ମେଷ - ଘାତ ଚନ୍ଦ୍ର ରହିଥିବାରୁ କାର୍ଯ୍ୟ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମନରେ ଆଶା ଏବଂ ନିରାଶାର ଭାବନା ରହିପାରେ । ମାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଜୀବନ ସାଥୀଙ୍କ ସମର୍ଥନ ପାଇବ । ଖର୍ଚ୍ଚ ବୃଦ୍ଧି ପାଇଲେ ମଧ୍ୟ ନୂତନ ଆୟର ପନ୍ଥା ଦେଖା ଦେବ ।
ବୃଷ - କୃଷ୍ଣ ପକ୍ଷ ଦ୍ଵାଦଶ ଚନ୍ଦ୍ର , ମନ ପ୍ରଫୁଲ୍ଲ ରହିବ ।ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ । ଆୟ ବୃଦ୍ଧି ପାଇବ । ଆପଣ ଶିକ୍ଷାଗତ ଏବଂ ବୌଦ୍ଧିକ କାର୍ଯ୍ୟରୁ ମଧ୍ୟ ସମ୍ମାନ ପାଇବେ । ସୁସ୍ୱାଦୁ ଖାଦ୍ୟ ପାଇଁ ଆଗ୍ରହୀ ହେବେ । ଜମିଜମା,ରାଜନୀତି ରେ କ୍ଷେତ୍ରରେ ବିଜୟ ଲାଭ କରିବେ ।
ମିଥୁନ - ସର୍ବ କାର୍ଯ୍ୟ ରେ ସଫଳତା ଅର୍ଜନ କରିବେ । ପାରିବାରିକ ଦାୟିତ୍ ବଢିପାରେ । କର୍ମ କ୍ଷେତ୍ର ରେ ସମ୍ମାନ ମିଳିବ । ଜୀବନ ସଂଗଠିତ ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସାଙ୍ଗମାନଙ୍କ ସହଯୋଗ ହେବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ର ରେ ଅନେକ ପ୍ରଶଂସା ମିଳିବ।
କର୍କଟ - ମନରେ ଧାର୍ମିକ ଭାବନା ସୃଷ୍ଟି ହେବ ।ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।ମା’ଙ୍କ ସାଥୀ ପାଇବେ । ବ୍ୟବସାୟରେ ଅଧିକ ଲାଭ ଯୋଗ ରହିଛି । କିଛି ନୂତନ ପ୍ରକଳ୍ପ ସଂପର୍କରେ ଏକ ବିଦେଶ ଯାତ୍ରାକୁ ଯାଇପାରନ୍ତି । ନିଜ କର୍ମକୁ ନେଇ ସୁଖ ଅନୁଭବ କରିବେ।
ସିଂହ - ଅନ୍ୟ କାହା କଥାରେ ମୁଣ୍ଡ ପୁରାଇ ସମସ୍ୟାକୁ ଡାକି ପାରନ୍ତି। ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ । ଘାତ ପ୍ରତିଘାତ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଧନ କ୍ଷୟର ଯୋଗ ରହିଛି । ଚାକିରିରେ ସୁଯୋଗ ସାଙ୍ଗଙ୍କ ସାହାଯ୍ୟରେ ମିଳିବ । ପୂର୍ବ ସମସ୍ୟାର ସମାଧାନ ହେବ ।
କନ୍ୟା - ଶାରୀରିକ ପୀଡା ଅନୁଭବ କରିବେ । ଶିକ୍ଷାଗତ କାର୍ଯ୍ୟରେ ଆଗ୍ରହୀ ହେବେ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଚାକିରି କ୍ଷେତ୍ରରେ ଆପଣ ସଫଳତା ପାଇବେ । ଭାଇମାନଙ୍କ ସାହାଯ୍ୟରେ ନୂଆ କାମ ଆରମ୍ଭ ହେବ । ଅର୍ଥ ଲାଭର ଯୋଗ ରହିଛି ।
