ରାଜ୍ୟ ସରକାରଙ୍କୁ କଂଗ୍ରେସ ନେତାଙ୍କ ଟାର୍ଗେଟ, ଗରିବ ରାଜ୍ୟରେ ବିଧାୟକଙ୍କ ଦରମା ସର୍ବାଧିକ କାହିଁକି ?

NEWS7
know-your-daily-horoscope-saturday-15-march--2025-

ଭୁବନେଶ୍ୱର ୧୩।୧୨ : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଯୁବ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ସ୍ମୃତିରଞ୍ଜନ ଲେଙ୍କା । ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି ସ୍ମୃତିରଞ୍ଜନ ଲେଙ୍କା ।

ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଓଡ଼ିଶା ଭଳି ଗରିବ ରାଜ୍ୟରେ ବିଧାୟକଙ୍କ ଦରମା ସର୍ବାଧିକ କାହିଁକି ? ସାରା ଦେଶରେ ବିଧାୟକ ଦରମା ଏବଂ ଭତ୍ତା ବା ପେନସନ ବୃଦ୍ଧି କରିବାରେ ଓଡ଼ିଶା ପ୍ରଥମ । ଏହାସହ ଯେଉଁଠାରେ ୫୦୦ ଟଙ୍କା ରିଚାର୍ଜରେ ଗୋଟିଏ ମାସ କଥା ହୋଇପାରିବେ । ସେଠାରେ ବିଧାୟକଙ୍କୁ ୧୫ ହଜାର ଟେଲିଫୋନ ବିଲ୍ ଦିଆଯାଉଛି । ଏହାଗରିବଙ୍କ ପାଇଁ ତାତ୍ସଲ୍ୟ ଭଳି କଥା । ସେହିପରି ବିଭିନ୍ନ ଦାବି ନେଇ ଶିକ୍ଷକମାନଙ୍କ ସହ ଅନେକ ସଂଘ ଆନ୍ଦୋଳନ କରିଛନ୍ତି । ତାଙ୍କ କଥା ସରକାର ଚିନ୍ତା କରିପାରିଲା ନାହିଁ । କିନ୍ତୁ ବିଧାୟକଙ୍କ ଦରମା ବୃଦ୍ଧି ବିଧେୟକ ଗୋଟିଏ ଦିନରେ ପାସ୍ ହୋଇଗଲା । ସମସ୍ତ ବିଭାଗ ଏବେ ଆଉଟର୍ସୋସିଂରେ ଚାଲିଛି । ଏ ଦିଗରେ ସରକାରଙ୍କ ଚିନ୍ତା ନାହିଁ । ଆଉଟସୋର୍ସିଂ ପାଇଁ ମୋଟ ୧୧୦ କମ୍ପାନୀ ଆବେଦନ କରିଥିବା ବେଳେ ରାଜ୍ୟ ସରକାର ୨୧ଟି କମ୍ପାନୀକୁ ଦାୟିତ୍ୱ ଦେଇଛନ୍ତି । ୨୧ କମ୍ପାନୀରୁ ୧୭ କମ୍ପାନୀ ହେଉଛି ରାଜ୍ୟ ବାହାରର । ବ୍ଲାକ ଲିଷ୍ଟେଡ୍ କମ୍ପାନୀକୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ସରକାରଙ୍କ ଗୋଚରରେ ଏଭଳି କାମ ହୋଇଛି । ଏବେ ସରକାରଙ୍କ ଓଡ଼ିଆ ଅସ୍ମିତା କୁଆଡେ ଗଲା ?