LIVE TV

ରେୟାର ଆର୍ଥ ମ୍ୟାଟେରିଆଲ୍ ପାଇଁ ଭାରତର ସହଯୋଗ ଚାହେଁ ଆମେରିକା: ଆମେରିକା ଅର୍ଥ ସଚିବ

NEWS7
know-your-horoscope-for-tuesday-14th-january-2024

ନୂଆଦିଲ୍ଲୀ: ବିରଳ ପୃଥିବୀ ଉତ୍ପାଦନ ବା ରେୟାର ଆର୍ଥ ମ୍ୟାଟେରିଆଲ ଉପରେ ମନ ଇଚ୍ଛା କଟକଣା ଲଗାଉଥିବାରୁ ଆମେରିକା ଏବେ ଭାରତ ସମର୍ଥନ ଆଶା କରୁଛି। ଖୋଦ୍ ଆମେରିକା ଅର୍ଥ ସଚିବ ସ୍କଟ୍ ବେସେଣ୍ଟ ଏହି କଥା କହିଛନ୍ତି।  ଆମେରିକାର ଫକ୍ସ ବିଜନେଶକୁ ପ୍ରତିକ୍ରିୟା ଦେଇ ବେସେଣ୍ଟ କହିଛନ୍ତି ଏହା ଚୀନ ବନାମ ବିଶ୍ୱର ଲଢ଼େଇ ଚୀନ ସାରା ବିଶ୍ୱର ମୁକ୍ତ ଯୋଗାଣ ଶୃଙ୍ଖଳ ଏବଂ ଶିଳ୍ପ ଭିତ୍ତିଭୂମି ଉପରେ ଏକ ଅଡ଼ୁଆ ସୃଷ୍ଟି କରିଛି ଚୀନ୍ ଏକ କମାଣ୍ଡ-ଏଣ୍ଡ-କଣ୍ଟ୍ରୋଲ ଅର୍ଥନୀତି। ସେମାନେ ଆମକୁ କମାଣ୍ଡ (କିମ୍ବା) ନିୟନ୍ତ୍ରଣ କରିବେ ନାହିଁ। ଆମେ ବିଭିନ୍ନ ଉପାୟରେ ଆମର ସାର୍ବଭୌମତ୍ୱ ଜାହିର କରିବାକୁ ଯାଉଛୁ ଡୋନାଲ୍ଡ ଟ୍ରମ୍ପଙ୍କ ସହ ବୈଠକ ପୂର୍ବରୁ ପ୍ରଭାବ ପକାଇବାକୁ ଚେଷ୍ଟା କରିବା ଚୀନର ଏକ ଖରାପ ଧାରଣା।”

ରେୟାର ଆର୍ଥ ମ୍ୟାଟେରିଆଲ ପାଇଁ ଆମେ ଭାରତ ସହିତ ଅନ୍ୟ ସହଯୋଗୀ ରାଷ୍ଟ୍ର ଠାରୁ ଆମେ ସହଯୋଗ ଚାହିଁବୁ ବୋଲି ବେସେଣ୍ଟ କହିଛନ୍ତି।  ସେପଟେ ଟ୍ରମ୍ପ  ଚୀନ ସାମଗ୍ରୀ ଉପରେ ୧୦୦ ପ୍ରତିଶତ ଶୁଳ୍କ ଘୋଷଣା କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଛି। ନଭେମ୍ବର ୧ ତାରିଖରୁ ଏହା ଲାଗୁ ହେବ। ଏପଟେ ଚୀନ କହିଛି ଆମେରିକାର ଏଭଳି ଧମକରେ ଆମେ ଡରୁ ନାହୁଁ। ଆମେ ଲଢ଼ି ଜାଣିଛୁ।

ଏପଟେ ଭାରତ ଏକ ନ୍ୟାସନାଲ କ୍ରିଟିକାଲ୍ ମିନେରାଲ୍ ଷ୍ଟକପାଇଲ୍ (NCMS) କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଦେଶରେ ବିରଳ ପୃଥିବୀ ଉପାଦାନର ଉପଲବ୍ଧତା ସୁନିଶ୍ଚିତ କରିବା ଏହି କାର୍ଯ୍ୟକ୍ରମ ମୁଖ୍ୟ ଲକ୍ଷ୍ୟ। ଏହି ବିରଳ ପୃଥିବୀ ଖଣିଜ ପଦାର୍ଥଗୁଡ଼ିକ ଇଭି, ୱିଣ୍ଡ ଟର୍ବାଇନ ଏବଂ ଅନ୍ୟାନ୍ୟ ଗ୍ରୀନ ଏନର୍ଜି ଟେକ୍ନୋଲୋଜୀର ବିକାଶ ପାଇଁ ଅତ୍ୟାବଶ୍ୟକ ପଡ଼ିଥାଏ। ଯଦି ଭାରତରେ ଏଗୁଡ଼ିକର ଉତ୍ପଦାନ ଠିକ୍ ଭାବେ ହୋଇପାରିଲା ତେବେ ରେୟାର ଆର୍ଥ ମ୍ୟାଟେରିଆଲ୍ ପାଇଁ ଭାରତକୁ ଆଉ ଚୀନ ଉପରେ ନିର୍ଭର କରିବାକୁ ପଡ଼ିବନି। ଏଥିସହିତ ଏଗୁଡ଼ିକୁ ରପ୍ତାନୀ କରି ଭାରତ ଭଳ ଦୁଇପଇସା ରୋଜଗାର କରିପାରିବ।

ବର୍ତ୍ତମାନ ରେୟାର ଆର୍ଥ ମ୍ୟାଟେରିଆଲ୍‌ରେ ଉତ୍ପାଦନରେ ୭୦ ପ୍ରତିଶଥ ଭାଗିଦାରି ରଖୁଥିବା ବେଳେ ଏହାର ପ୍ରୋସେସିଂରେ ୯୦ ପ୍ରତିଶତ ଯୋଗଦାନ ଦେଉଛି। ତେଣୁ ଚୀନ ମନ ଇଚ୍ଛା ଏହା ଉପରେ କଟକଣା ଲଗାଇ ବିଶ୍ୱକୁ ହଇରାଣ କରୁଛି। ଆଉ ଯଦି ଭାରତର ଏହି ପ୍ରୋଗ୍ରାମ ସଫଳ ହେଲା ତେବେ ଚୀନକୁ କଡ଼ା ଟକ୍କର ମିଳିବ। ଏହି ସମ୍ଭାବନାକୁ ଦେଖି ଆମେରିକା ଚୀନ ଠାରୁ ବିମୁଖ ହୋଇ ଭାରତ ଆଡ଼କୁ ମୁହାଁଇଛି। ଏହି ସମୟରେ ଚୀନ ଭାରତ ବିରୁଦ୍ଧରେ ଅଭିଯୋଗ କରି ଅଡ଼ୁଆ ସୃଷ୍ଟି କରିବାକୁ ଚେଷ୍ଟା କରୁଛି।