ଜଣଙ୍କ ପାଇଁ ସ୍ପେସ୍ ଷ୍ଟେସନ୍‌ରୁ ଫେରିବେ ୪ ମହାକାଶଚାରୀ, ଘୋଷଣା କଲା ନାସା

NEWS7
know-your-horoscope-for-tuesday-15th-april-2025

ନୂଆଦିଲ୍ଲୀ ୧୦।୦୧:ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିବା ମହାକାଶଚାରୀ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ଖୁବଶୀଘ୍ର ପୃଥିବୀକୁ ଫେରିବେ । ଆମେରିକୀୟ ମହାକାଶ ଏଜେନ୍ସି ନାସା ଏହା ଘୋଷଣା କରିଛି । ଜଣେ ମହାକାଶଚାରୀଙ୍କ ପାଇଁ ୪ ଜଣ ପୃଥିବୀକୁ ଫେରିବେ । ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ଇତିହାସରେ ଏହା ପ୍ରଥମ ସୁନିୟୋଜିତ ମେଡିକାଲ ଇଭାକ୍ୟୁଏସନ୍ । ମହାକାଶଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି, କିନ୍ତୁ କୌଣସି ପ୍ରକାର ବିପଦରୁ ସୁରକ୍ଷା ପାଇଁ ସେମାନଙ୍କୁ ଫେରାଇ ଆଣିବାକୁ ନାସା ନିଷ୍ପତ୍ତି ନେଇଛି । ଏହି ସ୍ଥିତିରେ ପୂରା କ୍ରୁ୧୧ ପୃଥିବୀ ପ୍ରତ୍ୟାବର୍ତ୍ତନ କରିବ ।

​​​​​​​

ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ନାସା ବିସ୍ତୃତ ସୂଚନା ଦେଇନାହିଁ । ତେବେ ଏହି ସମସ୍ୟା ସ୍ପେସ୍ ଷ୍ଟେସ୍‌ନର କୌଣସି ପ୍ରକାର ଆଘାତ, ଦୁର୍ଘଟଣା କିମ୍ବା ଷ୍ଟେସନ୍‌ର ଅପରେସନ୍ ସହ ସଂଶ୍ଳିଷ୍ଟ ନୁହେଁ । ନାସାର ମୁଖ୍ୟ ମେଡିକାଲ ଅଫିସର ଜେମ୍ସ ପୋଲ୍କ କହିଛନ୍ତି, ଦୀର୍ଘ ସମୟ ଧରି ଲାଗି ରହୁଥିବା ସ୍ୱାସ୍ଥ୍ୟ ବିପଦ ଓ ରୋଗ ଚିହ୍ନଟରେ ଅନିଶ୍ଚିତତା ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଘଟଣା ଗତ ୭ ତାରିଖ ସାମ୍ନାକୁ ଆସିବା ପରେ ନାସା ସ୍ପେସ୍ୱାକ୍କୁ ସ୍ଥଗିତ ରଖିଲା । ପର ଦିନ ଅର୍ଥାତ୍ ୮ ତାରିଖ (ଗୁରୁବାର) ନାସା ଘୋଷଣା କଲା ଯେ କ୍ରୁ-୧୧ ସଦସ୍ୟ କିଛି ଦିନ ମଧ୍ୟରେ ପୃଥିବୀକୁ ଫେରିବେ ।

ଫେରୁଥିବା ୪ ମହାକାଶଚାରୀ ହେଉଛନ୍ତି ଆମେରିକାର ମାଇକ୍ ଫିଙ୍କେ ଓ ଜେନା କାର୍ଡମ୍ୟାନ୍, ଜାପାନର କିମିୟା ୟୁଇ ଓ ରୁଷ୍ର ଓଲେଗ ପ୍ଲାଟୋନୋଭ । ଏମାନେ କ୍ରୁ-୧୧ ସ୍ପେସ୍ଏକ୍ସ ମିଶନର ସଦସ୍ୟ, ଯେଉଁମାନେ ୧ ଅଗଷ୍ଟ, ୨୦୨୫ରୁ ସ୍ପେସ୍ ଷ୍ଟେସନ୍‌ରେ ଅଛନ୍ତି । ଏ ପ୍ରକାର ମିଶନ ସାଧାରଣତଃ ୬ ମାସର ହୋଇଥାଏ । ଏହି ମହାକାଶଚାରୀ ଆଉ କିଛି ଦିନ ପରେ ଫେରିଥାନ୍ତେ, କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ଆଗୁଆ ଫେରିବାକୁ ପଡୁଛି । ୩ ଜଣ ମହାକାଶଚାରୀ ସ୍ପେସ୍ ଷ୍ଟେସନ୍ରେ ରହିବେ । ରୁଷ୍ ମିଶନରେ ଗତ ନଭେମ୍ବରରେ ସ୍ପେସ୍ ଷ୍ଟେସନ୍ ଯାଇଥିବା ଆମେରିକାର କ୍ରିଷ୍ଟୋଫର ୱିଲିୟମ୍ସ ସ୍ପେସ୍, ରୁଷ୍ର ସର୍ଗେଇ କୁଦ-ସୱର୍ଚାକୋଭ ଓ ସର୍ଗେଇ ମିକାଏଭ ରହିବେ, ଯିଏକି ସୋୟୁଜ ମହାକାଶଯାନରେ ସ୍ପେସ୍ ଷ୍ଟେସନ୍ ପହଞ୍ଚିଥିଲେ ।