ସିଂହ ରାଶିର ବ୍ୟକ୍ତିଙ୍କୁ କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ, ଗୃହରେ ଶୁଭ କର୍ମ ହୋଇପାରେ

Published By : Prameya-News7 Bureau | March 16, 2025 IST

ମେଷ- ରାଶିକୁ ସପ୍ତମ ଚନ୍ଦ୍ର, ବନ୍ଧୁ ମିଳନର ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି, ଯାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ। ଯାହା ବି କର୍ମ କରିଛନ୍ତି ତାର ଫଳ ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ । ବ୍ୟବସାୟରେ ଯାତ୍ରା ଯୋଗ। ଚାକିରିରେ ଉଚ୍ଚସ୍ଥାନ ପ୍ରାପ୍ତି ହେବ।

ବୃଷ- ସେବା ପୂଜାରେ ମନୋନିବେଶ କରିବେ। ଚିନ୍ତାଧାରାର ବିକାଶ ଘଟିବ। କିଛି କଥାକୁ ନେଇ ମନରେ ଇର୍ଷା ଭାବ ସୃଷ୍ଟି ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ସାମାନ୍ୟ କ୍ଷତି ହୋଇପାରେ। ବିଦ୍ୟାର୍ଥୀମାନେ ସୌଭାଗ୍ୟ ଲାଭ କରିବେ।

ମିଥୁନ- ଅଙ୍ଗରେ ଆଘାତ ଲାଗିଲା ଭଳି ସମସ୍ୟା ଦେଖା ଦେବ। ଧନ ହାନି ହେବ। ଦେହ ପୀଡ଼ା ଯୋଗୁ ଅଳସୁଆ ହେବେ। ଅଯଥା ବ୍ୟୟର ଯୋଗ ରହିଛି। କର୍ମ କ୍ଷେତ୍ରରେ ମନସ୍ତାପ କରିବେ। ପ୍ରେମ ସମ୍ପର୍କରେ ମନୋମାଳିନ୍ୟ ଦେଖା ଦେଇପାରେ। ବିଦ୍ୟାର୍ଥୀ ଅମନଯୋଗୀ ହେବେ ।

କର୍କଟ- କର୍ମ କ୍ଷେତ୍ରରେ ଅସଫଳତା ମିଳିପାରେ। ଗୃହକୁ ଅତିଥିଙ୍କ ଆଗମନ ହେବ। ପାରିବାରିକ ସମସ୍ୟା ମୁଣ୍ଡ ଟେକିପାରେ। ବିଦ୍ୟାର୍ଥୀମାନେ ଅମନଯୋଗୀ ହେବେ। ଶାରୀରିକ ସମସ୍ୟା ମଧ୍ୟ ଦେଖା ଦେବାର ସମ୍ଭାବନା ରହିଛି। ଯାତ୍ରା ସମୟରେ ସତର୍କ ରହିବାକୁ ଅନୁରୋଧ ।

ସିଂହ- ଦିନଟିରେ ସଂପୂର୍ଣ୍ଣ ସମୟ ଶୁଭ ରହିଛି। ନୂତନ ଚାକିରିର ଯୋଗ ରହିଛି। କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ । ଗୃହରେ ଶୁଭ କର୍ମ ହୋଇପାରେ। ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ। ବ୍ୟବସାୟରେ ଭ୍ରମଣ ଯୋଗ ରହିଛି ଯାହା ଉତ୍ତମ ଫଳ ପ୍ରଦାନ କରିବ ।

କନ୍ୟା-  ଆଶାବାଦୀ ହୋଇ ରହିବେ ।  ଅତ୍ୟାବଶ୍ୟକ ଦ୍ରବ୍ୟ ବା ଧାତୁକୁ ହରାଇପାରନ୍ତି । ଗୃହରେ କଳହର ଯୋଗ ରହିଛି । ମାନସିକ ଅଶାନ୍ତି ଦେଖା ଦେଇପାରେ । ଦାମ୍ପତ୍ୟ ଜୀବନ ଏତେ ଭଲ ରହିବ ନାହିଁ । ଅର୍ଥ ସ୍ଥିତିରେ ଅବନତି ଘଟିବ । 

