ନିର୍ଣ୍ଣାୟକ ମ୍ୟାଚ୍‌ରେ ମିଚେଲ-ଫିଲିପଙ୍କ ବିସ୍ଫୋରକ ଶତକ, ଭାରତକୁ ବିଶାଳ ଟାର୍ଗେଟ୍ ଦେଲା ନ୍ୟୁଜିଲାଣ୍ଡ

NEWS7
know-your-friday-horschope-31-january-2025

ଇନ୍ଦୋର: ପୁଣି ଭାରତୀୟ ବୋଲରଙ୍କୁ ଆଣ୍ଠେଇଲେ ଡାରିଲ ମିଚେଲ୍। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳା ଯାଉଥିବା ନିର୍ଣ୍ଣାୟକ ଦିନିକିଆରେ ନ୍ୟୁଜିଲାଣ୍ଡର ବିଶାଳ ସ୍କୋର। ଡାରିଲେ ମିଚେଲଙ୍କ ୧୩୭ ରନ ଓ ଗ୍ଲେନ ଫିଲିପ୍ସଙ୍କ ୧୦୬ ରନର ଶତକୀୟ ଇନିଂସ ବଳରେ କିଓ୍ଵି ଦଳ ୮ ଓ୍ଵିକେଟ୍ ହରାଇ ୩୩୭ ରନ କରିଛି। ସିରିଜ୍ ଜିତିବା ପାଇଁ ୩୩୮ ରନର ବିଜୟ ଲକ୍ଷ୍ୟ ରହିଛି। ମିଚେଲ୍ ସିରିଜରେ ନିଜର ଚମତ୍କାର ପ୍ରଦର୍ଶନ ଜାରି ର କ୍ରମାଗତ ଦ୍ଵିତୀୟ ଶତକ ହାସଲ କରିଛନ୍ତି। ଭାରତ ପକ୍ଷରୁ ସଫଳ ବୋଲର ଭାବେ ଅର୍ଶଦୀପ ସିଂ ୬୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।

News updating...