ମେ' ୨୫ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | May 25, 2024 IST

ମେଷ- ଶୁକ୍ଳ ପକ୍ଷ ନବମ ଚନ୍ଦ୍ର କାରଣରୁ ଦୂରସ୍ଥାନକୁ ଭ୍ରମଣର ଯୋଗ ରହିଛି । ଚାକିରି କ୍ଷେତ୍ରରେ ସଫଳତାର ଯୋଗ ରହିଛି । ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତ ହେବ । ଅଟକିଥିବା ଧନର ପ୍ରାପ୍ତି ହେବ । ବନ୍ଧୁଙ୍କ ଦ୍ଵାରା ଆୟର ବାଟ ଦେଖାଯିବ । ବିଦ୍ୟାର୍ଥୀମାନେ ଲାଭବାନ ହେବେ ।

ବୃଷ- ଅଯଥା ଖର୍ଚ୍ଚାନ୍ତ ଯୋଗୁଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେବ । କାର୍ଯ୍ୟ କ୍ଷେତ୍ରରେ ସମୟାନୁସାରେ କାର୍ଯ୍ୟ ସମାପ୍ତି କରିବେ । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେଲେ ଭଲ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ ।

ମିଥୁନ- ପରିବାରର ସମସ୍ତ କାର୍ଯ୍ୟ ଆପଣଙ୍କୁ କରିବାକୁ ପଡ଼ିବ। ନୂଆ ଚାକିରିର ଯୋଗ ମଧ୍ୟ ରହିଛି । ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି । ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ । ରାଜନୀତିରେ ସାମିଲ୍‌ ହେବା ପାଇଁ ଦିନଟି ଉତ୍ତମ ରହିଛି ।

କର୍କଟ-  ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ଦୂରସ୍ଥାନକୁ ଯାତ୍ରା କରିବେ । ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ । ଗ୍ୟାସ ଜନିତ ସମସ୍ୟା ଆପଣଙ୍କୁ ଦେଖା ଦେଇପାରେ । ବ୍ୟବସାୟରେ ଆୟ ଉତ୍ତମ ହେବ। ବିଦ୍ୟାର୍ଥୀ ପ୍ରସନ୍ନ ହେବେ।

ସିଂହ- ପ୍ରେମ ସମ୍ପର୍କରେ ମନୋମାଳିନ୍ୟ ଦେଖାଯିବ। ବ୍ୟବସାୟରେ ଅନେକ ଲାଭ ହେବ । ଭାଗ୍ୟର ସାଥ ମିଳିବ । ଚାକିରିରେ ଆୟର ଯୋଗ ଅଛି । ଗୃହକୁ ବନ୍ଧୁଙ୍କ ଆଗମନ ହେବ । ବିଦ୍ୟାର୍ଥୀମାନେ କୃତିତ୍ୱ ଅର୍ଜନ କରିବେ ।

କନ୍ୟା- ଗୃହରେ ମାଙ୍ଗଳିକ କାର୍ଯ୍ୟର ଅୟୋଜନ ହେବ । ବିଦ୍ୟାର୍ଥୀ ମାନେ ଉତ୍ତମ ଫଳ ପ୍ରାପ୍ତ କରିବେ । ଲାଗି ରହିଥିବା ସମସ୍ୟା ଦୂର ହେବ । ଚାକିରିରେ ପଦୋନ୍ନତି ଯୋଗ ରହିଛି ।  ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଧନ ପ୍ରାପ୍ତି ଯୋଗୁଁ ଖୁସି ହେବେ ।

ତୁଳା- ଜମି, ଯାନବାହାନ କ୍ରୟ କରିବା ପାଇଁ ଦିନଟି ଶୁଭ ରହିଛି । କରିଥିବା ଋଣ ଚୁକ୍ତ ହେବ । ଚାକିରି କ୍ଷେତ୍ରରେ ସହଯୋଗ ମିଳିବ । ପ୍ରେମ ସମ୍ପର୍କ ସୁଦୃଢ ହେବ । ସ୍ବାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେବ । ବ୍ୟବସାୟରେ ସ୍ବଚ୍ଛତା ବଜାୟ ରଖନ୍ତୁ ।

ବିଛା- ବେରୋଜଗାରମାନଙ୍କୁ ରୋଜଗାରର ନୂଆ ପନ୍ଥା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାରର ସହଯୋଗ ମିଳିବ। ବ୍ୟବସ୍ଥାରେ ଲାଭ ଯୋଗ ରହିଛି । ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଉତ୍ତମ ରହିଛି । ଭାଗବତ ବିଶ୍ୱାସୀ ହେବେ ।

ଧନୁ- ବ୍ୟବସାୟରେ ନୂତନ ଯୋଜନାର ଆରମ୍ଭ କରିବେ । ପରିବାରରୁ ଧନପ୍ରାପ୍ତିର ଯୋଗ ରହିଛି । ଅଟକିଥିବା କାର୍ଯ୍ୟ ଆଉ ଥରେ ଆରମ୍ଭ କରିବେ । ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ।  ଶିକ୍ଷା କ୍ଷେତ୍ରରେ ଭଲ ଫଳ ପ୍ରାପ୍ତ ହେବ ନାହିଁ ।

ମକର- ଅଯଥା ଖର୍ଚ୍ଚରୁ ନିଜକୁ ବଞ୍ଚେଇ ରଖନ୍ତୁ । ଜୀବନ ସାଥୀଙ୍କ ଠାରୁ ଉପହାର ମିଳିବ । ବିଦ୍ୟାର୍ଥୀମାନେ ପରିଶ୍ରମୀ ହେବେ । ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେବ । ଧନ ପ୍ରାପ୍ତିର ଯୋଗ ରହିଛି । କାର୍ଯ୍ୟ କ୍ଷେତ୍ରରେ ମଧ୍ୟମ ଫଳ ପ୍ରାପ୍ତ କରିବେ ।

କୁମ୍ଭ- ଭଲ ସମ୍ବାଦ ପାଇ ଖୁସି ହେବେ । ଇଚ୍ଛା ପୂରଣ ହେବ । ଯାନବାହାନ କ୍ରୟ ପାଇଁ ଦିନଟି ଭଲ ରହିଛି । ଚାକିରି କ୍ଷେତ୍ରରେ କର୍ମ ବିଳମ୍ବରେ ଶେଷ ହେବ । ନିବେଶ କରନ୍ତୁ ନାହିଁ।  ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ। ବିଦ୍ୟାର୍ଥୀମାନେ ଆଶୀର୍ବାଦ ନେଇ କାର୍ଯ୍ୟ କରନ୍ତୁ ।

ମୀନ- ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ । କିଛି ନୂଆ ଜିନିଷ ପାଇବା ଆଶାରେ ମନ ପ୍ରଫୁଲ୍ଲିତ ରହିବ । ଉନ୍ନତିର ମାର୍ଗ ଦେଖାଦେବ । ଛାତ୍ର ଛାତ୍ରୀଙ୍କ ସଫଳତାର ଯୋଗ ରହିଛି । ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ ।


ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକଯାଜପୁର , ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.