ଜଳ ଓ ପରିମଳ ବ୍ୟବସ୍ଥାର ମରାମତି ପାଇଁ ଅଜ୍ଞାତ ବ୍ୟକ୍ତି ଓସାକା ସହରକୁ ଦାନ କରିଛନ୍ତି ୩.୬ ମିଲିୟନ ଡଲାରର ସୁନା

NEWS7
know-your-horoscope-for-sunday-3rd-march-2024

ଓସାକା ୨୧।୨: ଜନୈକ ଅଜ୍ଞାତ ଦାତା ଜାପାନର ଓସାକା ସହରକୁ ୨୧ କେଜି ସୁନା ଇଟା ଦାନ କରିଛନ୍ତି, ଯାହାର ମୂଲ୍ୟ ପାଖାପାଖି ୩୬ଲକ୍ଷ ଡଲାର ହେବ। ଦାତା ଅନୁରୋଧ କରିଛନ୍ତି ଯେ ଏହି ଦାନକୁ କେବଳ ଜଳ ଓ ଜଳ ନିଷ୍କାସନ କାର୍ଯ୍ୟରେ ଉପଯୋଗ କରାଯାଉ। ଅଧିକାରୀମାନେ କହିଛନ୍ତି ଯେ ଏହି ମହତ ଉଦ୍ଦେଶ୍ୟ ଲାଗି ସୁନା ଗତ ନଭେମ୍ବର ୨୦୨୫ରେ ପହଞ୍ଚି ଯାଇଥିଲା। ତେବେ ଅନ୍ତରୀଣ ଯାଞ୍ଚ ପରେ ଏହାକୁ ଔପଚାରିକ ରୂପେ ଏବେ ସ୍ୱୀକାର କରାଯାଇଛି। ଏହି ଦାନ ବିନା କୌଣସି ସର୍ତ୍ତରେ ଓ ଗୋପନ ରଖିବା ଅନୁରୋଧ ସହ କରାଯାଇଛି।

ଏବେ ସୁନାକୁ ନଗଦ ରାଶିରେ ପରିଣତ କରାଯିବ ଓ ଜଳ ଏବଂ ପରିମଳ ଭିତ୍ତିଭୂମିର ତତ୍କାଳ ଆବଶ୍ୟକତା ପୂରଣ ପାଇଁ ବ୍ୟୟ କରାଯିବ। ଓସାକାରେ ପ୍ରତି ଦିନ ପ୍ରାୟ ୩୦ଲକ୍ଷ ଲୋକଙ୍କୁ ଜଳ ଓ ପରିମଳ ସେବା ପ୍ରଦାନ କରେ। ଏହାର ଅଧିକାଂଶ ଭୂତଳ ନେଟୱାର୍କ ଅନେକ ବର୍ଷ ପୁରୁଣା। ଏଣୁ ନର୍ଦ୍ଦମା ସମ୍ପର୍କିତ ଅଭଯୋଗ ପ୍ରାୟତଃ ଥାଏ। ତେବେ ସହରର ନେତାମାନେ ଏହି ଦାନକୁ ଏକ ଗୁରୁତ୍ୱପୂର୍ଣ୍ଣ ଦାନ ବୋଲି କହିଥିବା ବେଳେ ସହରର ଅତ୍ୟନ୍ତ ସମ୍ବେଦନଶୀଳ ସମୟରେ ମିଳିଥିବାର କହିଛନ୍ତି। ଓସାକା ମେୟର ହିଦେୟୁକୀ ୟୋକୋୟାମା କହିଛନ୍ତି ଯେ ଏହି ଦାନର ପରିମାଣ ଏତେ ଅଧିକ ଯେ ପୂର୍ବରୁ କେବେ ଏତେ ରାଶି ମିଳି ନାହିଁ। ସେ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଦାନ ପାଇଁ ଧନ୍ୟବାଦ ଜଣାଇବାକୁ ମୋ ପାଖରେ ଶବ୍ଦ ନାହିଁ।

