ଖାମେନୀଙ୍କ ପରେ କିଏ ? ଟ୍ରମ୍ପ୍ କହିଲେ ‘ମୁଁ ଜାଣିଛି, କିନ୍ତୁ କହିବି ନାହିଁ’

NEWS7
know-your-friday-horschope-31-january-2025

ତେହେରାନ, ୦୧ /୦୩: ଖାମେନୀଙ୍କ ମୃତ୍ୟୁ ପରେ କ’ଣ ହେବ ? ଇରାନରେ କିଏ ହେବେ ଶାସନ ମୁଖ୍ୟ ? କଠୋରପନ୍ଥୀଙ୍କୁ ବିଭାଜିତ କରିବ କି ସିଆଇଏ । ଏମିତି ଏନେକ ପ୍ରଶ୍ନ । ତେବେ ୧୯୭୯ ପରେ ଇସଲାମିକ ରିପବ୍ଲିକ୍ ଇରାନରେ ଶାସନ- ଶାସକ ପରିବର୍ତ୍ତନ ସବୁଠୁ କଠିନ । କାରଣ କଠୋରପନ୍ଥୀ ସିହା ଧର୍ମାବଲମ୍ବୀମାନେ ଇରାନର ସବୁ କ୍ଷେତ୍ରରେ ପ୍ରଭାବଶାଳୀ ଅଛନ୍ତି । ତେବେ ଖାମେନୀଙ୍କ ଉତ୍ତାରିଧିକାରୀ କିଏ ହେବ ସବୁଠୁ ବଡ ପ୍ରଶ୍ନ । ଇରାନର ସମ୍ବିଧାନ ଅନୁଯାୟୀ ସର୍ବ୍ବୋଚ୍ଚ ନେତାଙ୍କ ନିଧନ ପରେ ଦେଶର ରାଷ୍ଟ୍ରପତି, ବିଚାର ବିଭାଗ ମୁଖ୍ୟ ଏବଂ ଗାର୍ଡିଆନ୍ କାଉନସିଲ ବା ପରାମର୍ଶଦାତା ପରିଷଦର ଜଣେ ଧର୍ମଗୁରୁଙ୍କୁ ନେଇ ଏକ ପରିଷଦ ବା ମଣ୍ଡଳୀ ଗଠିତ ହେବ ଏବଂ ସେମାନେ ଦେଶର ଶାସନ ପରିଚାଳନା ଏବଂ ସେମାନେ ଦେଶର ଶାସନ ପରିଚାଳନା କରିବେ । ୮୬ ବର୍ଷୀୟ ଆୟୋତଲ୍ଲାହ ଅଲ୍ଲୀ ଖାମେନୀ ୧୯୮୯ରୁ ଇରାନର ଶାସନ ସମ୍ଭାଳୁଥିଲେ । ତାଙ୍କ ମୃତ୍ୟୁ ପରେ କିଏ, ଏହାର ଉତ୍ତରରେ ଟ୍ରମ୍ପଙ୍କ ଉତ୍ତର ବି ଆଲୋଚନା ବଢାଇଛି ।

ସିଏନଏନ ଖବର ଅନୁଯାୟୀ, ଜଣେ ସିବିଏସ ରିପୋର୍ଟଙ୍କ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ୍ କହିଛନ୍ତି । କିଛି ଭଲ ନେତା ଇରାନକୁ ନେତୃତ୍ୱ ଦେବାକୁ ଅଛନ୍ତି । ମୁଁ ନିର୍ଦ୍ଦିଷ୍ଟ ଭାବରେ ଜାଣେ କିଏ ଖାମେନୀଙ୍କ ପରେ ଦାୟିତ୍ୱ ନେବ, କିନ୍ତୁ ମୁଁ ତାହା ତୁମକୁ କହିବି ନାହିଁ ବୋଲି କହିଛନ୍ତି ଟ୍ରମ୍ପ୍ । ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଜଣେ ବରିଷ୍ଠ ସିହା ଧର୍ମଗୁରୁ ଏବଂ ସିହା ବିଦ୍ୱାନ ନିଶ୍ଚିତ ଭାବେ ସର୍ବୋଚ୍ଚ ନେତା ଭାବେ ନିଯୁକ୍ତ ହେବେ । ୮୮ ଜଣ ବରିଷ୍ଠ ଧର୍ମଗୁରୁଙ୍କୁ ନେଇ ଗଠିତ ଆସେମ୍ବଲି ଅଫ୍ ଏକ୍ସପର୍ଟ୍ ତାଙ୍କୁ ଚୟନ କରିବ ।

ଅନ୍ୟପକ୍ଷରେ ଆମେରିକାର ଧମକ ଏବଂ ଆଠମାସ ତଳେ ଇସ୍ରାଏଳ-ଆମେରିକା ସହ ଇରାନର ୧୨ ଦିନ ଯୁଦ୍ଧ ସମୟରୁ ଖାମେନୀ ତାଙ୍କ ସୁରକ୍ଷା ଓ ଉତ୍ତରାଧିକାରୀ ନେଇ ସତର୍କତାର ସହ ନିଷ୍ପତ୍ତି ନେଇଥିଲେ । ଇରାନର ୬ ଜଣ ବରିଷ୍ଠ ଅଧିକାରୀ ଏବଂ କର୍ମକର୍ତ୍ତାଙ୍କ ମଧ୍ୟରୁ ୩ ଜଣ ଖାମେନୀଙ୍କ ଅଧିକ ପସନ୍ଦ ଥିଲେ । କିଛିଦିନ ତଳେ ଖାମେନୀ ସେହି ୬ ଜଣ ସମ୍ଭାବ୍ୟ ଶାସକଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଆଲୋଚନା ବି କରିଥିଲେ ।

ସେହି ୬ ଜଣଙ୍କ ମଧ୍ୟରେ ଅଛନ୍ତି ବିଚାର ବିଭାଗୀୟ ମୁଖ୍ୟ ଘୋଲାମ ହାସେନ୍, ମହସେନୀ ଇଜିଆର, ଖାମେନୀଙ୍କ ଚିଫ୍ ଅଫ୍ ଷ୍ଟାଫ୍ ଅଲୀ ଅସଗର ହେଜାଜି ଓ ହାସାନ୍ ଖୋମେନୀ । ଏହି ହାସାନ ହେଉଛନ୍ତି ଆୟୋତଲ୍ଲାହ ଖାମେନୀଙ୍କର ଜଣେ ନାତି ଏବଂ ସେ ଜଣେ ଧର୍ମଗୁରୁ ତଥା ସଂସ୍କାରବାଦୀ ରାଜନେତା । ଏହା ବ୍ୟତୀତ ଖାମେନୀଙ୍କ ଦ୍ୱିତୀୟ ପୁତ୍ର ୫୬ ବର୍ଷୀୟ ମୋଜାଥାବାଙ୍କ ନାମ ବି ଚର୍ଚ୍ଚା ହୁଏ । କିନ୍ତୁ ନିଜେ ମୋଜାଆବା ଶାସନ ପ୍ରତି ଆଗ୍ରହୀ ନଥିବା ଏବଂ ସେ ସେଭଳି ଦକ୍ଷ ଧର୍ମଗୁରୁ ନଥିବା ଜଣାଯାଇଛି ।