'ବାରାଣସୀ' ପାଇ ପ୍ରିୟଙ୍କାଙ୍କୁ କାହିଁକି କାଷ୍ଟ କଲେ ରାଜାମୌଲି ? ଅଭିନେତ୍ରୀଙ୍କ କେଉଁ ସର୍ତ୍ତ ମହେଶ ବାବୁଙ୍କୁ ପଡିଥିଲା ଭାରି...

NEWS7
know-your-horoscope-for-sunday-20th-april-2025

ମୁମ୍ଵାଇ ୦୫।୦୨; ୨୦୨୭ ମସିହାର ସବୁଠାରୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ'ବାରାଣସୀ' । ଯାହା ଏବେପୁଣିଥରେ ଖବରରେ ରହିଛି । ଏସ.ଏସ. ରାଜାମୌଲିଙ୍କ ନିର୍ଦ୍ଦେଶିତ "ବାରାଣସୀ"ରେ ମହେଶ ବାବୁ,ପ୍ରିୟଙ୍କା ଚୋପ୍ରା ଏବଂ ପୃଥ୍ୱୀରାଜ ସୁକୁମାରନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ନିର୍ଦ୍ଦେଶକ ରାଜାମୌଲି ଏବଂ ଷ୍ଟାରକାଷ୍ଟ ଏବେ ଫିଲ୍ମ ବିଷୟରେ ମୁହଁ ଖୋଲିଛନ୍ତି ।ଏକ ସାକ୍ଷାତକାରରେ ରାଜାମୌଲି,ମହେଶ ବାବୁ ଏବଂ ପ୍ରିୟଙ୍କା ଚୋପ୍ରା ସମସ୍ତେ ଫିଲ୍ମ ସହିତ ସେମାନଙ୍କର ଅଭିଜ୍ଞତା ବିଷୟରେ ଆଲୋଚନା କରିଥିଲେ । ପ୍ରିୟଙ୍କା ଏହା ମଧ୍ୟ ପ୍ରକାଶ କରିଥିଲେ ଯେ ଫିଲ୍ମରେ ରାଜି ହେବା ପାଇଁ ତାଙ୍କର ଗୋଟିଏ ସର୍ତ୍ତ ଥିଲା । ମହେଶ ବାବୁ ମଧ୍ୟ ଏହି ସର୍ତ୍ତର ପ୍ରତିକ୍ରିୟା ଦେଇଛନ୍ତି ।

 
 
 
 
 
 
 
 
 
 
 
 
 
 
 

A post shared by Patty Cardona (@jerryxmimi)

ରାଜାମୌଲି ପ୍ରିୟଙ୍କାଙ୍କୁ କାହିଁକି କାଷ୍ଟ କଲେ?

ଫିଲ୍ମରେ ପ୍ରିୟଙ୍କା ଚୋପ୍ରାଙ୍କୁ କାଷ୍ଟ କରିବାର କାହାଣୀକୁ ମନେ ପକାଇ ରାଜାମୌଲି କହିଛନ୍ତି, "ମୁଁ ବହୁତ ଦିନ ଧରି ତାଙ୍କର ପ୍ରଶଂସକ । ମୁଁ ତାଙ୍କ କାମକୁ ଭଲ ପାଏ । ଭୂମିକା ଯାହା ହେଉନା କାହିଁକି, ସେ ଉତ୍କୃଷ୍ଟ । ସେ ତାଙ୍କ ଭୂମିକାରେ ସବୁ ପ୍ରକାରର ପରିଶ୍ରମ ସହ ନ୍ୟାଚୁରାଲ କାମ କରନ୍ତି । ତେଣୁ, ମୁଁ ସମାନ ଅଭିନେତ୍ରୀ ଖୋଜୁଥିଲି । ମୋ ପାଖରେ ଅନେକ ଅପସନ୍ ଥିଲା, କିନ୍ତୁ ଏହି ଭୂମିକା ପାଇଁ ପ୍ରିୟଙ୍କା ଚୋପ୍ରା ଥିଲେ ବେଷ୍ଟ । ସେ ଏକ ଶକ୍ତିଶାଳୀ ଭୂମିକା ନିର୍ବାହ କରିପାରିବେ । ତେଣୁ, ତିନି ଘଣ୍ଟାରୁ ଅଧିକ ସମୟ ବିଶିଷ୍ଟ ଫିଲ୍ମ ପାଇଁ ପ୍ରିୟଙ୍କା ଚୋପ୍ରା ଏକମାତ୍ର ପସନ୍ଦ ଥିଲେ।"

 
 
 
 
 
 
 
 
 
 
 
 
 
 
 

A post shared by Patty Cardona (@jerryxmimi)

ପ୍ରିୟଙ୍କା ଚୋପ୍ରାଙ୍କ ସର୍ତ୍ତ ନେଇ ମହେଶ ବାବୁଙ୍କ ପ୍ରତିକ୍ରିୟା

ପ୍ରିୟଙ୍କା ଚୋପ୍ରା ପ୍ରକାଶ କରିଥିଲେ ଯେ ସେ ରାଜାମୌଲିଙ୍କୁ ଫିଲ୍ମରେ ତାଙ୍କ ଡ୍ୟାନ୍ସ କରିବାକୁ ଅନୁରୋଧ କରିଥିଲେ, କାରଣ ଅଭିନେତ୍ରୀ ବହୁତ ଦିନ ଧରି ବଲିଉଡରେ ନାଚି ନଥିଲେ । ପ୍ରିୟଙ୍କା କହିଥିଲେ, "ଯେତେବେଳେ ମୁଁ ରାଜାମୌଲିଙ୍କ ଠାରୁ ଫୋନ୍ ଆସିଲା । ସେ କହିଲେ, 'ଏହା ଏକ ମହିଳା ଚରିତ୍ର, ଯାହା ପ୍ରକୃତରେ ବହୁତ ଭଲ, ତୁମେ ଏହା କରିବା ଉଚିତ ।' ମୁଁ ଉତ୍ତର ଦେଲି, 'ମୋର ମଧ୍ୟ ଗୋଟିଏ ଅନୁରୋଧ ଅଛି, ଯେ ମୁଁ ଏଥିରେ ନାଚିବାକୁ ଚାହୁଁଛି। ମହେଶ ବାବୁ ଉତ୍ତର ଦେଲେ, "ତୁମ ଯୋଗୁଁ, ଆମକୁ ମଧ୍ୟ ନାଚିବାକୁ ପଡିଲା ।" ପ୍ରିୟଙ୍କା ଚୋପ୍ରା ରାଜାମୌଲିଙ୍କୁ ନାଚିବାକୁ ଅନୁରୋଧ କରିଥିଲେ କାରଣ "RRR" ଫିଲ୍ମର "ନାଟୁ ନାଟୁ" ଗୀତଟି ଏହାର ଗୀତ ଏବଂ ଡ୍ୟାନ୍ସ ସହ ସାରା ବିଶ୍ୱକୁ ପ୍ରଭାବିତ କରିଥିଲା ଏବଂ ଓସ୍କାର ଜିତିଥିଲା ।

ଅଧିକ ପଢନ୍ତୁ-'ଆନିମଲ ପାର୍କ'ର ଷ୍ଟୋରୀକୁ ନେଇ ହିଣ୍ଟ ଦେଲେ ନିର୍ମାତା ସନ୍ଦୀପ ରେଡ୍ଡି, ରଣବୀର କହିଲେ-ଖଳନାୟକ ପାଇଁ ଉତ୍ସାହିତ