ପୁରୁଣା ପାଇପଲାଇନର ମରାମତି ଲାଗି ବହୁତ ପାଣ୍ଠି ଆବଶ୍ୟକ ହୋଇଥାଏ। ଏହି ସମର୍ଥନ ପାଇଁ ଆମେ ଦାତାଙ୍କ ନିକଟରେ ଅତ୍ୟନ୍ତ କୃତଜ୍ଞ। ମେୟର କହିଛନ୍ତି ଯେ ଦାତାଙ୍କ ଗୋପନ ରହିବା ଇଛାକୁ ସମ୍ମାନ ଦିଆଯିବ। ତେବେ ସବୁ ପ୍ରକ୍ରିୟା ନଗର ପାଳିକା ଓ ଜାତୀୟ ନିୟମାନୁସାରେ ହେବ। ଦାନରେ ମିଳିଥିବା ଏହି ସୁନାକୁ ଓସାକା ୱାଟରୱାର୍କସ୍ ବ୍ୟୁରୋକୁ ଦେଇ ଦିଆଯାଇଛି, ଯିଏ ସହରରେ ପେୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥାର ପ୍ରବନ୍ଧନ କରନ୍ତି। ଜାପାନରେ ଯୁଦ୍ଧୋତ୍ତର ଆର୍ଥିକ ସ୍ୱଚ୍ଛଳତା କାଳରେ ଓସାକାରେ ଜଳ ଯୋଗାଣ ନେଟୱାର୍କର ଦ୍ରୁତ ବିକାଶ ହୋଇଥିଲା। ୧୯୬୦-୭୦ ଦଶକରେ ଅନେକ ପାଇପଲାଇନ ବିଛା ଯାଇଥିଲା। ଅଧିକାଂଶ ପାଇପର ସେବା ଅବଧି ୪୦ ବର୍ଷ ଏଥିରୁ ଏକ ବଡ଼ ଭାଗ ଅନେକ ପୂର୍ବରୁ ସମୟସୀମା ପାର କରିସାରିଛି।

ସହରର ଅଧିକାରୀମାନେ କହିଛନ୍ତି ଯେ ଯିଏ ଏହି ସୁନା ଦାନ କରିଛନ୍ତି ସେ ପୂର୍ବରୁ ସହରର ଜଳ ଯୋଗାଣ ବ୍ୟବସ୍ଥା ପାଇଁ ନଗଦ ୫ଲକ୍ଷ ୟେନ ଦାନ କରିଥିଲେ। ଏଣୁ ଜଣାପଡୁଛି ସହରର ବିକାଶ ନିମନ୍ତେ ଏହା ପ୍ରଥମ ଦାନ ନୁହେଁ। ତେବେ ଜାପାନର ଭିତ୍ତିଭୂମି ବିକାଶ ନିମନ୍ତେ ଏପରି ଗୋପନୀୟ ଦାନ ବିରଳ। କାରଣ ଅଧିକାଂଶ ସରକାରୀ କାର୍ଯ୍ୟ ସରକାରଙ୍କ ସବସିଡି ଉପରେ ନିର୍ଭର କରେ। ଦାନରେ ମିଳିଥିବା ସୁନାକୁ ଏବେ ବଦଳାଇବା ପାଇଁ ଯୋଜନା କରାଯାଉଛି।

ଏଥିରୁ ପ୍ରାପ୍ତ ରାଶିକୁ ଜଳ ପ୍ରକଳ୍ପ ଲାଗି ନିର୍ଦ୍ଧାରିତ ବଜେଟରେ ରଖାଯିବ। ଏଥି ପାଇଁ ହେବାକୁ ଥିବା ଖର୍ଚ୍ଚ ଦେଖରେଖ ତନ୍ତ୍ର ମାଧ୍ୟମରେ କରାଯିବ। ଅଧିକାରୀମାନେ କହିଛନ୍ତି ଯେ କାର୍ଯ୍ୟରେ ପାରଦର୍ଶିତା ଅବଲମ୍ବନ କରାଯିବ। ଆବଣ୍ଟନକୁ ଚୂଡ଼ାନ୍ତ ରୂପ ଦିଆଯିବା ପରେ ପ୍ରକଳ୍ପ ବିବରଣୀ ଜାରି କରାଯିବ।