LIVE TV

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ସେନୟାର’, ବୁଧବାର ଉପକୂଳ ଅତିକ୍ରମ କରିବା ସମ୍ଭାବନା

NEWS7
know-your-horoscope-for-tuesday-4th-february-2025

ଭୁବନେଶ୍ବର ୨୬।୧୧: ସୃଷ୍ଟି ହେଲା ବାତ୍ୟା । ବାତ୍ୟାର ରୂପ ନେଲା ଗଭୀର ଅବପାତ । ସକାଳ ସାଢେ ୫ଟାରେ ଉପଗ୍ରହ ପର୍ଯ୍ୟବେକ୍ଷଣ ଅନୁଯାୟୀ ତୀବ୍ର ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ଵବର୍ତ୍ତୀ ଉତ୍ତର ପୂର୍ବ ଇଣ୍ଡୋନେସିଆରେ ବାତ୍ୟା ସୃଷ୍ଟି ହୋଇଛି । ଏହି ବାତ୍ୟାର ନାଁ ରହିଛି 'ସେନୟାର' । ଏହା ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ପୂର୍ବ ଦିଗରେ ଗତି କରିବ । ବୁଧବାର ଅପରାହ୍ନରେ ବାତ୍ୟା 'ସେନୟାର' ଇଣ୍ଡୋନେସିଆ ଉପକୂଳ ଅତିକ୍ରମ କରିବା ନେଇ ସମ୍ଭାବନା ରହିଛି । ଏହା ଇଣ୍ଡୋନେସିଆର କୁତ୍ ମକମୁର ଠାରୁ ପୂର୍ବରେ ୧୦୦ କି.ମି. ଦୂରରେ ରହିଥିବା ବେଳେ ମାଲେସିଆ ଠାରୁ ୬୦୦ କି.ମି. ଦୂରରେ ରହିଛି ।

ସେପଟେ ଅନ୍ୟ ଏକ ସିଷ୍ଟମରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ତତ୍ ସଂଲଗ୍ନ ଦକ୍ଷିଣ ଶ୍ରୀଲଙ୍କା ଓ ଭାରତ ମହାସାଗର ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇଛି ।