LIVE TV
LIVE TV

୫୦୦ କୋଟି ପାର୍ କଲା ଭକ୍ତି ଗୀତ, ଫେଲ୍ ମାରିଲେ ବଲିଉଡ୍‌ର ନାମୀ ଦାମୀ କଣ୍ଠଶିଳ୍ପୀ

NEWS7
know-your-daily-horoscope-for-22-march-2025

ମୁମ୍ୱାଇ ୨୮/୧୧ : ଘରେ ହେଉ ବା ମନ୍ଦିର । ସକାଳୁ ଶୁଣିବାକୁ ମିଳେ ଗୋଟିଏ ଗୀତ । କାନରେ ବାଜେ ପ୍ରଭୁ ହନୁମାନଙ୍କର ପ୍ରିୟ ଗୀତ । କେବଳ ଶୁଣିବାକୁ ମିଳେନି ତ ଲୋକେ ବି ଏହାକୁ ନିଜ କଣ୍ଠରେ ଗାଇଥାନ୍ତି । ଲାଗେ ଯେମିତି ସେଇ ଗୀତ, ସେଇ ସ୍ୱରରେ ମିଳିଯାଏ ବୈକୁଣ୍ଠ ପ୍ରାପ୍ତି । କାହିଁ କେବେଠାରୁ ସେଇ ଗୋଟିଏ ଗୀତ ଲୋକଙ୍କ ହୃଦୟରେ ଆଜି ବି ଉଦ୍ଜୀବିତ ।

୯୦ ଦଶକର ସେହି ଯୁଗ, ଯେତେବେଳେ ଆଧୁନିକ ଗୀତର ଡିମାଣ୍ଡ ଥିଲା । ଘରେ ଘରେ ଟିଭିରେ ଶୁଣିବାତକୁ ମିଳୁଥିଲା ରାମାୟଣ ଓ ମହାଭାରତର ଦୃଶ୍ୟ । ତଥାପି ମାର୍କେଟରେ ମୁକ୍ତିଲାବ କରିଥିଲା ଟି-ସିରିଜ୍ର ସେହି ବହୁ ପ୍ରତିକ୍ଷୀତ ହନୁମାନ ଚାଳିସା । ଧୀରେ ଧୀରେ ଲୋକଙ୍କର ସେହି ଭଜନ ପ୍ରତି ଡିମାଣ୍ଡ ବି ବଢିଥିଲା । ଟି-ସିରିଜ୍ ପକ୍ଷରୁ ହନୁମାନ ଚାଳିଶାକୁ ଶ୍ରୋତାଙ୍କ ନିକଟରେ ପହଞ୍ଚାଇଥିଲେ ଗାୟକ ଗୁଲଶନ କୁମାର ।

ଯଦିଓ ସେ ଏହାର ସ୍ୱର ଦେଇନଥିଲେ, କିନ୍ତୁ ଲୋକେ ତାଙ୍କ ଅଭିନୟକୁ ବେଶ୍ ପସନ୍ଦ କରିଥିଲେ । ତଥାପି ହରିହରନଙ୍କ କଣ୍ଠସ୍ୱରକୁ ବେଶ୍ ମିଳିଥିଲା ପ୍ରଶଂସା । ଏହାରି ଭିତରେ ବିତିଗଲାଣି ଅନେକ ବର୍ଷ । ତଥାପି ପ୍ରତିଟି ବ୍ୟକ୍ତିବିଶେଷଙ୍କ ହୃଦୟରେ ଏହି ଗୀତ ସୃଷ୍ଟି କରିଛି ଇତିହାସ । ବର୍ତ୍ତମାନ ଏହି ଭକ୍ତି ଗୀତ ନୂା ରେକର୍ଡ କରିଛି ।ଏହି ଭଜନଟି ଏବେ ୫ ବିଲିୟନ୍ ଭ୍ୟୁ ପାଇଥିବା ପ୍ରଥମ ଭାରତୀୟ ଭିଡିଓ ପାଲଟିଛି ।

 

ଗୁଲସନ କୁମାରଙ୍କ ହନୁମାନ ଚାଳିଶା ଭଜନ ସର୍ବକାଳୀନ ସର୍ବାଧିକ ଦେଖାଯାଇଥିବା ଭିଡିଓ ତାଲିକାରେ ସ୍ଥାନ ପାଇଛି । ପ୍ରତିଦିନ ଏହାର ଭ୍ୟୁ ସଂଖ୍ୟା ବଢୁଛି । ହନୁମାନ ଚାଳିଶା ବଲିଉଡ୍, ପଞ୍ଜାବୀ ଏବଂ ଅନ୍ୟ ସୁପରଷ୍ଟାରଙ୍କ ଗୀତକୁ ବି ପଛରେ ପକାଇ ଦେଇଛି । ହନୁମାନ ଚାଳିଶା ଏହି ସଫଳତା ହାସଲ କରିବାରେ ଭାରତର ଏକମାତ୍ର ଭିଡିଓ ପାଲଟିଛି ।

