LIVE TV

ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ ୪: ନେଟଫ୍ଲିକ୍ସରେ ପୁଣି ହେବ ଧମାଲ, ଚତୁର୍ଥ ସିଜିନ୍ ପାଇଁ ସୁଟିଂ ଆରମ୍ଭ କଲେ କପିଲ

NEWS7
know-your-daily-horoscope-wednesday-11-december-2024-

ମୁମ୍ଵାଇ ୧୯।୧୧; କମେଡି କିଙ୍ଗ କପିଲ ଶର୍ମା । ତାଙ୍କର ଆକର୍ଷଣୀୟ ଅନ୍ଦାଜରେ ଲୋକଙ୍କ ମୁହଁରେ ହସ ଫୁଟାଇ ଥାଆନ୍ତି। ତାଙ୍କର କମିକ୍ ଟାଇମିଂ ଏତେ ଜବରଦସ୍ତ ଯେ ସମସ୍ତେ ହସିବାକୁ ବାଧ୍ୟ ହୁଅନ୍ତି। କପିଲ ପୁଣି ଥରେ କମେଡି ତଡକା ସହ କମ୍ବ୍ୟାକ କରିଛନ୍ତି। ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ର ଚତୁର୍ଥ ସିଜିନ୍ ସୁଟିଂ ଆରମ୍ଭ କରିଛନ୍ତି।

କପିଲ୍ ସୋସିଆଲ ମିଡିଆ ପୋଷ୍ଟ ସେୟାର କରି ଏହି ଖବର ଦେଇଛନ୍ତି। ଏହି ଫଟୋ ଗୁଡ଼ିକରେ ସେ ସୋଫାରେ ବସି ହସୁଛନ୍ତି। ସେ ଫଟୋର କ୍ୟାପସନ୍ ଲେଖିଛନ୍ତି: "ସୁଟ୍ ଡେ ୧, ସିଜିନ୍ ୪, ନେଟଫ୍ଲିକ୍ସ। କପିଲଙ୍କ ପ୍ରଶଂସକମାନେ ଏହି ପୋଷ୍ଟ ଦେଖି ବହୁତ ଖୁସି ହୋଇଛନ୍ତି। ଏହି ସିଜିନରେ କପିଲଙ୍କ ଟିମରେ କିଏ ରହିବେ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। କିନ୍ତୁ ଏହି ଘୋଷଣା ନିଶ୍ଚିତ ଭାବରେ ସମସ୍ତଙ୍କୁ ଖୁସି କରିଛି। ଏହି ପୋଷ୍ଟ ଏବେ ଖୁବ୍ ଭାଇରାଲ ହେଉଛି।

ପ୍ରଶଂସକଙ୍କ କମେଣ୍ଟ

କପିଲ ଶର୍ମାଙ୍କ ପ୍ରଶଂସକମାନେ ଏହି ପୋଷ୍ଟରେ କମେଣ୍ଟ ଦେଉଛନ୍ତି। ଜଣେ ଲେଖିଛନ୍ତି, "ଆପଣ ବହୁତ ଭଲ ଦେଖାଯାଉଛନ୍ତି, ପାଜୀ।" ଆଉ ଜଣେ ଲେଖିଛନ୍ତି, "ଆପଣ ଫିଟ୍ ଏବଂ ଶାର୍ଫ ଦେଖାଯାଉଛନ୍ତି, ଡିଅର କପିଲ। କାମ ବିଷୟରେ କହିବାକୁ ଗଲେ କପିଲ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ "କିସ୍ କିସ୍ କୋ ପ୍ୟାର୍ କରୁଁ ୨"ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଯାହା ଡିସେମ୍ବର ୫ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି।