କୁମ୍ଭ ରାଶି ବ୍ୟକ୍ତିଙ୍କ ପ୍ରେମ ସମ୍ପର୍କ ନିବିଡ଼ ହେବ, ବ୍ୟବସାୟୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିଛି

Published By : Prameya-News7 Bureau | July 28, 2025 IST

ମେଷ- ନିବେଶ କରିଥିବା ଧନରୁ ଲାଭ ପାଇପାରିବେ। ପରିବାରରେ ସାମାନ୍ୟ କଳହ ଯୋଗ ରହିବ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ । ପ୍ରେମ ସମ୍ପର୍କ ସୁଦୃଢ଼ ହେବ। 

ବୃଷ- କର୍ମ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖା ଦେଇପାରେ। ଅଧିକ ପରିଶ୍ରମ ଯୋଗୁ ଆଳସ୍ୟର ବଶବର୍ତ୍ତୀ ହେବେ।   ସ୍ବାସ୍ଥ୍ୟରେ କିଛି ସମସ୍ୟା ଉପୁଜିବାର ସମ୍ଭାବନା ଅଛି। ପ୍ରେମ ସମ୍ପର୍କରେ ଉନ୍ନତି ଘଟିବ। ଛାତ୍ରଛାତ୍ରୀମାନେ ଫଳକୁ ନେଇ ଉତ୍ସାହିତ ରହିବେ।

ମିଥୁନ- କିଛି ଶାରୀରିକ ସମସ୍ୟା ଦେଖାଦେବ। ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ। କର୍ମ କ୍ଷେତ୍ରରେ ଆଳସ୍ୟ ଦେଖା ଦେବ। ବ୍ୟବସାୟୀମାନଙ୍କ ପାଇଁ ଦିନଟି ବହୁତ ଲାଭଦାୟକ ରହିଛି। ଚାଷୀମାନେ ଉପଯୁକ୍ତ ପରିଶ୍ରମର ମୂଲ୍ୟ ପାଇବେ।

କର୍କଟ- କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶ୍ରୀ ଚନ୍ଦ୍ର। ଦେହ ମନ ଖୁବ୍ ଭଲ ରହିବ। ପରିଶ୍ରମର ଫଳ ବହୁତ ଭଲ ରହିବ। ଭବିଷ୍ୟତ ପାଇଁ କିଛି ବଡ଼ ନିଷ୍ପତ୍ତି ନେବେ । ବ୍ୟବସାୟରେ ଲାଭ ଯୋଗ ରହିଛି।

ସିଂହ- ବାହାରକୁ ଯାତ୍ରା କରିବାର ଯୋଗ ରହିଛି। ଯାତ୍ରା ସମୟରେ ଆଶୀର୍ବାଦ ନେଇ ଯାଆନ୍ତୁ। କର୍ମ କ୍ଷେତ୍ରରେ ବାଧା ଉପୁଜିପାରେ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦେଖାଯିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ।

କନ୍ୟା- ନିଜ କର୍ମରେ ବହୁତ ବ୍ୟସ୍ତ ରହିବେ। ବିରୋଧୀମାନେ ଅନିଷ୍ଟ କରିବାକୁ ଚେଷ୍ଟା କରିବେ। ଘନିଷ୍ଠ ବନ୍ଧୁଙ୍କ ସହ କିଛି ସମୟ ଅତିବାହିତ କରିବେ। ଧନ ପ୍ରାପ୍ତିର ଯୋଗ ରହିଛି। ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବେ।

ତୁଳା- କର୍ମ କ୍ଷେତ୍ରରେ ଧ୍ୟାନର ସହ କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ। କିଛି ନୂଆ ସୁଯୋଗ ସୃଷ୍ଟି ହୋଇପାରେ। ପାରିବାରିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀମାନେ କର୍ମ ଚଞ୍ଚଳ ରହିବେ।

ବିଛା- କର୍ମ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରିବେ। ବନ୍ଧୁଙ୍କ ସାହାଯ୍ୟ ମିଳିବ। ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ। ପ୍ରେମ ସମ୍ପର୍କ ସୁଦୃଢ ହେବ। ବ୍ୟବସାୟରେ ସାମାନ୍ୟ ଅସୁବିଧା ଦେଖା ଦେଇପାରେ ।

ଧନୁ- ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ସମ୍ପର୍କ ଭଲ ରହିବ। ଦେହ ସାମାନ୍ୟ ରୋଗାଗ୍ରସ୍ତ ହୋଇପାରେ। ପରିବାରରେ ପତ୍ନୀଙ୍କ ସହ କଳହ ଯୋଗ ରହିଛି। ବ୍ୟବସାୟୀମାନେ ଏତେ ଲାଭ ପାଇବେ ନାହିଁ। ଭ୍ରମଣ ଯୋଗୁ ଆଳସ୍ୟ ଯୋଗ ରହିଛି।

ମକର- ଲାଗି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଶାରୀରିକ ଓ ମାନସିକ ଖୁସି ମିଳିବ। ନୂତନ କାର୍ଯ୍ୟର ଆରମ୍ଭ ମଧ୍ୟ କରିବେ। ସ୍ବାସ୍ଥ୍ୟରେ କିଞ୍ଚିତ ସମସ୍ୟା ଦେଖା ଦେବ। ପତ୍ନୀଙ୍କ ସହ ମନୋମାଳିନ୍ୟ ହେବାର ସମ୍ଭାବନା ରହିଛି ।

କୁମ୍ଭ- କର୍ମ କ୍ଷେତ୍ରରେ କିଛି ନୂଆ କରିବା ପାଇଁ ନିଜେ ପଦକ୍ଷେପ ନେଇପାରନ୍ତି। ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ। ପ୍ରେମ ସମ୍ପର୍କ ନିବିଡ଼ ହେବ। ବ୍ୟବସାୟୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିଛି। 

ମୀନ- ଧନ ଉପାର୍ଜନ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଦାୟକ ରହିଛି। କିଛି ପୂର୍ବ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଖାଦ୍ୟରେ ନିୟନ୍ତ୍ରଣ ରଖନ୍ତୁ। ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିପାରେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ପ୍ରେମ ସମ୍ପର୍କ ନିବିଡ଼ ହେବ।

ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ- 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.