ତୁଳା- ରାଶିକୁ ଶ୍ରୀ ଚନ୍ଦ୍ର ଯୋଗ ରହିଛି ଦୂର ଯାତ୍ରାର ଯୋଗ ରହିଛି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ। ଅଧିକାରୀଙ୍କ ଠାରୁ ସମ୍ମାନ ମିଳିବ । ହେଲେ ମଧ୍ୟ ପରିଶ୍ରମର ପରିମାଣ ଅଧିକ ରହିବ। ମୁଣ୍ଡ ବ୍ୟଥା ଭଳି ସମସ୍ୟା ଦେଖା ଦେଇପାରେ ।

ବିଛା- ପରିବାରରେ ବାଦ ବିବାଦ ଲାଗି ରହିବ। ମାନ ହାନି ହେବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନରେ ଦୁଃଖ ଆସିବ। ସନ୍ତାନଙ୍କୁ ନେଇ ଚିନ୍ତାରେ ରହିବେ। ଯାନ ବାହାନରେ ସତର୍କତା ଅବଲମ୍ବନ କରନ୍ତୁ। ଅଙ୍ଗରେ ଆଘାତ ଲାଗିପାରେ ।

ଧନୁ-  କର୍ମର ଫଳ ନିଶ୍ଚୟ ପ୍ରାପ୍ତ କରିବେ। ଆଶଠାରୁ ଅଧିକ ଧନ ଉପାର୍ଜନ ହେବ। କର୍ମ କ୍ଷେତ୍ରରେ ଚଞ୍ଚଳ ହେବେ। ସମ୍ମାନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି। ପ୍ରେମ ସମ୍ପର୍କ ନିବିଡ଼ ହେବେ। ବିଦ୍ୟାର୍ଥୀମାନେ ଲାଭବାନ ହେବେ ।

ମକର- ବିଭିନ୍ନ ପ୍ରକାର ଆୟର ଉତ୍ସ ମିଳିବ। ଦିନଟି ମଧ୍ୟମ ଫଳ ଦେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ପରିବାରରେ ଖୁସି ଲାଗି ରହିବ। ବ୍ୟବସାୟରେ ନୂତନ ଆଶା ଦେଖାଯିବ। ଭ୍ରମଣ ଯୋଗ ଶୁଭ ହେବ । ବିଦ୍ୟାର୍ଥୀ କର୍ମ ଫଳ ପ୍ରାପ୍ତ କରିବେ। 

କୁମ୍ଭ- ରୋଜଗାର ଠାରୁ ଅଧିକ ଖର୍ଚ୍ଚ ହେବ। ମନ ସାମାନ୍ୟ ଚଞ୍ଚଳ ରହିବ। ଭ୍ରମଣର ଯୋଗ ରହିଛି । ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି । ମାତା ପିତାଙ୍କ ଆଶୀର୍ବାଦ ମିଳିବ। ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦ୍ୱାରା ଅସୁବିଧା ହୋଇପାରେ। ବିଦ୍ୟାର୍ଥୀମାନେ କର୍ମ ଫଳ ପ୍ରାପ୍ତ କରିବେ ।

ମୀନ- ଆଶା କରିଥିବା ଦ୍ରବ୍ୟ କିମ୍ବା କର୍ମ ପ୍ରାପ୍ତ ହେବ ନାହିଁ। ଅଯଥା ଅର୍ଥ ବ୍ୟୟ ହେବାର ସମ୍ଭାବନା ରହିଛି। ଏକାଗ୍ରତାର ଅଭାବ ରହିବ ଏବଂ ମନ କୌଣସି କାର୍ଯ୍ୟରେ ନିୟୋଜିତ ହୋଇପାରିବନାହିଁ । କିଛି ଅଘଟଣ ଘଟିବାର ସମ୍ଭାବନା ମଧ୍ୟ ଅଛି ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.