ମେଷ- ତୃତୀୟ ଚନ୍ଦ୍ର ଯୋଗୁ ସମ୍ମାନ ପ୍ରାପ୍ତି ହେବ। ବ୍ୟବସାୟିକ କାର୍ଯ୍ୟରେ ଆଗ୍ରହୀ ହେବେ। ବିଦେଶ ଯାତ୍ରା କରିବାକୁ ମନୋନିବେଶ କରିବେ। ପରିବାରରେ ଧାର୍ମିକ କାର୍ଯ୍ୟ ହେବ। ସୁଖଦ ଖବର ମିଳିବ। ବିଦ୍ୟାର୍ଥୀମାନେ ବନ୍ଧୁଙ୍କ ସହଯୋଗ ପାଇବେ।
ବୃଷ- କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଆପଣଙ୍କୁ ଯାତ୍ରା କରିବାକୁ ପଡ଼ିପାରେ। କାର୍ଯ୍ୟ କ୍ଷେତ୍ରରେ ପ୍ରୟାସ ସଫଳ ହେବ | କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବେ। ଦାମ୍ପତ୍ୟ ଜୀବନରେ ଖୁସି ଲାଗି ରହିବ। ବନ୍ଧୁଙ୍କ ସହଯୋଗ ପାଇବେ।
ମିଥୁନ- ଶ୍ରୀ ଚନ୍ଦ୍ର ଥିବାରୁ ମିଥୁନ ରାଶିର ବ୍ୟକ୍ତିଙ୍କ ମନ ଖୁସି ହେବ। ତଥାପି ଧର୍ଯ୍ୟ ରଖନ୍ତୁ। ଚାକିରି ସାକ୍ଷାତକାର ଇତ୍ୟାଦିରେ ଆପଣ ସଫଳତା ପାଇବେ। ଆୟ ବୃଦ୍ଧି ପାଇବ | ସୁଖଦ ଖବର ପାଇବେ । ବିଦ୍ୟାର୍ଥୀମାନେ ଆଶାନୁରୂପ ଫଳ ପ୍ରାପ୍ତ କରିବେ।
କର୍କଟ- ଉଦବେଗଜନକ ପରିସ୍ଥିତି ସୃଷ୍ଟି ହେବ। ମନ ବିଚଳିତ ହୋଇପାରେ। ଆତ୍ମବିଶ୍ୱାସର ଅଭାବ ହେବ। ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହୋଇପାରେ। ପରିଶ୍ରମ ଅଧିକ ହେବ।
ସିଂହ- ସେବା ପୂଜାରେ ମନୋନିବେଶ କରିବେ। ମନ ଅସ୍ଥିର ହୋଇପାରେ। ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ ପାଇଁ ଅନ୍ୟ କିଛି ସ୍ଥାନକୁ ଯାଇପାରନ୍ତି। ସାଙ୍ଗମାନଙ୍କ ସମର୍ଥନ ପାଇବ। ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
କନ୍ୟା- ଦଶମ ଚନ୍ଦ୍ର ଥିବାରୁ ସୁଖ ସମ୍ମାନ ମିଳିବ । ମନରେ ଆଶା ଏବଂ ନିରାଶାର ଭାବନା ରହିପାରେ । ଚାକିରି ପାଇଁ ସାକ୍ଷାତକାର କାର୍ଯ୍ୟରେ ଆପଣ ସଫଳତା ପାଇବେ। ଆୟ ବୃଦ୍ଧି ପାଇବ | ଅଧିକାରୀଙ୍କ ସହଯୋଗ ପାଇବେ। ବିଦ୍ୟାର୍ଥୀମାନେ ଲାଭବାନ ହେବେ। ପ୍ରେମ ସମ୍ପର୍କ ନିବିଡ଼ ହେବ ।
ତୁଳା- ଅଧିକ ଆୟର ଯୋଗ ରହିବ, ହେଲେ ମଧ୍ୟ ମନ ଅସ୍ଥିର ରହିବ। ଆତ୍ମବିଶ୍ୱାସର ଅଭାବ ହେବ। ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ। ବ୍ୟବସାୟରେ ଅସୁବିଧା ହୋଇପାରେ। ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ । ଜୀବନ ଯନ୍ତ୍ରଣାଦାୟକ ହେବ ।
ବିଛା- ସୁଖ ହାନି ଘଟିବ। ନିରାଶା ଏବଂ ଅସନ୍ତୋଷ ମନରେ ରହିବ। ପୁରୁଣା ବନ୍ଧୁଙ୍କୁ ଭେଟିବେ। ଖର୍ଚ୍ଚ ବୃଦ୍ଧି ପାଇବ। ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଭାଇମାନଙ୍କ ସମର୍ଥନ ପାଇବେ। ବିଦ୍ୟାର୍ଥୀମାନେ ଅଳସୁଆ ହେବେ ।
ଧନୁ- ସପ୍ତମ ଚନ୍ଦ୍ର ଯୋଗୁ ମନ ଖୁସି ରହିବ। ଆତ୍ମବିଶ୍ୱାସ ମଧ୍ୟ ପୂର୍ଣ୍ଣ ହେବ। ଚାକିରିରେ ଅଗ୍ରଗତିର ରାସ୍ତା ଖୋଲିବ । ଆୟ ବୃଦ୍ଧି ପାଇବ। ଶିକ୍ଷାଗତ କାର୍ଯ୍ୟରେ ସଫଳତା ମିଳିବ। ସାଙ୍ଗମାନଙ୍କ ସମର୍ଥନ ପାଇବେ । ଭ୍ରମଣରେ ଯାଇପାରନ୍ତି ।
ମକର- କାର୍ଯ୍ୟ କ୍ଷେତ୍ରରେ ବିଶେଷ ସହାୟତା ମିଳିବ। ବନ୍ଧୁ ମିଳନର ଯୋଗ ରହିଛି। ନିଜ ପରାକ୍ରମ ବଳରେ ଶତ୍ରୁଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ। ପରିବାରରେ ସୁଖ ଶାନ୍ତି ଲାଗି ରହିବ। ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ ।
କୁମ୍ଭ- ସର୍ବ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଗୃହରେ କିଛି ଶୁଭକର୍ମର ଆରମ୍ଭ ହେବ। କିଛି ନୂତନ ଦ୍ରବ୍ୟ ଲାଭ କରିବେ। ବ୍ୟବସାୟୀମାନଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି। ଲାଭ ଯୋଗ ଅଛି। ଛାତ୍ରଛାତ୍ରୀମାନେ ନିଜର ଲୁଚିଥିବା ପ୍ରତିଭା ସାମ୍ନାକୁ ଆଣିବେ।
ମୀନ- କଳହର ଯୋଗ ରହିଛି। ଗୃହକୁ ବନ୍ଧୁଙ୍କ ଆଗମନ ହେବ। ବ୍ୟବସାୟରେ ବୃଦ୍ଧି ଘଟିବ। ହେଲେ ମଧ୍ୟ କଠିନ ପରିଶ୍ରମ ହେବ । ଅଟକି ରହିଥିବା ଟଙ୍କା ଫେରିପାଇବେ। ନିବେଶ ପାଇଁ ଦିନଟି ଉତ୍ତମ ହେବ ନାହିଁ। ଦୁର୍ଘଟଣାର ଶିକାର ହୋଇପାରନ୍ତି ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ- 8249826682