ଏହି ଭିଡିଓ YouTube ରେ ସର୍ବକାଳୀନ ଶ୍ରେଷ୍ଠ ୧୦ ସର୍ବାଧିକ ଦେଖାଯାଇଥିବା ଭିଡିଓ ତାଲିକାରେ ପ୍ରବେଶ କରିଛି ।YouTubeରେ ହନୁମାନ ଚାଳିଶାର ଭ୍ୟୁ ୫ ବିଲିୟନରେ ପହଞ୍ଚିବା ଖବର ସୋସିଆଲ ମିଡିଆ ୟୁଜରଙ୍କ ମନ କିଣିନେଇଛି । ଅନେକ ୟୁଜର୍ ଭଜନକୁ ନେଇ ନିଜ ପ୍ରତିକ୍ରିୟା ଦେଉଛନ୍ତି । ଏହି ଅବସରରେ ଟି-ସିରିଜର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାର କୃତଜ୍ଞତା ପ୍ରକାଶ କରି କହିଛନ୍ତି । "ହନୁମାନ ଚାଳିଶା ମୋ ସମେତ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।

ମୋ ବାପା ଗୁଲଶନ କୁମାର ପ୍ରତିଟି ଘରେ ଆଧ୍ୟାତ୍ମିକ ସଙ୍ଗୀତ ପହଞ୍ଚାଇବା ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ । ଏହି ସଫଳତା ତାଙ୍କର ଦୃଷ୍ଟିକୋଣକୁ ଦେଖାଏ । ୫ ବିଲିୟନ ଭ୍ୟୁ ଅତିକ୍ରମ କରିବା ଏବଂ YouTube ରେ ସର୍ବାଧିକ ଦେଖାଯାଇଥିବା ୧୦ ଟି ଭିଡିଓ ମଧ୍ୟରେ ସ୍ଥାନ ପାଇବା କେବଳ ଏକ ଡିଜିଟାଲ୍ ସଫଳତା ନୁହେଁ; ଏହା ଲୋକଙ୍କ ଅଟଳ ଭକ୍ତିକୁ ପ୍ରତିଫଳିତ କରେ ।" ଭାରତରେ ଶ୍ରୀ ହନୁମାନ ଚାଳିଶାର ସଂଖ୍ୟା ଆଉ କେଉଁ ସଙ୍ଗୀତ ପାଖାପାଖି ପହଞ୍ଚି ପାରିନାହିଁ ।

ପରବର୍ତ୍ତୀ ସର୍ବାଧିକ ଦେଖାଯାଇଥିବା ଭିଡିଓ ହେଉଛି ପଞ୍ଜାବୀ ଟ୍ରାକ୍ 'ଲେହେଙ୍ଗା' ଯାହାର ଭ୍ୟୁ ୧.୮ ବିଲିୟନ । ହରିୟାଣା ଗୀତ '୫୨ ଗଜ୍ କା ଦମନ' ଏବଂ ତାମିଲ୍ ଗୀତ 'ରାଉଡି ବେବି' ର ୧.୭ ବିଲିୟନ ଭ୍ୟୁ ହୋଇଛି । ଶୀର୍ଷ ତାଲିକାରେ ଥିବା ଅନ୍ୟାନ୍ୟ ଲୋକପ୍ରିୟ ଭାରତୀୟ ଭିଡିଓଗୁଡ଼ିକ ମଧ୍ୟରେ 'ଜରୁରି ଥା, ୱାସ୍ତେ, ଲୌଙ୍ଗ ଲାଚି, ଲୁଟ୍ ଗୟେ, ଦିଲବର ଏବଂ ବମ୍ ବମ୍ ବୋଲେ' ସାମିଲ୍ ରହିଛି । ଯଦି ବିଶ୍ୱସ୍ତରରେ କଥା କହିବା ତେବେ ତାଲିକାର ଶୀର୍ଷରେ 'ବେବି ସାର୍କ ଡ୍ୟାନ୍ସ' 'ଡେସ୍ପାସିଟୋ' , 'ହ୍ୱିଲ୍ସ ଅନ୍ ଦ ବସ୍' , 'ବାଥ୍ ସଂଗ' ଏବଂ 'ଜନି ଜନି ୟେସ୍ ପାପା' ଭଳି ଭିଡିଓ ରହିଛି ।