ମୀନ ରାଶି ବ୍ୟକ୍ତିଙ୍କୁ ଦିନରେ ଆଶା ଅନୁସାରେ ଫଳ ମିଳିପାରେ, ମାନସିକ ଚିନ୍ତା ଦୂର ହେବ

Published By : Prameya-News7 Bureau | June 30, 2025 IST

ମେଷ-  ମନ ଉତ୍ସାହରେ ଭରିରହିବ। ବ୍ୟବସାୟ ଓ କାର୍ଯ୍ୟ କ୍ଷେତ୍ରରେ ନୂଆ ଅବସର ମିଳିପାରେ। ପରିବାରରେ ଖୁସି ଓ ସମନ୍ୱୟ ରହିବ। ଆର୍ଥିକ ଲାଭର ସମ୍ଭାବନା ରହିଛି। ଅନାବଶ୍ୟକ ଖର୍ଚ୍ଚକୁ ଦୂରେଇ ରୁହନ୍ତୁ।

ବୃଷ- ଦିନରେ କିଛି କଥାକୁ ନେଇ ଦ୍ୱନ୍ଦ୍ୱ ଓ ଚିନ୍ତା ରହିପାରେ। ଶାନ୍ତ ରୁହନ୍ତୁ। ଧନ ଲାଭ ହେବ। କିନ୍ତୁ ଧୈର୍ଯ୍ୟ ରଖିବା ଦରକାର। ପ୍ରେମ ସମ୍ପର୍କରେ ସ୍ଥିରତା ଆସିପାରେ।

ମିଥୁନ- କୌଣସି ମହତ୍ତ୍ୱପୂର୍ଣ୍ଣ କାମ ସଫଳ ହେବ। ନୂଆ ଯାତ୍ରା ବା ଯୋଜନା ପାଇଁ ଦିନଟି ଭଲ। ବାଣିଜ୍ୟରେ ଲାଭ ମିଳିପାରେ। ମିତ୍ର ବା ସହଯୋଗୀଙ୍କ ସହିତ ସମ୍ପର୍କ ଭଲ ରହିବ। ଶାରୀରିକ ଓ ମାନସିକ ଶକ୍ତି ବୃଦ୍ଧି ପାଇବ।

କର୍କଟ- ମନ ଆଳସ୍ୟ ଓ ଅସନ୍ତୋଷ ପୂର୍ଣ୍ଣ ରହିବ। ଗୁରୁଜନଙ୍କ ପରାମର୍ଶ ମାନିଲେ ଉପକାର ମିଳିବ। ଧନ ହାନି ହୋଇପାରେ। ଅପରିଚିତ ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରନ୍ତୁ ନାହିଁ। ପରିବାରରେ କୌଣସି କଥାକୁ ନେଇ ମନୋମାଳିନ୍ୟ ହୋଇପାରେ।

ସିଂହ- କୌଣସି ନୂଆ ନିଷ୍ପତ୍ତି ନେଇପାରନ୍ତି।ସମ୍ମାନ ମିଳିବ। ବାହାରକୁ ଯାତ୍ରା କରୁଥିଲେ ତାହା ଅନୁକୂଳ ହେବ। 

କନ୍ୟା- ମନରେ ଅନ୍ତଃକ୍ଲେଶ ଓ ଦ୍ବିଧା ରହିପାରେ। ଅପରିପକ୍ବ ନିଷ୍ପତ୍ତିରୁ ବିରତ ରୁହନ୍ତୁ। ଧନ ହାନି ହେବାର ସମ୍ଭାବନା ଅଛି। ମାନସିକ ଶାନ୍ତି ପାଇଁ ଧ୍ୟାନ ଓ ପୂଜା କରନ୍ତୁ। ନିଜ ଉପରେ ବିଶ୍ୱାସ ରଖନ୍ତୁ।

ତୁଳା- ପରିବାର ଓ ସମାଜରେ ଆଦର ବଢ଼ିପାରେ। ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେଲେ ନିଶ୍ଚିତ ଲାଭ ମିଳିବ। ସହଯୋଗୀଙ୍କ ଠାରୁ ସାହାଯ୍ୟ ମିଳିପାରେ। ବ୍ୟବସାୟରେ ନୂଆ ପ୍ରୟାସ ଅନୁକୂଳ ହେବ। 

ବିଛା- କୌଣସି ପୁରୁଣା କାମ ଶେଷ କରିବେ। ନିଜ ଦକ୍ଷତା ଓ ପ୍ରଭାବ ଦ୍ୱାରା ଲୋକଙ୍କର ମନ ଜିତିପାରିବେ। ଅନ୍ୟଙ୍କ ସହ ବ୍ୟବହାରରେ ସାବଧାନ ରହନ୍ତୁ। ଧନ ନେଇ ସତର୍କ ରହିବା ଉଚିତ। ଶିକ୍ଷା ଓ ପ୍ରତିଯୋଗିତାରେ ଲାଭ ମିଳିପାରେ।

ଧନୁ- ଯୋଜନା କାର୍ଯ୍ୟକାରୀ ହେବ। ଆତ୍ମବିଶ୍ୱାସ ବୃଦ୍ଧି ହେବ। ଅନ୍ୟମାନଙ୍କ ପ୍ରଶଂସା ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଘଟିବ। ଯାତ୍ରା ବା ଭ୍ରମଣ ଅନୁକୂଳ ରହିବ।

ମକର- ପରିବାରଲୋକଙ୍କ ସହ ସମୟ ବିତାଇବେ। ଆର୍ଥିକ ଦୃଷ୍ଟିରୁ ଦିନଟି ମଧ୍ୟମ ରହିବ। ନିଜର କ୍ଷମତା ଅନୁସାରେ ନିଷ୍ପତ୍ତି ନିଅନ୍ତୁ। କୌଣସି ଗୁପ୍ତ ଶତ୍ରୁଙ୍କ ଯୋଗୁ ଅସୁବିଧା ହୋଇପାରେ। ସ୍ୱାସ୍ଥ୍ୟ ଦିଗରେ ସାବଧାନ ରୁହନ୍ତୁ।

କୁମ୍ଭ- ପୁରୁଣା ମିତ୍ର ବା ଆତ୍ମୀୟଙ୍କୁ ଭେଟିବେ।  ମନ ଖୁସି ଓ ଶାନ୍ତି ରହିବ। ଧନ ଲାଭ ଓ ଅନୁକୂଳ ଘଟଣା ହେବ। ଉନ୍ନତି ଓ ବୃଦ୍ଧି ମିଳିପାରେ। ଦୟା ଓ ସାହାଯ୍ୟ ମନୋଭାବ ବଢ଼ିବ।

ମୀ- ଆଶା ଅନୁସାରେ ଫଳ ମିଳିପାରେ। ଆତ୍ମ-ଚିନ୍ତନ ଓ ଧ୍ୟାନ ପାଇଁ ସମୟ ଭଲ। ଅପରିଚିତ ବ୍ୟକ୍ତି ଉପରେ ଅଧିକ ବିଶ୍ୱାସ କରିବେ ନାହିଁ। ମାନସିକ ଚିନ୍ତା ଦୂର ହେବ। ନୂଆ ଯୋଜନାରେ ଆଗକୁ ବଢ଼ିପାରିବେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.