ତୁଳା - ମନ ଚଞ୍ଚଳ ଓ ଅସ୍ଥିର ରହିବ । କିଛି ବିଶେଷ ସଫଳତା ହାସଲ ପାଇଁ ଆଶାବାଦୀ ହୋଇ ରହିବେ । କଳା କିମ୍ବା ସଙ୍ଗୀତ ପ୍ରତି ଇଚ୍ଛା ବଢିପାରେ । ବ୍ୟବସାୟରେ ଅସୁବିଧା ହୋଇପାରେ । ଆପଣ ଜଣେ ବନ୍ଧୁଙ୍କ ସାହାଯ୍ୟରେ ଲାଭ ପାଇଁ ସୁଯୋଗ ପାଇପାରିବେ । ପ୍ରଗତିର ରାସ୍ତା ଖୋଲାଯିବ।
ବିଛା - ପ୍ରଶାସନିକ ,ବ୍ୟବସାୟ କ୍ଷେତ୍ର ରେ ଲାଭ ଯୋଗ । ନୂତନ କର୍ଯ୍ୟରମ୍ଭ ପାଇଁ ଆଲୋଚନା କରିବେ । ମନରେ ଆଶା ଏବଂ ନିରାଶାର ଭାବନା ରହିପାରେ । ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ମା’ଙ୍କ ସାଥୀ ପାଇବେ । ଯାନର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ବୃଦ୍ଧି ପାଇବ । ପତି ପତ୍ନୀଙ୍କ ସହଯୋଗ ରହିବ ।
ଧନୁ - କିଛି ନୂତନ ଚିନ୍ତାଧାରା ମନକୁ ଆସିବ ଯାହା ଆପଣଙ୍କୁ ବ୍ୟତିବ୍ୟସ୍ତ କରିବ । ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ ଶିକ୍ଷାଗତ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଚାକିରିରେ କର୍ମକ୍ଷେତ୍ରରେ ଅଧିକ କଠିନ ପରିଶ୍ରମ ହେବ । ନୂତନ ବ୍ୟବସାୟ ଆରମ୍ଭ କରି ପାରିବା ପୂର୍ବରୁ ଚିନ୍ତା କରି ନିଅନ୍ତୁ ।
ମକର - ମନ ପ୍ରସନ୍ନ ରହିବ, କିନ୍ତୁ ଅଳସୁଆର ମଧ୍ୟ ହୋଇପାରନ୍ତି । ଭାଷଣରେ ମଧୁରତା ରହିବ । ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରିରେ କର୍ମକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ଭ୍ରମଣ ର ଯୋଗ ରହିଛି । ବିଦ୍ୟାର୍ଥୀ ଲାଭବାନ ହେବେ ।ପାରିବାରିକ କଳହ ଠାରୁ ଦୂରେଇ ରୁହନ୍ତୁ ।
କୁମ୍ଭ- ମନ ଖୁସି ହେବ । ପରିବାରରେ ସମ୍ମାନ ରହିବ । ଚାକିରିରେ ଅଧିକାରୀଙ୍କ ସହଯୋଗ ମିଳିବ । ପ୍ରଗତିର ରାସ୍ତା ଖୋଲାଯିବ। ଆୟ ବୃଦ୍ଧି ପାଇବ | ମା ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ | ପିଲାମାନଙ୍କଠାରୁ ଏକ ଖୁସି ଖବର ଆସିବ | ମୋଟ ମୋଟି ଭାବେ ଦିନ ଟି ଉତ୍ତମ ରହିବ ।
ମୀନ- ପରିବାର କିମ୍ବା କର୍ମ କ୍ଷେତ୍ର ରେ କଳହ ର ସମ୍ମୁଖୀନ ହେବାକୁ ପଡ଼ି ପାରେ ।ମନ ବିଚଳିତ ହୋଇପାରେ । ବ୍ୟବସାୟରେ ଉତ୍ଥାନ-ପତନ ହେବ । କିନ୍ତୁ ବ୍ୟବସାୟ ପାଇଁ ବିଦେଶ ଯାତ୍ରା କରିବା ଲାଭଦାୟକ ହେବ। ସାଙ୍ଗମାନଙ୍କ ସମର୍ଥନ ମିଳିବ ।ଅର୍ଥ ହାନି ର ଯୋଗ ରହିଛି।
ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ -8249826682