ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ ଦିନଟି ଖୁସିରେ କଟିବ, ବ୍ୟବସାୟରେ ଅଳ୍ପ ପରିଶ୍ରମରେ ଅଧିକ ଲାଭର ଯୋଗ

Published By : Prameya-News7 Bureau | June 23, 2025 IST

ମେଷ- ଦ୍ଵାଦଶ ଚନ୍ଦ୍ର ହେତୁ ନିରୁତ୍ସାହିତ ହେବେ। ରୋଗରେ ଖର୍ଚ୍ଚ ବୃଦ୍ଧି ପାଇବ, ସଞ୍ଚୟ ମଧ୍ୟ ଶେଷ ହେବ। ନୂତନ ଚାକିରି ପାଇଁ ଆବେଦନ କରିପାରିବେ। ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ। କୌଣସି ନୂତନ ଯୋଜନାରେ ବିନିଯୋଗ କରନ୍ତୁ ନାହିଁ।

ବୃଷ- ଏକାଦଶ ଚନ୍ଦ୍ର ଥିବାରୁ ଦିନଟିରେ ଅଧିକ ପରିଶ୍ରମର ଯୋଗ ରହିଛି। ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ। ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ। ଭାବନାକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ। ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ।

ମିଥୁନ- ପରିବାର ଓ ଚାକିରି କ୍ଷେତ୍ରରେ ଆଦର ସମ୍ମାନ ମିଳିବ । ଦିନଟି ଖୁସିରେ କଟିବ। ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରିରେ ଚାପ ବୃଦ୍ଧି ପାଇଁ ଲାଗିଥିବା ସମସ୍ୟାର ସମାଧାନ ହେବ। ବ୍ୟବସାୟରେ  ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି।

କର୍କଟ- ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଚାକିରିରେ ପଦୋନ୍ନତି ଘଟିବ। ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି। ମାନସମ୍ମାନ ମିଳିବ। ଭାବିଚିନ୍ତି କାର୍ଯ୍ୟ ନିଷ୍ପତ୍ତି ନିଅନ୍ତୁ।

ସିଂହ- ମାନସିକ ଅଶାନ୍ତି ଓ ଶାରୀରିକ ପୀଡ଼ା ହେବାର ସମ୍ଭାବନା ରହିଛି। ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି। ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଲାଗିପାରେ। ବନ୍ଧୁ ମିଳନର ଯୋଗ ରହିଛି ।

କନ୍ୟା- କୌଣସି ସ୍ଥାନରୁ ସମ୍ମାନର ଅଧିକାରୀ ହେବେ। ମନ ଖୁସି ହେବ। ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବ। ବ୍ୟବସାୟ ପାଇଁ   ଭ୍ରମଣ ସଫଳ ହେବ। ବ୍ୟବସାୟରେ ବୃଦ୍ଧି ଘଟିବ। ଲାଭ ପାଇଁ ମଧ୍ୟ ସୁଯୋଗ ରହିବ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବିଦ୍ୟାର୍ଥୀମାନେ ଲାଭବାନ ହେବେ। 

ତୁଳା- ମନରେ ଥିବା ଅହଂ ଭାବକୁ ସଂପୂର୍ଣ୍ଣ ଦୂରୀଭୂତ କରନ୍ତୁ। ଉନ୍ନତିର ଯୋଗ ରହିଛି, ହେଲେ ମଧ୍ୟ ଦିନଟି ମଧ୍ୟମ ଫଳ ଦେବ। ମନ ସର୍ବଦା ଚଞ୍ଚଳ ରହିବ। ମିଳିବାକୁ ଥିବା ଦ୍ରବ୍ୟର ପ୍ରାପ୍ତି ବିଳମ୍ବରେ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଆସିବ।

ବିଛା- କିଛି ମୂଲ୍ୟବାନ ବସ୍ତୁ କିମ୍ବା ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। ଦିନଟିରେ ଚିନ୍ତାରେ ପଡ଼ିବେ। ଜୀବନ ସାଥୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖା ଦେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ବିଦ୍ୟାର୍ଥୀମାନେ ଅସଫଳ ହେବେ।

ଧନୁ- ସୁଖ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବିରୋଧୀମାନେ ହଇରାଣ କରିବାକୁ ପ୍ରୟାସ କରିବେ। କର୍ମ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ। ଆର୍ଥିକ ଅନଟନ ଦେଖା ଦେଇପାରେ। ବିଦ୍ୟାର୍ଥୀମାନେ ଅବହେଳିତ ହେବେ।

ମକର- ସୁଖ ପ୍ରାପ୍ତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି ରେ ସ୍ଵଚ୍ଛଳତ ଆସିବ ।ବିଦ୍ୟାର୍ଥୀ ମାନେ ଉଚ୍ଚାଭିଲାସୀ ହେବେ।

କୁମ୍ଭ- କାର୍ଯ୍ୟରେ କୌଣସି ବ୍ୟକ୍ତି ବାଧା ସୃଷ୍ଟି କରିପାରନ୍ତି। ଚାକିରିରେ ମଧ୍ୟମ ଫଳ ପ୍ରାପ୍ତି। ବ୍ୟବସାୟରେ ଧାର ଦିଅନ୍ତୁ ନାହିଁ। ଆର୍ଥିକ ସ୍ଥିତିରେ ବୃଦ୍ଧି ସହିତ ମାନସିକ ଶାନ୍ତି ବଜାୟ ରହିବ। ଭ୍ରମଣର ଯୋଗ ରହିଛି। ବିଦ୍ୟାର୍ଥୀମାନେ ସଫଳ ହେବେ।

ମୀନ- ରାଶିକୁ ଶ୍ରୀ ଚନ୍ଦ୍ର ରହିଥିବାରୁ ଦିନଟିରେ ଉତ୍ତମ ଫଳ ପ୍ରାପ୍ତ କରିବେ। ବ୍ୟବସାୟୀମାନଙ୍କର ନୂତନ ଚୁକ୍ତି ଯୋଗୁ ଲାଭବାନ ହେବାର ସମ୍ଭାବନା ରହିଛି। ମାତା ପିତାଙ୍କ ଆଶୀର୍ବାଦ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀମାନେ ପରୀକ୍ଷାରେ ସଫଳତା ଅର୍ଜନ କରିବେ ।

ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ- 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.