ମନ ଆନନ୍ଦିତ ହେବ। ପରିବାରରେ ଶାନ୍ତି ଏବଂ ସମନ୍ୱୟ ବଜାୟ ରହିବ। ଆଜି ନୂଆ ଯୋଜନା ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ଅଟେ।

ବୃଷ - ଆପଣଙ୍କୁ ଆର୍ଥିକ ଦିଗରେ ବେଶ୍ ଲାଭ ମିଳିବାର ଯୋଗ ରହିଛି। ଅଟକି ରହିଥିବା ଧନ ଫେରି ପାଇବେ। ବ୍ୟବସାୟରେ ଅଗ୍ରଗତି ଦେଖାଦେବ। ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ସ୍ୱାସ୍ଥ୍ୟ ସାମାନ୍ୟ ଭଲ ରହିବ।

ମିଥୁନ - ଆସନ୍ତାକାଲି ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ ଏବଂ ସମସ୍ତ କାର୍ଯ୍ୟ ସହଜରେ ସମ୍ପାଦିତ ହେବ। ବନ୍ଧୁମାନଙ୍କ ସହ ସମ୍ପର୍କ ମଜବୁତ ହେବ। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଆପଣଙ୍କୁ ପ୍ରଶଂସା ମିଳିବ। କୌଣସି ଶୁଭ ଖବର ମିଳିପାରେ।

କର୍କଟ - ଆପଣଙ୍କୁ ନିଜର ଭାବନା ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ। ଅଯଥା ଚିନ୍ତାରୁ ନିଜକୁ ଦୂରେଇ ରଖନ୍ତୁ। ଆର୍ଥିକ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ଅଛି। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗିବ।

ସିଂହ - ଶୁକ୍ରବାର ଆପଣଙ୍କର ସାମାଜିକ ପ୍ରତିଷ୍ଠା ଏବଂ ମାନ ସମ୍ମାନ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟରେ ନୂତନ ସୁଯୋଗ ମିଳିବାର ସମ୍ଭାବନା ଅଛି। ଆପଣଙ୍କର ଆତ୍ମବିଶ୍ୱାସ ଆଜି ଅଧିକ ରହିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଦିନଟି ଶୁଭ ଅଟେ।

କନ୍ୟା - କର୍ମକ୍ଷେତ୍ରରେ ଆପଣଙ୍କର ସଫଳତା ମିଳିବାର ଯୋଗ ରହିଛି। ଆପଣଙ୍କର କାର୍ଯ୍ୟଦକ୍ଷତା ଯୋଗୁଁ ଉପରିସ୍ଥ କର୍ମଚାରୀମାନେ ଖୁସି ହେବେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଜରୁରୀ। ଆର୍ଥିକ କ୍ଷେତ୍ରରେ ମଧ୍ୟମ ଧରଣର ଫଳ ମିଳିବ। ଶତ୍ରୁମାନଙ୍କୁ ପରାସ୍ତ କରିବେ।

ତୁଳା - ଆସନ୍ତାକାଲି ଆପଣଙ୍କ ମନରେ ଆନନ୍ଦର ଭାବନା ବଜାୟ ରହିବ। କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଆର୍ଥିକ ଦିଗରୁ ଦିନଟି ଅନୁକୂଳ ଅଟେ। ପାରିବାରିକ ସମ୍ପର୍କରେ ମଧୁରତା ଆସିବ। ନୂତନ ସମ୍ପର୍କ ସ୍ଥାପନ ହେବାର ଯୋଗ ରହିଛି।

ବିଛା - ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ। ଅଯଥା ଚିନ୍ତାକୁ ନିୟନ୍ତ୍ରଣରେ ରଖନ୍ତୁ। କୌଣସି ଗୁପ୍ତ ସମସ୍ୟାର ସମାଧାନ ହେବାର ଯୋଗ ରହିଛି। ଆର୍ଥିକ କାରବାରରେ ସାବଧାନ ରୁହନ୍ତୁ। ଗୁରୁଜନମାନଙ୍କର ଆଶୀର୍ବାଦ ମିଳିବ।

ଧନୁ - ଶୁକ୍ରବାର ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ମିଳିବ। ଆପଣଙ୍କର ସମସ୍ତ କାର୍ଯ୍ୟ ସହଜରେ ହେବ। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଉତ୍ତମ ଫଳ ପାଇବେ। ଦୂର ଯାତ୍ରା କରିବାର ଯୋଗ ରହିଛି। ଧର୍ମ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ।

ମକର - କର୍ମକ୍ଷେତ୍ରରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଆର୍ଥିକ ସ୍ଥିତିରେ ସାମାନ୍ୟ ସୁଧାର ଆସିବ। ପାରିବାରିକ ସମସ୍ୟାର ସମାଧାନ ହେବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ନୂତନ ନିବେଶ ପାଇଁ ଦିନଟି ବିଶେଷ ଅନୁକୂଳ ନୁହେଁ।

କୁମ୍ଭ - ଆସନ୍ତାକାଲି ଆପଣଙ୍କର ଆୟ ବୃଦ୍ଧି ପାଇଁ ନୂତନ ରାସ୍ତା ଖୋଲିବ। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। ବନ୍ଧୁମାନଙ୍କ ସହଯୋଗ ଆପଣଙ୍କୁ ମିଳିବ। ନୂତନ ଯୋଜନା ଆରମ୍ଭ କରିବା ପାଇଁ ଦିନଟି ଶୁଭ ଅଟେ। ମନୋବଳ ଦୃଢ଼ ରହିବ।

ମୀନ – ଶୁକ୍ରବାର କର୍ମକ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବାର ଯୋଗ ରହିଛି। ଆପଣଙ୍କର ନିଷ୍ପତ୍ତି ନେବାର କ୍ଷମତା ଆପଣଙ୍କୁ ସହାୟତା କରିବ। ଆର୍ଥିକ ଦିଗରେ ଦିନଟି ଶୁଭ ଅଟେ। ପରିବାରରେ ଶାନ୍ତି ବଜାୟ ରହିବ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682