କାବୁଲରେ ପାକିସ୍ତାନର ଆକ୍ରମଣ, ଆଫଗାନିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ

NEWS7
know-your-daily-horoscope-for-22-march-2025

ନୂଆଦିଲ୍ଲୀ, ୨୭ /୦୨: ଆଫଗାନିସ୍ତାନ ପାକିସ୍ତାନ ମଧ୍ୟରେ ଘମାଘୋଟ ଲଢେଇ । ଗୁରୁବାର ପାକିସ୍ତାନ ସୀମାରେ ଭୟଙ୍କର ଆକ୍ରମଣ କରିଛି ଆଫଗାନିସ୍ତାନ । ଏକାଧିକ ପାକ୍ ପୋଷ୍ଚ୍ କୁ ଧ୍ୱଂସ କରିଦେଇଛି । ଯେଉଁଥିଲେ ପାକ୍ ଆର୍ମୀର ଅନେକ ଯବାନ ପ୍ରାଣ ହରାଇଥିବା ସୂଚନା ମିଳିଛି । ସେପଟେ ପାକିସ୍ତାନ ମଧ୍ୟ ପାଲଟା ଜବାବ ଦେଇଛି । ଆଫଗାନିସ୍ତାନର ରାଜଧାନୀ କାବୁଲ ଏବଂ ଦକ୍ଷିଣ କାନ୍ଦାହାରରେ ପାକ୍ ତରଫରୁ ଆକ୍ରମଣ କରାଯାଇଛି ।

ଦୁଇ ଦିନ ତଳେ ପାକିସ୍ତାନ ଆଫଗାନ୍ ସୀମାରେ ଏୟାରଷ୍ଟ୍ରାଇକ୍ କରିଥିଲା । ଯେଉଁଥିରେ ୭୦ରୁ ଅଧିକ ଆଫଗାନ୍ ନାଗରିକ ପ୍ରାଣ ହରାଇଥିଲେ । ଗୁରୁବାରଠୁ ଏହାର ଜବାବ ଦେବା ଆରମ୍ଭ କରିଛି କାବୁଲ । ପାକିସ୍ତାନ ମଧ୍ୟ ଚୁପ୍ ବସିନି । ସେ ମଧ୍ୟ ତାଲିବାନ ବିରୋଧରେ ଯୁଦ୍ଧ ଘୋଷଣା କରିଛି । ଯୁଦ୍ଧ ନେଇ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ୱାଜା ଆସିଫ୍ ସୂଚନା ଦେଇଛନ୍ତି ।

ଆସିଫଙ୍କ ପୂର୍ବରୁ ପାକ୍ ସୂଚନା ମନ୍ତ୍ରୀ ଅତାଲ୍ଲାହ ତରାର ସୋସିଆଲ ମିଡିଆରେ କହିଥିଲେ ଯେ, ଆଫଗାନନରେ ତାଲିବାନର ଅନେକ ପ୍ରତିଷ୍ଠାନ ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଛି । ଏହା ତାଲିବାନର ଆକ୍ରମଣାତ୍ମକ ଆଭିମୁଖ୍ୟର ସଠିକ୍ ଜବାବ ବୋଲି ସେ କହିଛନ୍ତି ।

ସେପଟେ ଏସିଆରେ ଏବେ ବଡ ଯୁଦ୍ଧ ଦେଖିବାକୁ ମିଳିପାରେ । କାରଣ ଗୁରୁବାର ବିଳମ୍ବିତ ରାତ୍ରରେ କାବୁଲରେ ପ୍ରାୟ ୨ ଘଣ୍ଟା ପାକିସ୍ତାନର ବିମାନ ଗର୍ଜନ କରିଥିଲା । ଅନେକ ସ୍ଥାନରେ ବୋମା ବିସ୍ଫୋରଣ ସହ ଗୁଳିଗୋଳାର ଶବ୍ଦ ହୋଇଥିଲା । ଏହି ଜାଗା ତାଲିବାନର ସର୍ବୋଚ୍ଚ ନେତା ହିବାତୁଲ୍ଲାହ ଅଖୁନ୍ଦଜଦାଙ୍କ ଗଡ ବୋଲି ବିବେଚନା କରାଯାଏ ।

ପାକିସ୍ତାନର ଆକ୍ରମଣ ପରେ ତାଲିବାନର ଜବାବ

କାବୁଲ ଏବଂ କାନ୍ଦାହାରରେ ପାକିସ୍ତାନର ଆକ୍ରମଣ ପରେ ତାଲିବାନ ପକ୍ଷରୁ ଜବାବ ଦିଆଯାଇଛି । ସେ ସୀମାରେ ପାକିସ୍ତାନକୁ ଉଚିତ ଶାସ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।